ପୁରୁଷୋତ୍ତମପୁର,୨୯।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି ।ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜୀଉଙ୍କୁ ରତ୍ନବେଦିରୁ ପହଣ୍ଡିକରାଇ ଆଣି ସ୍ନାନବେଦିରେ ବିଜେ କରି ସ୍ନାନ କରାଇଛନ୍ତି ।
ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ ।ସ୍ନାନବେଦିରେ ଜବନ୍ନାଥଙ୍କୁ ଦେଖି ଭକ୍ତମାନେ ଭାବ ବିହ୍ବୋଳ ହୋଇପଡିଛନ୍ତି । ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଯାତ୍ରାର ତଦାରଖ କରିଛନ୍ତି । ଏହାକୁ ଟ୍ରଷ୍ଟବୋର୍ଡର ସମସ୍ତ ସଭ୍ଯ, ରଥସାହିର ଯୁବଗୋଷ୍ଠୀ ଓ ସମସ୍ତ ସେବାୟତମାନେ ପରିଚାଳନା କରିବାରେ ଲଗିଛନ୍ତି । ଏହାକୁ ଦେଖିବା ସହ ଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ଲାଗି ରହିଛି ।