ସ୍ନାନବେଦିରେ ମିଳିବ ଦାରୁଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୨୬।୫: ନୀଳାଦ୍ରି ଭକ୍ତନିବାସରେ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ବୈଠକରେ ରାଜେନ୍ଦ୍ରାଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟାଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ନବଯୌବନ ଦର୍ଶନ ସମେତ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି ସ୍ଥିର ହୋଇଛି। ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଯାଉଛି। ଏଣୁ ଶୃଙ୍ଖଳିତ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି। ଏଥର ଶ୍ରଦ୍ଧାଳୁମାନେ ସ୍ନାନବେଦିରେ ଦାରୁଦିଅଁଙ୍କୁ ଦର୍ଶନ କରିପାରିବେ। ସକାଳେ ପହଣ୍ଡି ବେଳେ ପାରମାଣିକ ଦର୍ଶନ ବ୍ୟବସ୍ଥା ହେବ। ତେବେ ଶ୍ରୀବିଗ୍ରହଙ୍କୁ କେହି ସ୍ପର୍ଶ କରିପାରିବେ ନାହିଁ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯାଦବ ସୂଚନା ଦେଇ କହିଛନ୍ତି, ନୀତି ସବ୍‌କମିଟି ବୈଠକରେ ଛତିଶା ନିଯୋଗ ସହ ଆଲୋଚନା କରାଯାଇ ସ୍ନାନପୂର୍ଣ୍ଣିମାଠାରୁ ବାହୁଡ଼ା ଯାତ୍ରା ଓ ସୁନାବେଶ ଭଳି ପ୍ରମୁଖ ଯାନିଯାତ୍ରା ତଥା କାର୍ଯ୍ୟକ୍ରମର ନୀତିକାନ୍ତି ଚୂଡ଼ାନ୍ତ ହେଲା। ଚଳିତବର୍ଷ ରଥଯାତ୍ରା ଓ ସୁନାବେଶରେ ପୂର୍ବାପେକ୍ଷା ଭକ୍ତଙ୍କ ଅଧିକ ସମାଗମ ହେବା ସମ୍ଭାବନା ଥିବାରୁ
ବ୍ୟବସ୍ଥିତ ଢଙ୍ଗରେ ପ୍ରସ୍ତୁତି କରାଯାଇଛି। ସେହିପରି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ୧୫ ଦିନ ଧରି ଅନବସର ନୀତି ହେବ। ଆସନ୍ତା ୧୪ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଲୋକେ, ୯ଟାରୁ ୯ଟା ୩୦ ପର୍ଯ୍ୟନ୍ତ ସେବାୟତ ପରିବାର ବର୍ଗ ଦର୍ଶନ କରିବେ। ବେଶ ଲାଗିବେଳେ ସେବାୟତମାନଙ୍କ ବିଶୃଙ୍ଖଳା ଆଚରଣ ଉପରେ ରୋକ୍‌ ଲଗାଯିବ। ମହାପ୍ରଭୁଙ୍କୁ ଯେପରି ଲୋକେ ଭଲ ଭାବେ ଦର୍ଶନ କରିପାରିବେ ସେ ନେଇ ପ୍ରତିହାରୀ ଓ ଦଇତା ନିଯୋଗଙ୍କୁ ଦାୟିତ୍ୱ ଦିଆଗଲା। ଅଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସ୍ନାନଯାତ୍ରା ହେବାକୁ ଥିବାରୁ ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ ଓ ୧୨ଟା ୧୫ରେ ଛେରା ପହଁରା କରାଯିବ। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହାତୀବେଶ ଶେଷ ହେବ। ସକାଳେ ପାରମାଣିକ ଟିକେଟ୍‌ ଦର୍ଶନ ବ୍ୟବସ୍ଥା କରାଯିବ। ପହଣ୍ଡି ବେଳେ ପାରମାଣିକ ଦର୍ଶନ ହେବ। ଜଳଲାଗି ପରେ ଶଙ୍କରାଚାର୍ଯ୍ୟ ଏବଂ ଗଜପତିଙ୍କ ନୀତିକାନ୍ତି ସମ୍ପାଦନ କରାଯିବ। ଭୋଗ ସରିବା ପରେ ଭକ୍ତମାନେ ସ୍ନାନମଣ୍ଡପ ଉପରେ ଜଳଲାଗି ଓ ହାତୀବେଶ ଦର୍ଶନ ପାଇଁ ୩ ଘଣ୍ଟାର ସୁଯୋଗ ପାଇବେ। ହେଲେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସେହିପରି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବ। ବିଶେଷକରି ଜଳଲାଗି ବେଳେ ଶୃଙ୍ଖଳା ରକ୍ଷା ଓ ହାତୀବେଶ ସମୟରେ ଶୃଙ୍ଖଳିତ ବ୍ୟବହାର ପ୍ରଦର୍ଶନ ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri