ସ୍ନାନ ପୂର୍ଣ୍ଣିମା: ଠେଲାପେଲାରେ ୩୦ରୁ ଉର୍ଦ୍ଧ ଅସୁସ୍ଥ

ପୁରୀ,୧୨ା୬( ଅଜିତ୍‌ କୁମାର ମହାନ୍ତି): ଚଳିତ ବର୍ଷ ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆକଳନଠାରୁ ଢ଼େର ଗୁଣରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଛି। ତେବେ ପ୍ରବଳ ଗରମ, ଗୁଳୁଗୁଳି ସାଙ୍ଗକୁ ଠେଲାପେଲାରେ ୩୦ରୁ ଊଦ୍ଧର୍‌ବ ଭକ୍ତ ଅସୁସ୍ଥ ତଥା ଆହତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲ। ସକାଳେ ପାଗ ଭଲ ରହିଥିବା ବେଳେ ମଧ୍ୟାହ୍ନ ପରେ ଖରା ବଢିଥିଲା। ସ୍ନାନଯାତ୍ରା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲା ଯକ୍ଷ୍ମା, ଛାତି ଓ ସଂକ୍ରମଣ ରୋଗ ଚିକିତ୍ସାଳୟକୁ ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରି ରଖାଯାଇଥିଲା। ଫଳରେ ଅସୁସ୍ଥ ଓ ଆହତମାନଙ୍କର ଚିକିତ୍ସା କରାଯାଇପାରିଥିଲା।
ଭିଡ଼ ଭିତରେ ଅସୁରକ୍ଷିତ ଦୀପଦାନ
ସ୍ନାନ ପୂର୍ଣ୍ଣିମା ଭିଡ଼ ଭିତରେ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଦୀପଦାନ ହେଉଥିବା ଦେଖିବାକୁ ମିଳିଥିଲା। ସିଂହଦ୍ୱାର ନିକଟ ଇଲେକ୍ଟ୍ରି ଟ୍ରାନ୍ସମିଟର ନିକଟରେ ଶ୍ରଦ୍ଧାଳୁମାନେ ଦୀପ ଜାଳୁଥିଲେ। ଭକ୍ତମାନଙ୍କ ଦର୍ଶନ ପାଇଁ ହୋଇଥିବା ଛାମୁଣ୍ଡିଆ ତଳେ ମଧ୍ୟ ଠାକୁ ଠା ଦୀପ ଜଳାଯାଉଥିଲା। ଗହଳି ଠେଲାପେଲାରେ ଭକ୍ତମାନେ ସେଇ ଦୀପପାଖ ଦେଇ ଯା’ଆସ କରୁଥିଲେ। ଏଥର ସ୍ନାନଯାତ୍ରାରେ ମନ୍ଦିର ଆଖପାଖରେ ଅଧିକ ଦୀପ ଦୋକାନୀ ନିଜର ଡାଲା ଧରି ବୁଲୁଥିଲେ। ସମୟେ ସମୟେ ଅଗ୍ନିଶମ ବିଭାଗର କର୍ମଚାରୀ ଏମାନଙ୍କୁ ଉଠାଉଥିଲେ ବି ଦୀପ ବିକାଳିଙ୍କ ସଂଖ୍ୟା ମାତ୍ରାଧିକଥିବାରୁ ଏମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଅନ୍ୟଏକ ଚାଲେଞ୍ଜ ପାଲଟିଥିଲା।
ମାଗଣା ପାର୍କିଂରେ ୫୦ ଟଙ୍କା
ସ୍ନାନଯାତ୍ରାରେ ୨ଚକିଆ ଯାନ ପାର୍କିଂରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଦୁଇଚକିଆ ଯାନ ପ୍ରବେଶ ନିଷେଧ ଥିଲେ ବି ବଡ଼ଦାଣ୍ଡର ଉଭୟପାଶର୍‌ବ ଅଘୋଷିତ ପାର୍କିଂ ପଏଣ୍ଟ ପାଲଟି ଯାଇଥିଲା। କେତେକ ସ୍ଥାନରେ ବେଆଇନ ଭାବେ ବଡ଼ଦାଣ୍ଡରେ ଗାଡ଼ି ରଖିଥିବା ବ୍ୟକ୍ତିଙ୍କଠାରୁ ୨୦ରୁ ୩୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥବା ମଧ୍ୟ ଦେଖିବାକୁ ମିଳିଥିଲା। ଟଙ୍କାଦେଇ ଗାଡ଼ି ରଖିଯାଉଥିଲେ ମଧ୍ୟ ସେମାନଙ୍କୁ କୌଣସି ରସିଦ ପ୍ରଦାନ କରାଯାଉ ନ ଥିଲା। ମାର୍କେଟ ଛକଠାରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ହଜାର ହଜାର ଗାଡ଼ି ପାର୍କିଂ ହୋଇ ରହିଥିବାରୁ ଯାତାୟାତ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଥିଲା। ବଡ଼ଦାଣ୍ଡ ସଂଲଗ୍ନ ଗଳିଗୁଡ଼ିକୁ ଯିବାକୁ ମଧ୍ୟ ରାସ୍ତା ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ବାସିନ୍ଦା ଏହାଦ୍ୱାରା ଖୁବ୍‌ ପ୍ରଭାବିତ ହୋଇଥିଲେ।
ପିଏଚ୍‌ସିରେ କେହି ନ ଥିଲେ
ସ୍ନାନଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପ୍ରାଥମିକ ଚିକତ୍ସା କେନ୍ଦ୍ର (ପିଏଚ୍‌ସି) ଖୋଲାଯାଇଥିଲା। ହେଲେ କେତେକ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଡାକ୍ତର କି କୌଣସି ସ୍ବାସ୍ଥ୍ୟକର୍ମୀ ନ ଥିଲେ। ଖାଲି ଟେଣ୍ଟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଲେଖାଯାଇଥିଲା। ଟେଣ୍ଟ ଖାଲି ପଡ଼ିଥିବାରୁ ଚାଲି ଚାଲି ଥକି ଯାଉଥିବା ଶ୍ରଦ୍ଧାଳୁ ଏହାଭିତରେ ବସି ବିଶ୍ରାମ ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ବ୍ୟାରିକେଡ୍‌ ପାଇଁ ଅଟକିଲା ବେଶ
ପବିତ୍ର ସ୍ନାନଯାତ୍ରାରେ ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀବେଶରେ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରକୁ ବେଶ ଆସିବା ସମୟରେ ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ଦୀର୍ଘସମୟ ଧରି ବଡ଼ଦାଣ୍ଡରେ ଅଟକି ରହିଥିଲା। ସ୍ନାନଜଳ ସ୍ନାନମଣ୍ଡପକୁ ବିଜେ ହେବାପରେ ବେଶ ନିମନ୍ତେ ସେବାୟତମାନେ ଗୋପାଳତୀର୍ଥ ମଠକୁ ଯାଇଥିଲେ। ସେଠାରୁ ବଡ଼ଠାକୁର ବଳଭଦ୍ରଙ୍କ ନିମନ୍ତେ ବେଶ ଆସିଥିଲା। ବେଶ ଆସି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍‌ କଢ଼ାଯାଇ ନ ଥିଲା। ଫଳରେ ଦୀର୍ଘ ୧୦ ମିନିଟ୍‌ରୁ ଅଧିକ ସମୟ ଧରି ବେଶ, ବଡ଼ଦାଣ୍ଡରେ ସେବାୟତ, ବେଶଧାରୀମାନେ ଠିଆହୋଇ ରହିଥିଲେ। ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ବ୍ୟାରିକେଡ୍‌ କଢ଼ାଯିବା ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିଥିଲେ।
ଗରମ, ଗୁଳୁଗୁଳିରେ ଭକ୍ତ ହନ୍ତସନ୍ତ
ପବିତ୍ର ସ୍ନାନଯାତ୍ରା ପାଇଁ ମହାପ୍ରଭୁଙ୍କ ରତ୍ନବେଦିରୁ ସ୍ନାନବେଦିକୁ ଓହ୍ଲାଇ ଆସିଛନ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ସ୍ନାନଯାତ୍ରା ସହ ଦୁର୍ଲଭ ହାତୀବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥିଲା। ସକାଳେ ପାଗ ପ୍ରାୟ ଠିକ୍‌ଠାକ ରହିଥିବା ବେଳେ ମଧ୍ୟାହ୍ନରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଫଳରେ ଲକ୍ଷାଧିକ ଭକ୍ତ ଭିଡ଼ ଏବଂ ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଥିଲା। ଅନେକ ଭକ୍ତ ପ୍ରବଳ ଖରାରୁ ସାମୟିକ ରକ୍ଷା ପାଇବା ପାଇଁ ବିଭିନ୍ନ ଦୋକାନ ସାମ୍ନାରେ ଆଶ୍ରୟସ୍ଥଳ ଖୋଜୁଥିବା ଦେଖିବାକୁ ମିଳିଥିଲା। ଭକ୍ତ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ଅଚେତ ହୋଇ ପଡ଼ି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ
ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଚଳିତବର୍ଷ ପ୍ରବଳ ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଦମକଳ ଗାଡ଼ି ନିୟୋଜିତ ରହିଥିଲା। ଭିଡ଼ ମଧ୍ୟରେ ଭକ୍ତଙ୍କ ସୁବିଧା ପାଇଁ ୮ଟି ଅଗ୍ନିଶମ ଗାଡ଼ି ଦ୍ୱାରା ଅନବରତ ଜଳସିଞ୍ଚନ କରାଯାଇଥିଲା। ସ୍ନାନ ପୂର୍ଣ୍ଣିମାରେ ପୁରୀର ବିଭିନ୍ନ ସ୍ଥାନରେ ୮୩ଜଣ ଆଗ୍ନିକ, ୧୫ଜଣ ଗାଡ଼ିଚାଳକ, ୨୨ଜଣ ଅଗ୍ରଣୀ ଅଗ୍ନିଶମ କର୍ମଚାରୀ, ୧୮ଜଣ ଅଗ୍ନିଶମ ଅଧିକାରୀଙ୍କ ସମେତ ୧୨ଜଣ ଷ୍ଟେଶନ ଅଧିକାରୀ ନିୟୋଜିତ ରହିଥିବା ଜିଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri