ସ୍ନାନ ପୂର୍ଣ୍ଣିମା: ଠେଲାପେଲାରେ ୩୦ରୁ ଉର୍ଦ୍ଧ ଅସୁସ୍ଥ

ପୁରୀ,୧୨ା୬( ଅଜିତ୍‌ କୁମାର ମହାନ୍ତି): ଚଳିତ ବର୍ଷ ସ୍ନାନଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆକଳନଠାରୁ ଢ଼େର ଗୁଣରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଛି। ତେବେ ପ୍ରବଳ ଗରମ, ଗୁଳୁଗୁଳି ସାଙ୍ଗକୁ ଠେଲାପେଲାରେ ୩୦ରୁ ଊଦ୍ଧର୍‌ବ ଭକ୍ତ ଅସୁସ୍ଥ ତଥା ଆହତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲ। ସକାଳେ ପାଗ ଭଲ ରହିଥିବା ବେଳେ ମଧ୍ୟାହ୍ନ ପରେ ଖରା ବଢିଥିଲା। ସ୍ନାନଯାତ୍ରା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲା ଯକ୍ଷ୍ମା, ଛାତି ଓ ସଂକ୍ରମଣ ରୋଗ ଚିକିତ୍ସାଳୟକୁ ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରି ରଖାଯାଇଥିଲା। ଫଳରେ ଅସୁସ୍ଥ ଓ ଆହତମାନଙ୍କର ଚିକିତ୍ସା କରାଯାଇପାରିଥିଲା।
ଭିଡ଼ ଭିତରେ ଅସୁରକ୍ଷିତ ଦୀପଦାନ
ସ୍ନାନ ପୂର୍ଣ୍ଣିମା ଭିଡ଼ ଭିତରେ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଦୀପଦାନ ହେଉଥିବା ଦେଖିବାକୁ ମିଳିଥିଲା। ସିଂହଦ୍ୱାର ନିକଟ ଇଲେକ୍ଟ୍ରି ଟ୍ରାନ୍ସମିଟର ନିକଟରେ ଶ୍ରଦ୍ଧାଳୁମାନେ ଦୀପ ଜାଳୁଥିଲେ। ଭକ୍ତମାନଙ୍କ ଦର୍ଶନ ପାଇଁ ହୋଇଥିବା ଛାମୁଣ୍ଡିଆ ତଳେ ମଧ୍ୟ ଠାକୁ ଠା ଦୀପ ଜଳାଯାଉଥିଲା। ଗହଳି ଠେଲାପେଲାରେ ଭକ୍ତମାନେ ସେଇ ଦୀପପାଖ ଦେଇ ଯା’ଆସ କରୁଥିଲେ। ଏଥର ସ୍ନାନଯାତ୍ରାରେ ମନ୍ଦିର ଆଖପାଖରେ ଅଧିକ ଦୀପ ଦୋକାନୀ ନିଜର ଡାଲା ଧରି ବୁଲୁଥିଲେ। ସମୟେ ସମୟେ ଅଗ୍ନିଶମ ବିଭାଗର କର୍ମଚାରୀ ଏମାନଙ୍କୁ ଉଠାଉଥିଲେ ବି ଦୀପ ବିକାଳିଙ୍କ ସଂଖ୍ୟା ମାତ୍ରାଧିକଥିବାରୁ ଏମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଅନ୍ୟଏକ ଚାଲେଞ୍ଜ ପାଲଟିଥିଲା।
ମାଗଣା ପାର୍କିଂରେ ୫୦ ଟଙ୍କା
ସ୍ନାନଯାତ୍ରାରେ ୨ଚକିଆ ଯାନ ପାର୍କିଂରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଦୁଇଚକିଆ ଯାନ ପ୍ରବେଶ ନିଷେଧ ଥିଲେ ବି ବଡ଼ଦାଣ୍ଡର ଉଭୟପାଶର୍‌ବ ଅଘୋଷିତ ପାର୍କିଂ ପଏଣ୍ଟ ପାଲଟି ଯାଇଥିଲା। କେତେକ ସ୍ଥାନରେ ବେଆଇନ ଭାବେ ବଡ଼ଦାଣ୍ଡରେ ଗାଡ଼ି ରଖିଥିବା ବ୍ୟକ୍ତିଙ୍କଠାରୁ ୨୦ରୁ ୩୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥବା ମଧ୍ୟ ଦେଖିବାକୁ ମିଳିଥିଲା। ଟଙ୍କାଦେଇ ଗାଡ଼ି ରଖିଯାଉଥିଲେ ମଧ୍ୟ ସେମାନଙ୍କୁ କୌଣସି ରସିଦ ପ୍ରଦାନ କରାଯାଉ ନ ଥିଲା। ମାର୍କେଟ ଛକଠାରୁ ନାୟକ ପ୍ଲାଜା ପର୍ଯ୍ୟନ୍ତ ହଜାର ହଜାର ଗାଡ଼ି ପାର୍କିଂ ହୋଇ ରହିଥିବାରୁ ଯାତାୟାତ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଥିଲା। ବଡ଼ଦାଣ୍ଡ ସଂଲଗ୍ନ ଗଳିଗୁଡ଼ିକୁ ଯିବାକୁ ମଧ୍ୟ ରାସ୍ତା ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ବାସିନ୍ଦା ଏହାଦ୍ୱାରା ଖୁବ୍‌ ପ୍ରଭାବିତ ହୋଇଥିଲେ।
ପିଏଚ୍‌ସିରେ କେହି ନ ଥିଲେ
ସ୍ନାନଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପ୍ରାଥମିକ ଚିକତ୍ସା କେନ୍ଦ୍ର (ପିଏଚ୍‌ସି) ଖୋଲାଯାଇଥିଲା। ହେଲେ କେତେକ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଡାକ୍ତର କି କୌଣସି ସ୍ବାସ୍ଥ୍ୟକର୍ମୀ ନ ଥିଲେ। ଖାଲି ଟେଣ୍ଟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଲେଖାଯାଇଥିଲା। ଟେଣ୍ଟ ଖାଲି ପଡ଼ିଥିବାରୁ ଚାଲି ଚାଲି ଥକି ଯାଉଥିବା ଶ୍ରଦ୍ଧାଳୁ ଏହାଭିତରେ ବସି ବିଶ୍ରାମ ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ବ୍ୟାରିକେଡ୍‌ ପାଇଁ ଅଟକିଲା ବେଶ
ପବିତ୍ର ସ୍ନାନଯାତ୍ରାରେ ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀବେଶରେ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରକୁ ବେଶ ଆସିବା ସମୟରେ ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ଦୀର୍ଘସମୟ ଧରି ବଡ଼ଦାଣ୍ଡରେ ଅଟକି ରହିଥିଲା। ସ୍ନାନଜଳ ସ୍ନାନମଣ୍ଡପକୁ ବିଜେ ହେବାପରେ ବେଶ ନିମନ୍ତେ ସେବାୟତମାନେ ଗୋପାଳତୀର୍ଥ ମଠକୁ ଯାଇଥିଲେ। ସେଠାରୁ ବଡ଼ଠାକୁର ବଳଭଦ୍ରଙ୍କ ନିମନ୍ତେ ବେଶ ଆସିଥିଲା। ବେଶ ଆସି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ ମଧ୍ୟ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍‌ କଢ଼ାଯାଇ ନ ଥିଲା। ଫଳରେ ଦୀର୍ଘ ୧୦ ମିନିଟ୍‌ରୁ ଅଧିକ ସମୟ ଧରି ବେଶ, ବଡ଼ଦାଣ୍ଡରେ ସେବାୟତ, ବେଶଧାରୀମାନେ ଠିଆହୋଇ ରହିଥିଲେ। ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ବ୍ୟାରିକେଡ୍‌ କଢ଼ାଯିବା ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିଥିଲେ।
ଗରମ, ଗୁଳୁଗୁଳିରେ ଭକ୍ତ ହନ୍ତସନ୍ତ
ପବିତ୍ର ସ୍ନାନଯାତ୍ରା ପାଇଁ ମହାପ୍ରଭୁଙ୍କ ରତ୍ନବେଦିରୁ ସ୍ନାନବେଦିକୁ ଓହ୍ଲାଇ ଆସିଛନ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ହାତୀବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ସ୍ନାନଯାତ୍ରା ସହ ଦୁର୍ଲଭ ହାତୀବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥିଲା। ସକାଳେ ପାଗ ପ୍ରାୟ ଠିକ୍‌ଠାକ ରହିଥିବା ବେଳେ ମଧ୍ୟାହ୍ନରେ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଫଳରେ ଲକ୍ଷାଧିକ ଭକ୍ତ ଭିଡ଼ ଏବଂ ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଥିବା ଦେଖିବାକୁ ମିଳିଥିଲା। ଅନେକ ଭକ୍ତ ପ୍ରବଳ ଖରାରୁ ସାମୟିକ ରକ୍ଷା ପାଇବା ପାଇଁ ବିଭିନ୍ନ ଦୋକାନ ସାମ୍ନାରେ ଆଶ୍ରୟସ୍ଥଳ ଖୋଜୁଥିବା ଦେଖିବାକୁ ମିଳିଥିଲା। ଭକ୍ତ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ଅଚେତ ହୋଇ ପଡ଼ି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ
ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଚଳିତବର୍ଷ ପ୍ରବଳ ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଦମକଳ ଗାଡ଼ି ନିୟୋଜିତ ରହିଥିଲା। ଭିଡ଼ ମଧ୍ୟରେ ଭକ୍ତଙ୍କ ସୁବିଧା ପାଇଁ ୮ଟି ଅଗ୍ନିଶମ ଗାଡ଼ି ଦ୍ୱାରା ଅନବରତ ଜଳସିଞ୍ଚନ କରାଯାଇଥିଲା। ସ୍ନାନ ପୂର୍ଣ୍ଣିମାରେ ପୁରୀର ବିଭିନ୍ନ ସ୍ଥାନରେ ୮୩ଜଣ ଆଗ୍ନିକ, ୧୫ଜଣ ଗାଡ଼ିଚାଳକ, ୨୨ଜଣ ଅଗ୍ରଣୀ ଅଗ୍ନିଶମ କର୍ମଚାରୀ, ୧୮ଜଣ ଅଗ୍ନିଶମ ଅଧିକାରୀଙ୍କ ସମେତ ୧୨ଜଣ ଷ୍ଟେଶନ ଅଧିକାରୀ ନିୟୋଜିତ ରହିଥିବା ଜିଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri