ରାଜ୍ୟରେ ବଢ଼ୁଛି ସର୍ପଦଂଶନ ମୃତ୍ୟୁ

ଭୁବନେଶ୍ୱର, ୮।୨(ବ୍ୟୁରୋ): ରାଜ୍ୟରେ ସର୍ପଦଂଶନଜନିତ ମୃତ୍ୟୁସଂଖ୍ୟାରେ ରୋକ ଲାଗିପାରୁନାହିଁ। ୨୦୧୫ ମସିହାରେ ରାଜ୍ୟରେ ୫୨୨ଜଣ ଲୋକଙ୍କର ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବୃଦ୍ଧିପାଇ ୧,୧୫୯ରେ ପହଞ୍ଚତ୍ଥିବା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) ତଥ୍ୟରୁ ସୂଚନା ମିଳିଛି। ୨୦୧୫ରୁ ୨୦୨୨ ଅର୍ଥାତ୍‌ ଗତ ୭ବର୍ଷ ମଧ୍ୟରେ ଓଡ଼ିଶାରେ ମୋଟ ୬,୩୫୧ଜଣଙ୍କର ସର୍ପଦଂଶନରେ ଜୀବନ ଯାଇଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ସର୍ବାଧିକ ୩୦୭ ଜଣ ରହିଛନ୍ତି। ସାପକାମୁଡ଼ାଜନିତ ମୃତ୍ୟୁରେ ରାଜ୍ୟରେ ଗଞ୍ଜାମ ଜିଲା ଏକ ନମ୍ବର ରହିଛି। ଏହା ପଛକୁ ୨୯୭ ମୃତ୍ୟୁ ସଂଖ୍ୟା ସହିତ କେନ୍ଦୁଝର ଦ୍ୱିତୀୟ, ୨୯୩ ମୃତ୍ୟୁ ସହ ବାଲେଶ୍ବର ତୃତୀୟ ଏବଂ ୨୯୦ ମୃତ୍ୟୁ ସହ ମୟୂରଭଞ୍ଜ ଜିଲା ଚତୁର୍ଥ ସ୍ଥାନରେ ରହିଛି। ଏହା ପଛକୁ ଭଦ୍ରକ ୧୯୨, କଟକ ୧୯୧, ଯାଜପୁର ୧୯୧, ପୁରୀ ୧୭୨, ଢେଙ୍କାନାଳ ୧୫୪, ସୁନ୍ଦରଗଡ଼ ୧୪୬, ନବରଙ୍ଗପୁର ୧୪୪, ଅନୁଗୋଳ ୧୩୮, କେନ୍ଦ୍ରାପଡ଼ା ୧୧୮, ସମ୍ବଲପୁର ୧୧୮, ଖୋର୍ଦ୍ଧା ୯୬, ନୟାଗଡ଼ ୭୯, ବରଗଡ଼ ୭୮, ମାଲକାନଗିରି ୭୮, ଦେବଗଡ଼ ୭୫, କୋରାପୁଟ ୭୫, ବଲାଙ୍ଗୀର ୭୦, ଜଗତ୍‌ସିଂହପୁର ୬୭, କଳାହାଣ୍ଡ ୫୭, ରାୟଗଡା ୫୫, ସୁବର୍ଣ୍ଣପୁର ୫୪, ନୂଆପଡ଼ା ୩୫, ଝାରସୁଗୁଡ଼ା ୩୧, କନ୍ଧମାଳ ୨୭, ବୌଦ୍ଧ ୨୪ ଏବଂ ଗଜପତି ଜିଲାରେ ସବୁଠାରୁ କମ୍‌ ମୃତ୍ୟୁ ସଂଖ୍ୟା ୧୮ ପଞ୍ଜୀକୃତ ହୋଇଛି।
ଅପରପକ୍ଷେ ତହସିଲ/ବ୍ଲକ ସ୍ତରରେ ସବୁଠାରୁ ଅଧିକ ସାପକାମୁଡ଼ାଜନିତ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଆଶ୍ଚର୍ଯ୍ୟଜନକ ତାରତମ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଯଦିଓ ସାମଗ୍ରିକ ଭାବେ ଏକ ନମ୍ବର ସ୍ଥାନରେ ରହିଛି କିନ୍ତୁ ଏହି ଜିଲାର କୌଣସି ତହସିଲ ବା ବ୍ଲକ ପ୍ରଥମ ୧୦ଟି ସ୍ଥାନରେ ନାହିଁ। ୨୦୧୫ରୁ ୨୦୨୨ ମଧ୍ୟରେ ବାଲେଶ୍ବର ଜିଲା ବସ୍ତା ବ୍ଲକରେ ସାପକାମୁଡ଼ାରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ରାଜ୍ୟରେ ପ୍ରଥମ। ଦ୍ୱିତୀୟରେ ୪୧ ମୃତ୍ୟୁ ସହିତ ଭଦ୍ରକ ଜିଲାର ଚାନ୍ଦବାଲି ଏବଂ ତୃତୀୟରେ ୩୯ ମୃତ୍ୟୁ ସହିତ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ୩ୟ ସ୍ଥାନରେ ରହିଛି। ଏହା ପଛକୁ ବାଲେଶ୍ବରର ସୋରୋରେ ୩୬, ଢେଙ୍କାନାଳର ଗଁଦିଆରେ ୩୬, ଦେବଗଡ଼ର ବାରକୋଟରେ ୩୫, ଯାଜପୁରର ଦର୍ପଣରେ ୩୫, ଭଦ୍ରକରେ ୩୪, ନବରଙ୍ଗପୁରର ରାଇଘର ଓ ଉମରକୋଟରେ ୩୨ଟି ଲେଖାଏ ମୃତ୍ୟୁ ହୋଇଛି। ଏହି ୧୦ଟି ତହସିଲ/ବ୍ଲକ ରାଜ୍ୟର ସବୁଠୁ ଅଧିକ ସାପକାମୁଡ଼ାଜନିତ ମୃତ୍ୟୁପ୍ରବଣ ଅଞ୍ଚଳ ପାଲଟିଛି।
ସେପଟେ ଯେତିକି ମୃତ୍ୟୁ ଘଟଣା ଘଟିଛି ତନ୍ମଧ୍ୟରୁ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ହିଁ ୮୫ % ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ଘଟଣା ଜୁଲାଇ ମାସରେ ଘଟିଥିବା ଦେଖାଯାଇଛି। ବିଶେଷକରି ବନ୍ୟାପ୍ରବଣ ଜିଲା ଗଞ୍ଜାମ ଓ ବାଲେଶ୍ବର ଏବଂ ଜଙ୍ଗଲ ପରିବେଷ୍ଟିତ ଜିଲା କେନ୍ଦୁଝର ଓ ମୟୂରଭଞ୍ଜରେ ଜୁଲାଇ ମାସରେ ଅଧିକ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହିଁ ୨୦୧୫ରୁ ସାପକାମୁଡ଼ା ଜନିତ ମତ୍ୟୁକୁ ବିପର୍ଯ୍ୟୟ ମାନ୍ୟତା ଦେଇଛି ଏବଂ ଓସ୍‌ଡମା ତରଫରୁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସାପ କାମୁଡ଼ାରେ କାହାରି ମୃତ୍ୟୁ ଘଟିଲେ ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ଏହି କ୍ରମରେ ରାଜ୍ୟରେ ମୋଟ ୬,୩୫୧ ସାପକାମୁଡ଼ାଜନିତ ମୃତ୍ୟୁ ପାଇଁ ଅନୁକମ୍ପା ରାଶି ହିସାବରେ ସରକାର ୨୫,୪୦୪ ଲକ୍ଷ ଟଙ୍କା ପ୍ରଦାନ କରିଥିବେ ବୋଲି ଆଶା କରାଯାଉଛି। ତେବେ ରାଜ୍ୟରେ ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ନ କମିବା ସମ୍ପର୍କରେ ସ୍ନେକ୍‌ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଜିଲା ପ୍ରଶାସନ ଗୁଣିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁରେ ରୋକ୍‌ ଲାଗିପାରୁ ନାହିଁ। ସେହିପରି ଭୁବନେଶ୍ୱର ଏମ୍ସର ଡା. ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବା ଯୋଗୁ ସାପ କାମୁଡ଼ା ମୃତ୍ୟୁ ଠିକ୍‌ରେ ରିପୋର୍ଟ ହେଉଛି। ତେଣୁ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି, ଯାହା ଆଗରୁ ହେଉ ନ ଥିଲା। ତେବେ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତି ଯଥା ଅଙ୍ଗନଓ୍ବାଡ଼ି କର୍ମୀ, ଆଶାକର୍ମୀ, ୱାର୍ଡମେମ୍ବର, ସରପଞ୍ଚ ଆଦିଙ୍କୁ ସଚେତନ କରାଗଲେ ଏହି ସଂଖ୍ୟା ହ୍ରାସ ପାଇପାରିବ। କାରଣ ଡାକ୍ତରଖାନାଗୁଡ଼ିକରେ ଯାହା ଚିକିତ୍ସା ହୁଏ ତାହା ଅନେକ ଦିନରୁ ସ୍ଥିର ହୋଇସାରିଛି, କିନ୍ତୁ ଚିକିତ୍ସାରେ ବିଳମ୍ବ ଡାକ୍ତରଖାନା ବାହାରେ ହିଁ ହୋଇଥାଏ ବୋଲି ଡା. ସିଂହ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ରୋକିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସବୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣ୍ଟିଭେନମ ଇଞ୍ଜେକ୍‌ଶନ୍‌ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri