Posted inଫୁରସତ

ସାପ: ଏବେବି ରହିଛି ଭ୍ରାନ୍ତଧାରଣା

ସାପଙ୍କୁ ନେଇ ଏବେ ବି ଲୋକଙ୍କ ମନରେ ଭ୍ରାନ୍ତଧାରଣା ରହିଛି। ଫଳରେ କେତେକ ସ୍ଥାନରେ ଲୋକଙ୍କର ଜୀବନହାନି ହେଉଥିବାବେଳେ ଆଉ କେତେକ ସ୍ଥଳରେ ସାପଙ୍କୁ ମାରିଦିଆ ଯାଉଛି। ତେଣୁ ସଚେତନତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭୟ ଓ ଭ୍ରାନ୍ତଧାରଣାକୁ ଦୂରେଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୬ ତାରିଖରେ ‘ବିଶ୍ୱ ସର୍ପ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶାର ପୁରପଲ୍ଲୀରେ ରହି ଆସିଥିବା ସେଭଳି କିଛି ଭ୍ରାନ୍ତଧାରଣା ସମ୍ପର୍କରେ…

ଧଣ୍ଡ ସାପ କାମୁଡ଼ିଲେ ଆଉ କେଉଁ ସାପ କାମୁଡ଼ନ୍ତିନି
ସାଧାରଣରେ ଏକ ଧାରଣା ଅଛି ଯେ, ଧଣ୍ଡ ସାପ ସର୍ପଜାତିର ସବୁଠାରୁ ଛୋଟ । ତେଣୁ ସେ କାମୁଡିଥିବା ଲୋକଙ୍କୁ ଭବିଷ୍ୟତରେ ଆଉ କୌଣସି ସାପ କାମୁଡେ ନାହିଁ। ମାତ୍ର ବାସ୍ତବରେ ସାପ କାମୁଡିଥିବା ବ୍ୟକ୍ତି ଟି ଏଭଳି ଘଟଣା ପରେ ଅତ୍ୟଧିକ ସତର୍କ ହୋଇ ଯାଇଥାଏ। ଫଳରେ ଭବିଷ୍ୟତରେ ସାପଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି।
ଧଣ୍ଡ ସାପର ଗୁରୁବାର, ଢମଣାର ଶୁକ୍ରବାର ବିଷ ଥାଏ
ଧଣ୍ଡ ଓ ଢମଣା ସାପର ବିଷ ନ ଥାଏ। ତେବେ ଧଣ୍ଡ ସାପ ଗୁରୁବାର ଓ ଢମଣା ସାପର ଶୁକ୍ରବାର ବିଷଥାଏ। ତେଣୁ ଏହି ଦୁଇଦିନରେ ସମ୍ପୃକ୍ତ ସାପ କାମୁଡିଲେ ଲୋକଙ୍କ କ୍ଷତି ହୁଏ ବା ସେମାନେ ମୃତ୍ୟୁମୁଖରେ ପଡନ୍ତି ବୋଲି ଅନେକାଂଶରେ ଧାରଣା ରହିଛି। ମାତ୍ର ଏହା ଠିକ୍‌ ନୁହେଁ। ଧଣ୍ଡ ଓ ଢମଣା ସାପର ବିଷ ଦାନ୍ତ, ବିଷ ଗ୍ରନ୍ଥି ଏବଂ ବିଷ ପରିବହନ ପାଇଁ କମ୍ପ୍ରେସର ମସଲସ୍‌ ନ ଥାଏ। ଏଥିଯୋଗୁ ସେମାନେ ବିଷହୀନ ସର୍ପ ପରିଗଣିତ ହୁଅନ୍ତି। ତେଣୁ କେବଳ ଗୁରୁବାର ଏବଂ ଶୁକ୍ରବାର ସେମାନଙ୍କ କାମୁଡ଼ାରେ ବିଷ ଆସିବା ଅସମ୍ଭବ।
ଲାଉଡଙ୍କିଆ ସାପ ଆଖିକୁ ଚୋଟ ମାରେ
ଏହି ସାପର ରଙ୍ଗ ସବୁଜ ଆଉ ଲାଉ ଡଙ୍କ ଭଳି ସରୁଆ। ତେଣୁ ଏହାର ନାମ ଲାଉଡଙ୍କିଆ ସାପ। ସାପଟି ଗଛରେ ରହୁଥିବାରୁ ଗଛତଳେ ଥିବା ଲୋକର ମୁଣ୍ଡକୁ ଆଘାତ କରେ। ମାତ୍ର ଆଖିକୁ ଚୋଟ ମାରିବା ଭଳି ଘଟଣା କେବେ ବି ସାମ୍ନାକୁ ଆସିନାହିଁ। ତେବେ ଗଛରେ ଥିବା ଏଣ୍ଡୁଅ, ଝିଟିପିଟି ଆଦି ସମ୍ମୁଖକୁ ଆସିଲେ ଲାଉଡଙ୍କିଆ ସେମାନଙ୍କ ଆଖିକୁ ଦେଖି ଶିକାର କରିବାକୁ ଚେଷ୍ଟା କରେ। ତେବେ ମଣିଷ ଆଖିକୁ ଚୋଟ ମାରିବା କଥା ଏକ ଭ୍ରାନ୍ତ ଧାରଣା।
ସାପ କ୍ଷୀର ପିଏ: ଅନେକ ଲୋକ ନାଗ ସାପକୁ କ୍ଷୀର ପିଇବାକୁ ଦେଇଥାନ୍ତି। କାରଣ ସାପମାନେ କ୍ଷୀର ପିଅନ୍ତି ବୋଲି ଧାରଣା ଥାଏ। ମାତ୍ର ତାହା ସତ୍ୟ ନୁହେଁ। ଏଥିସହ ଢମଣା ସାପ ଗାଈଠାରୁ କ୍ଷୀର ପିଇଦିଏ ବୋଲି ଭ୍ରାନ୍ତ ଧାରଣା ରହିଛି। ତେବେ କ୍ଷୀରକୁ ହଜମ କରିବା ପାଇଁ ସ୍ତନ୍ୟପାୟୀ ପ୍ରାଣୀଙ୍କର ଯେଉଁ ଏନ୍‌ଜାଇମ୍‌ ଥାଏ, ତାହା ସାପମାନଙ୍କ ଦେହରେ ନ ଥାଏ। ତେଣୁ ସେମାନେ କ୍ଷୀର ପିଅନ୍ତି ନାହିଁ କିମ୍ବା କୌଣସି ସ୍ଥଳରେ ପିଇଲେ ତାକୁ ହଜମ କରି ପାରନ୍ତି ନାହିଁ। ଯାହାକି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।
ନାଗ ମୁଣ୍ଡରେ ମଣି: ନାଗ ମୁଣ୍ଡରେ ଥିବା ମଣି ପାଖରେ ରହିଲେ ଧନ ଲାଭ ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଧାରଣା ରହିଛି। କେତେକ ସାପୁଆ କେଳା ନିଜ ସହିତ ନାଗ ମଣି ଆଣି ବିକ୍ରି କରିଥାନ୍ତି। ମାତ୍ର ତାହା ନାଗମଣି ନୁହେଁ। ମାଛର ଆଖିକୁ ଦୀର୍ଘ ସମୟ ଧରି ହଳଦୀ ପାଣିରେ ପକାଇ ରଖିବା ପରେ ତାକୁ ନାଗମଣି କହି କେତେକ ବିକ୍ରି କରିଥାନ୍ତି। ବାସ୍ତବରେ ସାପ ମୁଣ୍ଡରେ କୌଣସି ମଣି ନ ଥାଏ।ଏ ସମ୍ପର୍କରେ ସ୍ନେକ ହେଲ୍‌ପ ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ସାପମାନଙ୍କୁ ନେଇ ଆମ ମଧ୍ୟରେ ଭୟ ସହିତ ବହୁ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଦୂର କରିବା ପାଇଁ ବ୍ୟାପକ ଆଲୋଚନା ଏବଂ ସଚେତନତା ଆବଶ୍ୟକ। କେବଳ ଏତିକି ନୁହେଁ ସାପକୁ ମୁଣ୍ଡରେ ପକାଇଲେ ବିବାହ ଯୋଗ ଫିଟିବା, ନାଗର ଛୁଆ ଢମଣା, ସାପ କାମୁଡ଼ିଲେ ମନ୍ଦିରରେ ପାଣି ଢାଳି ବିଷ ଝାଡିବା ଭଳି ବହୁ ଭ୍ରାନ୍ତ ଧାରଣା ଲୋକଙ୍କ ମଧ୍ୟରେ ରହି ଆସିଛି। ଏ ସବୁ ଦୂର ହେବା ନିହାତି ଆବଶ୍ୟକ। ସେହିପରି ସାପ ଆମ ପରିବେଶରେ ସନ୍ତୁଳନ ରକ୍ଷାରେ ସହାୟକ ହୋଇଥାନ୍ତି। ତେଣୁ ସେମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ।

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣତଃ ଦେଖାଯାଉଥିବା ସାପଙ୍କ ମଧ୍ୟରେ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡା (ରସଲ ଭାଇପର୍‌), ଧୂଳିଆ ବୋଡା (ସ’ ସ୍ପେଲ୍‌ଡ ଭାଇପର୍‌), ତାଳୁଆ ବୋଡା (ବାମ୍ବୋ ପିଟ୍‌ ଭାଇପର୍‌), ଅହିରାଜ (କିଙ୍ଗ୍‌କୋବ୍ରା)ଆଦି ବିଷଧର ଅଟନ୍ତି। ସେହିପରି ବିଷହୀନ ସାପଙ୍କ ମଧ୍ୟରେ ଧଣ୍ଡ, ଢମଣା, ମାଟି ବିରାଡି, ଅଜଗର, କାଣ୍ଡନାଳ, ବାଲିବୋଡା, ଦୋମୁଣ୍ଡିଆ ଆଦି ରହିଛନ୍ତି। ଏମାନଙ୍କ ବ୍ୟତୀତ ଲାଉ ଡଙ୍କିଆ, ତାଳି ସାପ ଆଦି କିଛି ସାପ ସ୍ବଳ୍ପ ବିଷଧାରୀ। ଏମାନେ ଏଣ୍ଡୁଅ, ଝିଟିପିଟି ଏବଂ ଛୋଟଛୋଟ ପକ୍ଷୀମାନଙ୍କ ପାଇଁ ବିଷଧର ସାଜୁଥିବାବେଳେ ମଣିଷଙ୍କ କ୍ଷେତ୍ରରେ ସେତେଟା ବିଷାକ୍ତ ନୁହନ୍ତି।

ରିପୋର୍ଟ: ବନ୍ଦନା ସେଠୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri