ସାପ ସ୍ବପ୍ନ ଦେଖୁଛନ୍ତି କି.. ଜାଣନ୍ତୁ କ’ଣ ଥାଏ ଭବିଷ୍ୟବାଣୀ

ନିଦ ଅଛି ତ ସ୍ବପ୍ନ ଅଛି। କହିବାର ତାତ୍ପର୍ଯ୍ୟ ଶୋଇବା ପରେ କିଛି ନା କିଛି ସ୍ବପ୍ନ ଆମେ ଦେଖିଥାଉ। ସ୍ବପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ପପ୍ନର କିଛି ନା କିଛି ଅର୍ଥ ନିହାତି ରହିଥାଏ। ସେଗୁଡ଼ିକ ଆଗାମୀ ଭବିଷ୍ୟତ ସମ୍ପର୍କରେ ପ୍ରଥମରୁ ସତର୍କ କରାଇଥାଏ। ସେଭଳି ଏକ ସ୍ବପ୍ନ ହେଉଛି ସାପ ସ୍ବପ୍ନ।

ଅଧିକାଂଶ ଲୋକ ସାପ ସ୍ବପ୍ନ ଦେଖିଥାନ୍ତି। ଏହା ଶୁଭ ଅଥବା ଅଶୁଭ ହୋଇପାରେ। କାରଣ ଏହା ସାପର ରଙ୍ଗ ଉପରେ ନିର୍ଭର କରିଥାଏ..

-ଧଳା ରଙ୍ଗର ସାପ ସ୍ବପ୍ନରେ ଦେଖିବା ଶୁଭ। ଏହାର ଅର୍ଥ ଆଗାମୀ ଦିନରେ ଆପଣଙ୍କୁ ଧନପ୍ରାପ୍ତିର ସୁଯୋଗ ରହିଛି।
-ମାଟିଆ ରଙ୍ଗର ସାପ ଗଛ ଉପରେ ଚଢ଼ୁଥିବା ଦେଖିଲେ ଶିଘ୍ର ଚାକିରି ମିଳିବା ଅଥବା ବ୍ୟବସାୟରେ ଉନ୍ନତି ହେବା ସଙ୍କେତ ରହିଥାଏ।

-ରଙ୍ଗବେରଙ୍ଗର ସାପ ଦେଖିବା ଅର୍ଥ ଆପଣ ବଡ଼ ମଣିଷ ହେବେ। ଏଥିରୁ ଆପଣଙ୍କୁ କେହି ରୋକି ପାରିବେ ନାହିଁ।

-ହଳଦିଆ ରଙ୍ଗର ସାପ ଦେଖିବା ଅର୍ଥ ଆପଣଙ୍କୁ କୌଣସି ନା କୌଣସି କାରଣରୁ ଘର ଛାଡ଼ିବାକୁ ପଡ଼ିପାରେ। ଏହା ବିଦେଶ ଯାତ୍ରାର ମଧ୍ୟ ସଂଙ୍କେତ ହୋଇଥାଏ।

– ସ୍ବପ୍ନରେ କଳା ନାଗ ଦେଖିବାର ଅର୍ଥ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି। ଏଥିସହ ମାନ ସମ୍ମାନ ବଢ଼ିବାର ସମ୍ଭାବନା ରହିଛି। ଯଦି ଆପଣ ଚାକିରି କରୁଛନ୍ତି ତେବେ ପ୍ରମୋଶନ ପକ୍କା। ଦରମା ମଧ୍ୟ ବଢ଼ିପାରିବ। କୁହାଯାଏ ସ୍ବପ୍ନରେ ଲମ୍ବା କଳା ସାପ ଦେଖିଲେ ସମସ୍ତ ଅଟକିଥିବା କାମ ହେବାର ସମ୍ଭାବନା ରହିଛି।

-ସ୍ବପ୍ନରେ ଲାଲ ରଙ୍ଗ ସାପ ଦେଖିଲେ ବାସ୍ତବିକ ଜୀବନରେ କରୁଥିବା କାମକୁ ରେକିଦେବା ଉଚିତ।

-ସୁନେଲୀ ରଙ୍ଗର ସାପ ସହ କୌଣସି ଧାର୍ମିକ ସ୍ଥଳ ଦେଖିବାର ଅର୍ଥ ମନୋସ୍କାମନା ପୂର୍ଣ୍ଣ ହେବା ଲାଗି ଆପଣ ଯାଚିଥିବା କିଛି ଦାନ ବିଷୟରେ ଆପଣ ଭୁଲିଯାଇଛନ୍ତି। ଏଣୁ ତୁରନ୍ତ ତାହା ଦେବାକୁ ଚେଷ୍ଟା କରନ୍ତୁ।

-ଯଦି ସ୍ବପ୍ନରେ କଳା ନାଗ ବଡ଼ ବଡ଼ ଆଖି କରି ଚାହିଁଥିବା ଦେଖନ୍ତି, ତେବେ ଏହା ଅର୍ଥ ଆପଣଙ୍କ ଇଷ୍ଟ ଦେବ ରାଗିଛନ୍ତି।

-ଲାଲ ସାପ ଦେଖିବାର ଅର୍ଥ ଆପଣଙ୍କୁ କାହାଠାରୁ ଧୋକା ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମାତ୍ର ଏତିକି କିଲୋର କିଣିପାରିବେ ଚିନି! ବିଗ୍‌ବାସ୍କେଟ-ଇନଷ୍ଟାମାର୍ଟ ଭଳି କମ୍ପାନୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୬।୮: ଭାରତରେ ପର୍ବପର୍ବାଣିର ମୁଖ୍ୟ ଋତୁ ପୂର୍ବରୁ ଯୋଗାଣରେ ହ୍ରାସ କାରଣରୁ D-Mart ଭଳି ରିଟେଲର୍ସ ଏବଂ BigBasket, Blinkit ଓ Swiggy Instamart ଭଳି…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri