ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର ଚଳାଇଛନ୍ତି। ଏପରି କି ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଦୈନିକ ଦେଶୀ ମଦ ଭାଟି କର୍ମଚାରୀମାନେ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚୋରା ମଦ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ବିଶେଷକରି ହଣ୍ଡପା, କିଶୋରନଗର, କିଆକଟା, ଆଠମଲ୍ଲିକ, ଠାକୁରଗଡ ଥାନାର ବଇଣ୍ଡା, ଜମ୍ବୁନାଳି, ମଧପୁର, ହିଞ୍ଜିରିଡା, ବିଲେଇନାଳି, ବୁଦୁଲିମୁଣ୍ଡା, କନ୍ଧରାମୁଣ୍ଡା, ଆମ୍ବାପାଳ, ହିମିତିରା, ଜଏରାଟ, ଧଉରାପାଲି, ସଞ୍ଜାମୁରା, ରଣିଆକଟା, ଉରୁକୁଳା, ସାନହୁଲା, ପେଡିପଥର, ମଇମୁରା, ସପଘରା, ହାଟପଦା, ପତାକା, ଆଠମଲ୍ଲିକ, ଜମ୍ବୁଡୋଲି, ଲୁହାସିଂହା, ମାଧପୁର, ପୁରୁଣାମାଣିତ୍ରି, କିଆକଟା, ବାସୁଦେବପୁର ଅଞ୍ଚଳରେ ଏହି ଚୋରା ମଦ କାରବାର ବୃଦ୍ଧି ପାଉଛି। କେତେଜଣ ଚୋରା ମଦ ବ୍ୟବସାୟୀ ବିଭିନ୍ନ ଗୁପ୍ତ ସ୍ଥାନରେ ଦେଶୀ ମହୁଲି ମଦ ରାନ୍ଧି ବ୍ୟବସାୟ କରୁଛନ୍ତି। ହେଲେ ଅବକାରୀ ବିଭାଗ ପକ୍ଷରୁ କେଉଁଠି କାଁ ଭାଁ ଚଢାଉ କରାଯାଇ ୫ ରୁ ୧୦ ଲିଟର ମଦ ଜବତ କରାଯାଉଛି।
ଏପ୍ରିଲ ଓ ମେ ମାସରେ ଅବକାରୀ ବିଭାଗ ପକ୍ଷରୁ ଆଠମଲ୍ଲିକ ଥାନାର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୩୦ ଲିଟର ମଦ ଜବତ ସହ ୧୪୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଏ ନେଇ ୪ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ ଥାନା ଅଞ୍ଚଳରେ ୧୩୦ ଲିଟର ମହୁଲି ମଦ ଜବତ କରାଯାଇଛି। ୧୧ଟି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ହଣ୍ଡପା ଥାନା ଅଞ୍ଚଳରେ ୧୫ ଲିଟର ମଦ ଜବତ ସହ ୧୨୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ୨ଟି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। କିଶୋରନଗର ଥାନା ଅଞ୍ଚଳରୁ ୧୩୦ ଲିଟର ଦେଶୀ ମହୁଲି, ୪ ଲିଟର ବିଦେଶୀ ମଦ ଓ ୧୫ କୁଇଣ୍ଟାଲ ମହୁଲ ଜବତ କରାଯାଇଛି। ୧୨ଟି ମାମଲା ରୁଜୁ କରାଯିବା ସହ ୧୧ ଜଣଙ୍କୁ ଗିରଫ କରାଯାଇଛି। ବଇଣ୍ଡା ଠାରେ ଏକ ଅବକାରୀ ଥାନା ନିର୍ମାଣ ହୋଇଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ। ଏହି ଥାନା ଅଧୀନରେ କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଥିବାବେଳେ ଦୀର୍ଘ ଦିନ ହେବ ଉପନିରୀକ୍ଷକ ପଦବୀ ଖାଲିପଡ଼ିଛି। ଜଣେ ସହକାରୀ ଉପ ନିରୀକ୍ଷକ ଓ ଜଣେ ମହିଳା କନଷ୍ଟେବଳ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ଅନୁଗୋଳରେ ରହୁଛନ୍ତି। ଫଳରେ ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଉପ ନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ବିଭାଗ ପକ୍ଷରୁ ଅନେକ ସମୟରେ ଉପଖଣ୍ଡର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ମଦ ଜବତ କରାଯାଉଛି। ବଇଣ୍ଡାଠାରେ ହୋଇଥିବା ନୂତନ ଥାନା କାମ ଶେଷ ହୋଇ ନ ଥିବାରୁ ବିଭାଗକୁ ହସ୍ତାନ୍ତର ହୋଇନାହଁି।

ଅବକାରୀ ଥାନା କାର୍ଯ୍ୟକ୍ଷମ ହେଉନି
ବଇଣ୍ଡା ଅଞ୍ଚଳରେ ନିର୍ମାଣ ହୋଇଥିବା ଅବକାରୀ ଥାନା କାର୍ଯ୍ୟକ୍ଷମ ହେଉନାହିଁ। ନିଯୁକ୍ତ କର୍ମଚାରୀମାନେ ମଧ୍ୟ ଏଠାରେ ରହୁ ନାହାନ୍ତି। ଚଳିତବର୍ଷ ମହୁଲ ଫୁଲ ପ୍ରଚୁର ମାତ୍ରାରେ ସଂଗ୍ରହ ହୋଇଥିବାରୁ କେତେଜଣ ଯୁବକ ମଦ ରାନ୍ଧି ବ୍ୟବସାୟ କରୁଛନ୍ତି।
-ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ବଇଣ୍ଡା
ଠିକ୍‌ ଭାବେ ଚଢ଼ାଉ କରାଯାଉନି
ପଞ୍ଚାୟତର ଅନେକ ବିଦ୍ୟାଳୟ ନିକଟରେ ଚୋରା ଦେଶୀ ମହୁଲି ମଦ ବିକ୍ରି ହେଉଛି। କରୋନା ପାଇଁ ଠିକ୍‌ ଭାବେ ଚଢାଉ ହେଉ ନ ଥିବା ଯୋଗୁ ଗ୍ରାମାଞ୍ଚଳରେ ନିଶା କାରବାର ବୃଦ୍ଧିପାଉଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ।
-ସନ୍ତୋଷ ଦେହୁରୀ, ସାନଗୋବିନ୍ଦପୁର
ନୂଆ ବ୍ୟବସାୟୀଙ୍କୁ ଗିରଫ କରାଯାଉନି
ଘନ ଘନ ଚଢ଼ାଉ କରା ନ ଯାଇ କେତେଜଣ ପୁରୁଣା ଚୋରା ମଦ ବ୍ୟବସାୟୀଙ୍କୁ ପ୍ରତିବର୍ଷ ୨ ଥର ଲେଖାଏ ଗିରଫ କରି କାମ ସାରିଦିଆଯାଉଛି। ନୂଆ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଉନାହିଁ। ବିଭାଗୀୟ ଅଧିକାରୀମାନେ ଚାହିଲେ ଏହି ବ୍ୟବସାୟକୁ ରୋକା ଯାଇପାରିବ।
-ଅଞ୍ଜନ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ, ଆଠମଲ୍ଲିକ
ଚଢ଼ାଉ ପୂର୍ବରୁ ଫେରାର ହେଉଛନ୍ତି
କରୋନା ପାଇଁ ଏବେ ଠିକ୍‌ ଭାବେ ଚଢ଼ାଉ ହେଉନାହିଁ। ଏହାର ସୁଯୋଗ ନେଇ ଗ୍ରାମାଞ୍ଚଳର କେତେଜଣ ଯୁବକ ଜଙ୍ଗଲିଆ ସ୍ଥାନରେ ମହୁଲ ଫୁଲ ରାନ୍ଧି ବିକ୍ରି କରୁଛନ୍ତି। ଚଢ଼ାଉ ପୂର୍ବରୁ ବ୍ୟବସାୟୀମାନେ ସାମଗ୍ରୀ ଲୁଚାଇ ଫେରାର ହୋଇଯାଉଛନ୍ତି।
-ଗରକି ଦେଓ, ନାକିଚି


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri