ଦାମୀଗାଡ଼ିରେ ଗଞ୍ଜେଇ ଚାଲାଣ, ପାଟ୍ରୋଲିଂବେଳେ ଦୁଇ ଅଭିଯୁକ୍ତଙ୍କୁ…

ବଲାଙ୍ଗୀର,୧୪ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଅବକାରୀ ବିଭାଗ ରବିବାର ଭୋରରୁ ତୁଷୁରା-ଆଟଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ରଙ୍ଗର ଦାମୀ ଥାର ଗାଡ଼ିରେ ଚାଲାଣ ହେଉଥିବା ୩୭୦ କେଜି ଗଞ୍ଜେଇ ଜବତ କରିଛି। ଅବକାରୀ ଟିମ୍‌ ଫିଲ୍ମ ଷ୍ଟାଇଲରେ ଥାର ଗାଡ଼ିକୁ କାବୁ କରି ସେଥିରେ ଥିବା ଗଞ୍ଜେଇ ଜବତ କରିଛି। ଗାଡ଼ି ଭିତରୁ ୩ ଶହ ୭୦ କେଜି ଗଞ୍ଜେଇ ଜବତ କରିଛି। ଗାଡ଼ି ଭିତରୁ ଝାଡ଼ଖଣ୍ଡର ସଲମାନ ଆଲମ ଏବଂ ମହମ୍ମଦ ଅସିଫ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କନ୍ଧମାଳ ଜିଲାରୁ ମହାରାଷ୍ଟ୍ରର ମୁମ୍ବାଇକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଅବକାରୀ ଟିମ୍‌ ଏହାକୁ କାବୁ କରି ନେଇଛି। ମୁମ୍ବାଇରୁ ପୂରା ଗଞ୍ଜେଇ ଚୋରା ଚାଲାଣ ନେଟଓ୍ବର୍କକୁ ଅପରେଟ୍‌ ହେଉଥିବା ଅବକାରୀ ବିଭାଗ ଅନୁମାନ କରୁଛି।

Dharitri – Odisha’s No.1 Odia Daily