Posted inଜାତୀୟ

ବିଏସଏଫ ଟିମ୍‌ ଉପରେ ଚୋରା ଚାଲାଣକାରୀଙ୍କ ଆକ୍ରମଣ: ୪ ଯବାନ ଆହତ…

ମାମାଭଗିନା ,୭।୧ : ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣକାରୀଙ୍କ ଦ୍ୱାରା ବିଏସଏଫ ଯବାନଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳା ପ୍ରହରୀଙ୍କ ସମେତ ଚାରି ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ଅପରେଶନ ଜୋରଦାର କରାଯାଇଛି। ସୀମା ନିରୀକ୍ଷଣରେ ନିୟୋଜିତ ସିସିଟିଭି କ୍ୟାମେରା, ରେକର୍ଡର, କମ୍ପ୍ୟୁଟର ଏବଂ କଣ୍ଟ୍ରୋଲ ରୁମକୁ ଭଙ୍ଗାରୁଜା କରି ଚୋଲା ଚାଲାଣକାରୀମାନେ ବିଏସଏଫ ସମ୍ପତ୍ତିର ବ୍ୟାପକ କ୍ଷତି ଘଟାଇଛନ୍ତି। ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ବିଏସଏଫ ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି।

ଦକ୍ଷିଣ ପଶ୍ଚିମବଙ୍ଗ ସୀମାନ୍ତ ଅନ୍ତର୍ଗତ ୬୮ତମ କର୍ପସ ଉତ୍ତର ୨୪ ପରଗଣା ଜିଲାର ସୀମା ପୋଷ୍ଟ ମାମାଭଗିନାର ଯବାନମାନେ ଶୁକ୍ରବାର ଦିନ ସୂଚନା ପାଇଥିଲେ ଯେ ନାଭାଡାପଡା ଗାଁର ଆଲାମଗିର ମଣ୍ଡଳ,ସୁଖଦେବ ମଣ୍ଡଳ ସୁକୁମାର ଏବଂ ପବିତ୍ରଙ୍କ ପାଖରୁ ବହୁ ପରିମାଣର ଗଞ୍ଜା ଏବଂ ଫେନସେଡିଲ ଚୋରା ଚାଲାଣ କରାଯିବ। ଏସବୁ ବାଂଲାଦେଶକୁ ପଠାଯିବ। ଏହା ପରେ କମ୍ପାନୀ କମାଣ୍ଡର ବଗଦାହ ପୋଲିସ ଷ୍ଟେଶନକୁ ସୂଚନା ଦେଇଥିଲେ। ଏହା ପରେଯବାନମାନେ ଗ୍ରାମ ସଦସ୍ୟଙ୍କ ଉପସ୍ଥିତିରେ ଉକ୍ତ ସନ୍ଦିଗ୍ଧ ଘର ଉପରେ ଚଢ଼ାଉ କରିଥିଲେ। ଖୋଜାଖୋଜି ସମୟରେ ଆଲାମଗିର ମଣ୍ଡଳଙ୍କ ଘରୁ ୪୩ କିଲୋଗ୍ରାମ ଗଞ୍ଜା ଏବଂ ୩୭୧ ବୋତଲ ଫେନସେଡିଲ ସହିତ ଗିରଫ କରାଯାଇଥିଲା।

ଯେତେବେଳେ ବିଏସଏଫ ଯବାନମାନେ ଆଲାମଗିର ମଣ୍ଡଳଙ୍କୁ ଗିରଫ ନେଇ ଯାଉଥିଲେ, ସେତେବେଳେ ତାଙ୍କ ସହଯୋଗୀ ଚୋରା ଚାଲାଣକାରୀମାନେ ହଠାତ ବାଡ଼ି ଓ ପଥରରେ ଆକ୍ରମଣ କରିଥିଲେ। ଯେଉଁଥିରେ ୪ ଜଣ ବିଏସଏଫ ଯବାନ ଗୁରୁତର ଆହତ ହୋଇଥିଲେ। ଯବାନମାନେ ଆତ୍ମରକ୍ଷା ପାଇଁ ପିଏଜିର ବ୍ୟବହାର କରିଥିଲେ। ଏହା ପରେ ଚୋରା ଚାଲାଣକାରୀମାନେ ସେଠାରୁ ପଳାୟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକକୁ ମିଳିଲେ ନୂଆ ଅଧ୍ୟକ୍ଷା, ବିଧାୟକଙ୍କ ଉପସ୍ଥିତିରେ ନେଲେ ଦାୟିତ୍ୱ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଏସ୍. ସାରଦା ରେଡ୍ଡୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ମ୍ୟୁନିସିପାଲିଟି…

କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି; ବଦଳିବ ଏହି ବିମାନବନ୍ଦର ନାମ, ମୋଦି….

ଲକ୍ଷ୍ନୌ,୯ା୧୦: ଉତ୍ତରପ୍ରଦେଶର ନୋଏଡାସ୍ଥିତ ଜେୱର ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯିବ । ଏହାର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବାକୁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।…

ଓଲଟିଲା ବସ୍‌: ଭିତରେ ଥିଲେ ୩୦ ଯାତ୍ରୀ, ସେଥିରୁ ୨ ଜଣ…

ବଣାଇଁ,୯ା୧୦(ପ୍ରଦୀପ ତ୍ରିପାଠୀ): ସମ୍ବଲପୁର ଜିଲା କୁଚିଣ୍ଡାରୁ ବଣାଇଁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଅଂଶିକା’ ଗୁରୁଣ୍ଡିଆ ନିକଟସ୍ଥ ମଧୁପୁରଠାରେ ଶୁକ୍ରବାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସେଥିରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?