Posted inଖେଳ

୨୪ ବର୍ଷରେ ପାଦ ଥାପିଲେ ସ୍ମୃତି ମନ୍ଧାନା: ବିବାହ ପାଇଁ ରଖିଥିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ, ୧୮।୭- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ସ୍ମୃତି ମନ୍ଧାନା ଶନିବାର ୨୪ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ କ୍ରିକେଟ୍‌ ଜଗତର ବହୁ ଜଣାଶୁଣା ଖେଳାଳି ମନ୍ଧାନାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଯୁବରାଜ ସିଂ, ଶିଖର ଧାଓ୍ବନ, ଆକାଶ ଚୋପ୍ରା, ଝୁଲଣ ଗୋସ୍ବାମୀ, ମହିଳା ଟିମ୍‌ର କୋଚ୍‌ ଡବ୍ଲ୍ୟୁଭି ରମନ, ରାହୁଲ ଶର୍ମା ଓ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରମୁଖ ରହିଛନ୍ତି।
ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ମନ୍ଧାନା ଖୁବ୍‌ ଅଳ୍ପ ସମୟ ମଧ୍ୟରେ କ୍ରିକେଟ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ତାଙ୍କୁ ବୀରେନ୍ଦ୍ର ସେହ୍ବାଗଙ୍କ ସହ ତୁଳନା କରାଯାଏ। ୨୦୧୩ରେ ଏକଦିବସୀୟ ଓ ୨୦୧୪ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଏହି ମୁମ୍ବାଇ ଜନ୍ମିତ ବାମହାତୀ ବ୍ୟାଟ୍ସଓମ୍ୟାନ ୨୦୧୬ରେ ‘ଆଇସିସି ଓମେନ୍ସ ଟିମ୍‌ ଅଫ୍‌ ଇୟର’ରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୫୧ ଏକଦିବସୀୟ ଓ ୭୫ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୦୨୫ ଓ ୧୭୧୬ ରନ ସଂଗ୍ରହ କରିଛନ୍ତି। ଏକଦିବସୀୟ କ୍ରିକେଟ୍‌ରେ ତାଙ୍କ ନାମରେ ୪ଟି ଶତକ ଲିପିବଦ୍ଧ ରହିଛି, ଯାହା ମନ୍ଧାନାଙ୍କୁ ଜଣେ ନିର୍ଭିକ ବ୍ୟାଟ୍ସଓମ୍ୟାନର ପରିଚୟ ଦିଏ। ମନ୍ଧାନା ଦ୍ୱିତୀୟ ଦ୍ରୁତତ୍ତମ ମହିଳା କ୍ରିକେଟର୍‌ ଭାବେ ଟି୨୦ କ୍ରିକେଟ୍‌ରେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ତେବେ ଏହି ଗ୍ଲାମରସ୍‌ ମହିଳା କ୍ରିକେଟର୍‌ ନିଜ ବିବାହ ପାଇଁ ଦୁଇଟି ସର୍ତ୍ତ ରଖିଛନ୍ତି। ନିକଟରେ ଜଣେ ପ୍ରଶଂସକ ସୋସିଆଲ ମିଡିଆ ଟୁଇଟର୍‌ ମାଧ୍ୟମରେ ତାଙ୍କୁ ବିବାହ ବିଷୟରେ ପଚାରିଥିଲେ। ‘ଆପଣଙ୍କୁ ବିବାହ କରିବାକୁ ଥିବା ବ୍ୟକ୍ତି ନିକଟରେ କେଉଁ ଗୁଣ ରହିବା ଉଚିତ୍‌’ ବୋଲି ପ୍ରଶଂସକ ଜଣଙ୍କ ପ୍ରଶ୍ନ କରିଥିଲେ। ୨୪ ବର୍ଷୀୟା ମନ୍ଧାନା ଉତ୍ତରରେ ୨ଟି ସର୍ତ୍ତ ରଖିଥିଲେ। ସେ କହିଥିଲେ, ଏକ ନମ୍ବରେ ସେହି ବ୍ୟକ୍ତି ମୋତେ ଭଲ ପାଉଥିବା ଏବଂ ଦ୍ୱିତୀୟରେ ଏକ ନମ୍ବର ସର୍ତ୍ତକୁ ସର୍ବଦା ମନେ ରଖିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri