ଦିନରେ ଧୂଆଁ, ରାତିରେ ନିଆଁ

ଘାସିରାମ ପଣ୍ଡା

ଖରା ବଢ଼ିବା ସହିତ ଜଙ୍ଗଲରେ ନିଆଁ ବି ବଢ଼ିପାରେ। ବୈଷୟିକ ଜ୍ଞାନକୌଶଳ ସହାୟତାରେ ବିଭାଗ ପାଖକୁ ପ୍ରତିଦିନ ଜଙ୍ଗଲ ନିଆଁର ସ୍ଥିତି ପହଞ୍ଚତ୍ୟାଉଛି। ତେଣୁ ଆଉ ଚିନ୍ତା ନାହିଁ। ସୂଚନା ଆଧାରରେ ବିଭାଗ ନିଆଁକୁ ଆୟତ୍ତ କରିବାର ପ୍ରୟାସ କରୁଛି। ଗତ କିଛି ବର୍ଷ ହେଲା ବିଭାଗ ଏହି କୌଶଳକୁ ବ୍ୟବହାର କରିଆସୁଥିଲେ ବି ଏଥର ଜଙ୍ଗଲ ନିଆଁକୁ ନେଇ ଗଣମାଧ୍ୟମ ବିଶେଷ ମୁଖରିତ ହେଲା ପରେ ଅନେକ କଥା ସାଧାରଣ ଲୋକେ ଜାଣିଲେ। ସରକାର ଏଥିପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କଲେ ଓ ସେମାନେ ନିଜର ଉତ୍ତରଦାୟିତ୍ୱକୁ ଯଥାର୍ଥ କରିବା ପାଇଁ ଅନେକ ସୂଚନା ସାଧାରଣରେ ପ୍ରକାଶ କଲେ।
ଲୋକେ କାହିଁକି ନିଆଁ ଲଗେଇ ଦେଉଛନ୍ତି ବୋଲି ଭାବି ଅନେକେ ବ୍ୟଥିତ ହେଉଛନ୍ତି। କେହି କେହି ‘ଅସଭ୍ୟ’ର ପ୍ରତିଶବ୍ଦ ଭାବରେ ‘ଜଙ୍ଗଲୀ’କୁ ବ୍ୟବହାର କରି ଜଙ୍ଗଲନିବାସୀଙ୍କ ଚାରିପୁରୁଷ ବି ଉଦ୍ଧାର କରିଦେଉଛନ୍ତି। ହେଲେ ବୁଝିବା କଥା ଯେ, ଆମ ପାଇଁ ଜଙ୍ଗଲ ଅମ୍ଳଜାନ, ପରିବେଶ ବା ଆମୋଦସ୍ଥଳି ହୋଇପାରେ; ହେଲେ ବନବାସୀଙ୍କ ପାଇଁ ବସତି ଓ ଜୀବନଜୀବିକାର ଉତ୍ସ। ସେମାନେ ‘ଆପଣା ହସ୍ତେ ଜିହ୍ବା ଛେଦି’ ଭଳି ପଦକ୍ଷେପ ନେବେ କାହିଁକି? ଯଦି ସେଭଳି ହେଉଛି ଏବଂ ସ୍ଥିତିରେ ଆମେ ପରିବର୍ତ୍ତନ ଚାହୁଁଛେ, ତା’ହେଲେ ଲୋକଙ୍କ ଭିତରେ ଏ ବ୍ୟାବହାରିକ ପରିବର୍ତ୍ତନ କେବେଠୁ ଓ କାହିଁକି ହେଲା ଜାଣିବାକୁ ପଡ଼ିିବ।
ମହୁଲ ଗୋଟାଉଥିବା ଲୋକଙ୍କୁ ନିଆଁ ଲଗେଇବା ପାଇଁ ବେଶି ଦାୟୀ କରାଯାଏ। ନିକଟରେ ଦେବଗଡ଼ ଜିଲାର ରିଆମାଳ ଯାଉଥିବା ବେଳେ କିଛି ମହୁଲ ଗୋଟାଉଥିବା ଲୋକଙ୍କ ସହ ଆଲୋଚନା କରିବାର ଅବକାଶ ମିଳିଳା। ପଚାରିଲି, ମହୁଲ ଗୋଟେଇବା ପାଇଁ ନିଆଁ ଲଗାଉଛନ୍ତି କି? ସେମାନେ କହିଲେ, ‘ହଁ’! ହେଲେ ଏହା ଆମ ନିୟନ୍ତ୍ରଣରେ ଥାଏ- ସେମାନେ ଯୋଡ଼ିଲେ। ସେମାନଙ୍କ ମତରେ, ନିଆଁ ନିୟନ୍ତ୍ରଣରେ ରହିଲେ ଖରାପ ନୁହେଁ। ଏହା ଜଙ୍ଗଲର ଶୁଖିଯାଇଥିବା ଅନାବନା ବୁଦାକୁ ପୋଡ଼ିଦିଏ। ଏହା ଦ୍ୱାରା ନୂଆ ଘାସ ଭଲରେ ହୁଏ। ଅନେକ ପ୍ରଜାତିର ମଞ୍ଜି ନିଆଁରେ ବା ତତଲା ମାଟିରେ ପଡ଼ିଲା ପରେ ଗଜା ହୁଏ। ଅଧିକ ଦିନ ପତ୍ର ଓ କୁଟା ପଡିଥିବା ଅଞ୍ଚଳରେ ନିଆଁ ଧରିଲେ ବେଶିଦିନ ନିଆଁ ରହେ, ଯାହା ଜଙ୍ଗଲକୁ ବେଶି କ୍ଷତି କରେ। ଏଣୁ ମଝିରେ ମଝିରେ ନିୟନ୍ତ୍ରଣ ଭିତରେ ନିଆଁ ରହିଲେ ଜଙ୍ଗଲ ଓ ଜଙ୍ଗଲନିବାସୀ ଉଭୟ ପରିପୁଷ୍ଟ ହୁଅନ୍ତି। ଜଙ୍ଗଲ ନିଆଁ ତଳେ ଥିବା ଅବସ୍ଥାରେ ନିୟନ୍ତ୍ରଣ ହୋଇପାରିଲେ ଜଙ୍ଗଲକୁ ବିପଦ ନାହିଁ। ଆମେ ଦିନରେ ଧୂଆଁ ଓ ରାତିରେ ନିଆଁ ଦେଖି ଜଙ୍ଗଲ ନିଆଁର ସ୍ଥିତିକୁ ଆକଳନ କରୁ ଓ ସେହି ଅନୁସାରେ ଗାଁ ଲୋକେ ମିଶି ନିଆଁକୁ ନିୟନ୍ତ୍ରଣ କରୁ। ହେଲେ ଏବେ ଏଥିପାଇଁ ଜଙ୍ଗଲ ବିଭାଗକୁ ପଇସା ଆସୁଛି। ସେମାନେ ଲୋକ ଲଗେଇ ନିଆଁ ଲିଭାଉଛନ୍ତି। ଆମ ସହିତ କିଛି ଆଲୋଚନା ହେଉ ନାହିଁ, ବରଂ ଆମକୁ ଏଥିପାଇଁ ଦାୟୀ କରୁଛନ୍ତି।
ଜଙ୍ଗଲ ନିଆଁକୁ ନେଇ ସହରୀ ପରିବେଶପ୍ରେମୀ ଓ ଜଙ୍ଗଲବାସିନ୍ଦାଙ୍କ ଚିନ୍ତନ ଭିତରେ ଅନେକ ଫରକ ଥିଲା। ଲୋକ ସ୍ମୃତିରେ ଥିବା ଏଭଳି ପାରମ୍ପରିକ ଜ୍ଞାନ ଓ ତା’ର ପ୍ରୟୋଗକୁ ଆମେ ଅବହେଳା କରି ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ନିର୍ଭର କରୁଛୁ ସିନା, ଏବେ ବି ସେମାନଙ୍କ ସହଯୋଗ ବିନା ସମସ୍ୟାର ସମାଧାନ ସମ୍ଭବ ହୋଇପାରୁ ନାହିଁ।
ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ ପ୍ରସ୍ତୁତ ଜଙ୍ଗଲ ନିଆଁ ବିପର୍ଯ୍ୟୟ ପରିଚାଳନା ପୁସ୍ତିକାରେ ମଧ୍ୟ ଜଙ୍ଗଲ ନିଆଁକୁ ଜଙ୍ଗଲ ପରିସଂସ୍ଥାନର ଏକ ଅଂଶ ଭାବରେ ଓ ଜଙ୍ଗଲ ପରିଚାଳନାର ଏକ ପାରମ୍ପରିକ ଉପାୟ ଭାବରେ ଦେଖାଇବାକୁ ପରାମର୍ଶ ଦିଆଯାଇଛି। ଇଂଲଣ୍ଡ, ଆମେରିକା, କାନାଡା ଭଳି ଦେଶଗୁଡ଼ିକରେ ଜଙ୍ଗଲର ଅଭିବୃଦ୍ଧି ପାଇଁ ପ୍ରତି ୧୦-୧୨ ବର୍ଷରେ ନିୟନ୍ତ୍ରିତ ଢଙ୍ଗରେ ନିଆଁ ଲଗାଯାଏ। ଦେବଗଡ଼ର ସେ ଗାଁ ଲୋକେ କହିଥିବା କଥାକୁ ବିଜ୍ଞାନସମ୍ମତ ଭାବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ ମଧ୍ୟ ସ୍ବୀକୃତି ଦେଉଛି। ଦୁଇ ବର୍ଷ ପୂର୍ବେ ଡ. ନୀତୀନ ରାଏ, ଡ. ରମନ ସୁକୁମାର ପ୍ରମୁଖ ଦେଶର ୬ ଜଣ ବରିଷ୍ଠ ବୈଜ୍ଞାନିକ ଜଙ୍ଗଲ ନିଆଁର ଆବଶ୍ୟକତା ଓ ପାରମ୍ପରିକ ପ୍ରକ୍ରିୟାରେ ତା’ର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ଖୋଲାପତ୍ର ଲେଖିଥିଲେ। ସେମାନଙ୍କ ଗବେଷଣା ଅନୁଯାୟୀ, ୬୦ ହଜାରରୁ ଅଧିକ ବର୍ଷ ହେବଣି ଜଙ୍ଗଲରେ ନିଆଁ ଲାଗି ଆସୁଛି। ଜଙ୍ଗଲକୁ ପ୍ରାକୃତିକ କୁହାଯାଉଥିଲେ ହେଁ ଏହାର ସୃଷ୍ଟି ଓ ପୁନଃ ଜନନରେ ନିଆଁ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଆଧୁନିକ ଜ୍ଞାନକୌଶଳ ସହ ଦିନରେ ଧୂଆଁ- ରାତିରେ ନିଆଁ ଭଳି ପାରମ୍ପରିକ ଜ୍ଞାନର ବିନିଯୋଗ କଲେ, ବିଭାଗ ଲୋକଙ୍କ ବିଶ୍ୱାସଭାଜନ ହେବ ଓ ବେଳ ଥାଉ ବନ୍ଧ ବାନ୍ଧିପାରିବ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri