ଦିନରେ ଧୂଆଁ, ରାତିରେ ନିଆଁ

ଘାସିରାମ ପଣ୍ଡା

ଖରା ବଢ଼ିବା ସହିତ ଜଙ୍ଗଲରେ ନିଆଁ ବି ବଢ଼ିପାରେ। ବୈଷୟିକ ଜ୍ଞାନକୌଶଳ ସହାୟତାରେ ବିଭାଗ ପାଖକୁ ପ୍ରତିଦିନ ଜଙ୍ଗଲ ନିଆଁର ସ୍ଥିତି ପହଞ୍ଚତ୍ୟାଉଛି। ତେଣୁ ଆଉ ଚିନ୍ତା ନାହିଁ। ସୂଚନା ଆଧାରରେ ବିଭାଗ ନିଆଁକୁ ଆୟତ୍ତ କରିବାର ପ୍ରୟାସ କରୁଛି। ଗତ କିଛି ବର୍ଷ ହେଲା ବିଭାଗ ଏହି କୌଶଳକୁ ବ୍ୟବହାର କରିଆସୁଥିଲେ ବି ଏଥର ଜଙ୍ଗଲ ନିଆଁକୁ ନେଇ ଗଣମାଧ୍ୟମ ବିଶେଷ ମୁଖରିତ ହେଲା ପରେ ଅନେକ କଥା ସାଧାରଣ ଲୋକେ ଜାଣିଲେ। ସରକାର ଏଥିପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ କଲେ ଓ ସେମାନେ ନିଜର ଉତ୍ତରଦାୟିତ୍ୱକୁ ଯଥାର୍ଥ କରିବା ପାଇଁ ଅନେକ ସୂଚନା ସାଧାରଣରେ ପ୍ରକାଶ କଲେ।
ଲୋକେ କାହିଁକି ନିଆଁ ଲଗେଇ ଦେଉଛନ୍ତି ବୋଲି ଭାବି ଅନେକେ ବ୍ୟଥିତ ହେଉଛନ୍ତି। କେହି କେହି ‘ଅସଭ୍ୟ’ର ପ୍ରତିଶବ୍ଦ ଭାବରେ ‘ଜଙ୍ଗଲୀ’କୁ ବ୍ୟବହାର କରି ଜଙ୍ଗଲନିବାସୀଙ୍କ ଚାରିପୁରୁଷ ବି ଉଦ୍ଧାର କରିଦେଉଛନ୍ତି। ହେଲେ ବୁଝିବା କଥା ଯେ, ଆମ ପାଇଁ ଜଙ୍ଗଲ ଅମ୍ଳଜାନ, ପରିବେଶ ବା ଆମୋଦସ୍ଥଳି ହୋଇପାରେ; ହେଲେ ବନବାସୀଙ୍କ ପାଇଁ ବସତି ଓ ଜୀବନଜୀବିକାର ଉତ୍ସ। ସେମାନେ ‘ଆପଣା ହସ୍ତେ ଜିହ୍ବା ଛେଦି’ ଭଳି ପଦକ୍ଷେପ ନେବେ କାହିଁକି? ଯଦି ସେଭଳି ହେଉଛି ଏବଂ ସ୍ଥିତିରେ ଆମେ ପରିବର୍ତ୍ତନ ଚାହୁଁଛେ, ତା’ହେଲେ ଲୋକଙ୍କ ଭିତରେ ଏ ବ୍ୟାବହାରିକ ପରିବର୍ତ୍ତନ କେବେଠୁ ଓ କାହିଁକି ହେଲା ଜାଣିବାକୁ ପଡ଼ିିବ।
ମହୁଲ ଗୋଟାଉଥିବା ଲୋକଙ୍କୁ ନିଆଁ ଲଗେଇବା ପାଇଁ ବେଶି ଦାୟୀ କରାଯାଏ। ନିକଟରେ ଦେବଗଡ଼ ଜିଲାର ରିଆମାଳ ଯାଉଥିବା ବେଳେ କିଛି ମହୁଲ ଗୋଟାଉଥିବା ଲୋକଙ୍କ ସହ ଆଲୋଚନା କରିବାର ଅବକାଶ ମିଳିଳା। ପଚାରିଲି, ମହୁଲ ଗୋଟେଇବା ପାଇଁ ନିଆଁ ଲଗାଉଛନ୍ତି କି? ସେମାନେ କହିଲେ, ‘ହଁ’! ହେଲେ ଏହା ଆମ ନିୟନ୍ତ୍ରଣରେ ଥାଏ- ସେମାନେ ଯୋଡ଼ିଲେ। ସେମାନଙ୍କ ମତରେ, ନିଆଁ ନିୟନ୍ତ୍ରଣରେ ରହିଲେ ଖରାପ ନୁହେଁ। ଏହା ଜଙ୍ଗଲର ଶୁଖିଯାଇଥିବା ଅନାବନା ବୁଦାକୁ ପୋଡ଼ିଦିଏ। ଏହା ଦ୍ୱାରା ନୂଆ ଘାସ ଭଲରେ ହୁଏ। ଅନେକ ପ୍ରଜାତିର ମଞ୍ଜି ନିଆଁରେ ବା ତତଲା ମାଟିରେ ପଡ଼ିଲା ପରେ ଗଜା ହୁଏ। ଅଧିକ ଦିନ ପତ୍ର ଓ କୁଟା ପଡିଥିବା ଅଞ୍ଚଳରେ ନିଆଁ ଧରିଲେ ବେଶିଦିନ ନିଆଁ ରହେ, ଯାହା ଜଙ୍ଗଲକୁ ବେଶି କ୍ଷତି କରେ। ଏଣୁ ମଝିରେ ମଝିରେ ନିୟନ୍ତ୍ରଣ ଭିତରେ ନିଆଁ ରହିଲେ ଜଙ୍ଗଲ ଓ ଜଙ୍ଗଲନିବାସୀ ଉଭୟ ପରିପୁଷ୍ଟ ହୁଅନ୍ତି। ଜଙ୍ଗଲ ନିଆଁ ତଳେ ଥିବା ଅବସ୍ଥାରେ ନିୟନ୍ତ୍ରଣ ହୋଇପାରିଲେ ଜଙ୍ଗଲକୁ ବିପଦ ନାହିଁ। ଆମେ ଦିନରେ ଧୂଆଁ ଓ ରାତିରେ ନିଆଁ ଦେଖି ଜଙ୍ଗଲ ନିଆଁର ସ୍ଥିତିକୁ ଆକଳନ କରୁ ଓ ସେହି ଅନୁସାରେ ଗାଁ ଲୋକେ ମିଶି ନିଆଁକୁ ନିୟନ୍ତ୍ରଣ କରୁ। ହେଲେ ଏବେ ଏଥିପାଇଁ ଜଙ୍ଗଲ ବିଭାଗକୁ ପଇସା ଆସୁଛି। ସେମାନେ ଲୋକ ଲଗେଇ ନିଆଁ ଲିଭାଉଛନ୍ତି। ଆମ ସହିତ କିଛି ଆଲୋଚନା ହେଉ ନାହିଁ, ବରଂ ଆମକୁ ଏଥିପାଇଁ ଦାୟୀ କରୁଛନ୍ତି।
ଜଙ୍ଗଲ ନିଆଁକୁ ନେଇ ସହରୀ ପରିବେଶପ୍ରେମୀ ଓ ଜଙ୍ଗଲବାସିନ୍ଦାଙ୍କ ଚିନ୍ତନ ଭିତରେ ଅନେକ ଫରକ ଥିଲା। ଲୋକ ସ୍ମୃତିରେ ଥିବା ଏଭଳି ପାରମ୍ପରିକ ଜ୍ଞାନ ଓ ତା’ର ପ୍ରୟୋଗକୁ ଆମେ ଅବହେଳା କରି ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ନିର୍ଭର କରୁଛୁ ସିନା, ଏବେ ବି ସେମାନଙ୍କ ସହଯୋଗ ବିନା ସମସ୍ୟାର ସମାଧାନ ସମ୍ଭବ ହୋଇପାରୁ ନାହିଁ।
ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ ପ୍ରସ୍ତୁତ ଜଙ୍ଗଲ ନିଆଁ ବିପର୍ଯ୍ୟୟ ପରିଚାଳନା ପୁସ୍ତିକାରେ ମଧ୍ୟ ଜଙ୍ଗଲ ନିଆଁକୁ ଜଙ୍ଗଲ ପରିସଂସ୍ଥାନର ଏକ ଅଂଶ ଭାବରେ ଓ ଜଙ୍ଗଲ ପରିଚାଳନାର ଏକ ପାରମ୍ପରିକ ଉପାୟ ଭାବରେ ଦେଖାଇବାକୁ ପରାମର୍ଶ ଦିଆଯାଇଛି। ଇଂଲଣ୍ଡ, ଆମେରିକା, କାନାଡା ଭଳି ଦେଶଗୁଡ଼ିକରେ ଜଙ୍ଗଲର ଅଭିବୃଦ୍ଧି ପାଇଁ ପ୍ରତି ୧୦-୧୨ ବର୍ଷରେ ନିୟନ୍ତ୍ରିତ ଢଙ୍ଗରେ ନିଆଁ ଲଗାଯାଏ। ଦେବଗଡ଼ର ସେ ଗାଁ ଲୋକେ କହିଥିବା କଥାକୁ ବିଜ୍ଞାନସମ୍ମତ ଭାବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ ମଧ୍ୟ ସ୍ବୀକୃତି ଦେଉଛି। ଦୁଇ ବର୍ଷ ପୂର୍ବେ ଡ. ନୀତୀନ ରାଏ, ଡ. ରମନ ସୁକୁମାର ପ୍ରମୁଖ ଦେଶର ୬ ଜଣ ବରିଷ୍ଠ ବୈଜ୍ଞାନିକ ଜଙ୍ଗଲ ନିଆଁର ଆବଶ୍ୟକତା ଓ ପାରମ୍ପରିକ ପ୍ରକ୍ରିୟାରେ ତା’ର ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ ଖୋଲାପତ୍ର ଲେଖିଥିଲେ। ସେମାନଙ୍କ ଗବେଷଣା ଅନୁଯାୟୀ, ୬୦ ହଜାରରୁ ଅଧିକ ବର୍ଷ ହେବଣି ଜଙ୍ଗଲରେ ନିଆଁ ଲାଗି ଆସୁଛି। ଜଙ୍ଗଲକୁ ପ୍ରାକୃତିକ କୁହାଯାଉଥିଲେ ହେଁ ଏହାର ସୃଷ୍ଟି ଓ ପୁନଃ ଜନନରେ ନିଆଁ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଆଧୁନିକ ଜ୍ଞାନକୌଶଳ ସହ ଦିନରେ ଧୂଆଁ- ରାତିରେ ନିଆଁ ଭଳି ପାରମ୍ପରିକ ଜ୍ଞାନର ବିନିଯୋଗ କଲେ, ବିଭାଗ ଲୋକଙ୍କ ବିଶ୍ୱାସଭାଜନ ହେବ ଓ ବେଳ ଥାଉ ବନ୍ଧ ବାନ୍ଧିପାରିବ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri