ସ୍ମିଥ୍‌ଙ୍କ ଚାପୁଡ଼ା

ମାର୍ଚ୍ଚ ୨୮ରେ ଆମେରିକାର ଲସ୍‌ ଏଞ୍ଜେଲସରେ ୯୪ତମ ଓସ୍କାର ପୁରସ୍କାର ସମାରୋହରେ ଏକ ଅଜବ ସ୍ଥିତି ଉପୁଜିଥିଲା। ହଲିଉଡ୍‌ର ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର କାର୍ଯ୍ୟକ୍ରମର ଉପସ୍ଥାପକ ତଥା କମେଡିଆନ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରିଥିଲେ ପ୍ରଖ୍ୟାତ ହଲିଉଡ ଅଭିନେତା ଓ୍ବିଲ୍‌ ସ୍ମିଥ। ସୂଚନାଯୋଗ୍ୟ ଯେ, ଏହି ଘଟଣା ପରେ ସେହି ମଞ୍ଚରେ ସ୍ମିଥ ଶ୍ରେଷ୍ଠ ଅଭିନେତା ବର୍ଗରେ ଓସ୍କାର ପୁରସ୍କାର ପାଇଥିଲେ। ଓ୍ବିଲ ସ୍ମିଥଙ୍କ ସ୍ତ୍ରୀ ଜେଡା ପିଙ୍କେଟ ସ୍ମିଥଙ୍କୁ ଥଟ୍ଟା କରିବା କାରଣରୁ ସ୍ମିଥ ଷ୍ଟେଜ ଉପରକୁ ଯାଇ କ୍ରିସ୍‌ଙ୍କୁ ଚାପୁଡା ମାରିଥିଲେ। ସ୍ମିଥଙ୍କର ଏଭଳି ଉଗ୍ର ଆଚରଣ ସମସ୍ତଙ୍କୁ ବିସ୍ମିତ କରିଥିଲା। ସ୍ମିଥଙ୍କୁ ଅଭିନେତା ଡାନିଏଲ କାଲ୍ୟୁୟା ବୁଝାଇବା ପରେ ସେ ଷ୍ଟେଜ୍‌କୁ ଯାଇ ଓସ୍କାର ଗ୍ରହଣ କରି ଧନ୍ୟବାଦ ଭାଷଣରେ ଏକାଡେମୀ ଓ ଉପସ୍ଥିତ ଅତିଥିଙ୍କୁ କ୍ଷମା ମାଗିଥିଲେ। ପୁରସ୍କାର ପ୍ରଦାନ କରୁଥିବା ଏକାଡେମୀ ଅଫ୍‌ ମୋସନ ପିକ୍‌ଚର ଆର୍ଟସ ଆଣ୍ଡ୍‌ ସାଇନସେସ୍‌ ପକ୍ଷରୁ ଓ୍ବିଲ୍‌ ସ୍ମିଥଙ୍କ ମାଡ଼ ମାରିବାକୁ ନିନ୍ଦା କରାଯାଇଛି ଓ ଏକାଡେମୀ କୌଣସି ପ୍ରକାର ହିଂସାକୁ ସମର୍ଥନ କରେ ନାହିଁ ବୋଲି କହିଛି। ସୋସିଆଲ ମିଡ଼ିଆରେ ଓ୍ବିଲ୍‌ ସ୍ମିଥ ଗୋଟିଏ ଦିନ ପରେ କ୍ରିସ୍‌ଙ୍କୁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ, ହିଂସା ପାଇଁ ପୃଥିବୀରେ ସ୍ଥାନ ନାହିଁ ଓ ତାଙ୍କର ଆଚରଣ ଅକ୍ଷମଣୀୟ।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଯାଇଛି। ଅନେକେ ସ୍ମିଥଙ୍କ ସପକ୍ଷରେ ଏବଂ ଆହୁରି ଅନେକ ତାଙ୍କ ବିପକ୍ଷରେ ମତ ଦେଇଛନ୍ତି। ସମାଲୋଚକଙ୍କ ଅନୁସାରେ ହିଂସା କେବେହେଲେ ସମାଧାନର ପନ୍ଥା ଆଣିପାରିବ ନାହିଁ। ଅନ୍ୟପଟେ ମତ ଆସିଛି ଯେ, କ୍ରିସ୍‌ ରକ୍‌ଙ୍କର ଥଟ୍ଟା ଅରୁଚିକର ଥିଲା। କାରଣ ଜେଡା ପିଙ୍କେଟ ସ୍ମିଥ୍‌ଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ଇଙ୍ଗିତ କରି କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଜେଡା ଆଲୋପେସିଆ ରୋଗରେ ଆକ୍ରାନ୍ତ, ଯେଉଁଥିରେ ମୁଣ୍ଡର ଚୁଟି ଝଡ଼ିଯାଇଥାଏ। ଏହି ରୋଗ ସମ୍ପର୍କରେ ଜେଡା ପୂର୍ବରୁ ଅନେକଥର ଖୋଲାଖୋଲି ଆଲୋଚନା କରିଛନ୍ତି।
ବିଶ୍ୱବ୍ୟାପୀ ପ୍ରତ୍ୟେକ ସ୍ତ୍ରୀ ଓ ପୁରୁଷ ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ନିଜ ପରିବାର ଲୋକଙ୍କୁ ଆଘାତ ଦେଲେ ସେଥିରେ ପ୍ରତିକ୍ରିୟା ଜନ୍ମିବା ଅସ୍ବାଭାବିକ ନୁହେଁ। ତଥାପି ଓଡ଼ିଆରେ ଢଗ ଅଛି ‘ ସ୍ଥାନ କାଳ ପାତ୍ର’। ଏସବୁକୁ ଦେଖି ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ। ଏହା କହିଦେବା ଅତ୍ୟନ୍ତ ସହଜ। କିନ୍ତୁ କ୍ରୋଧିତ ମଣିଷ ଅନ୍ଧ ହୋଇଯାଇଥାଏ। ହୁଏତ ସେଥିପାଇଁ ଓ୍ବିଲ୍‌ ସ୍ମିଥ ମଧ୍ୟ କହିଛନ୍ତି ଯେ, ତାଙ୍କ ଅର୍ଦ୍ଧାଙ୍ଗିନୀଙ୍କ ପାଇଁ ପ୍ରେମ ତାଙ୍କୁ ସେହି ମୁହୂର୍ତ୍ତରେ ପାଗଳ କରିଦେଇଥିଲା। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, କାହା ମୁହଁରେ ଏସିଡ୍‌ ମାଡ କରୁଥିବା ବ୍ୟକ୍ତି ପ୍ରେମରେ ଅନ୍ଧ ହୋଇ ଏଭଳି ଜଘନ୍ୟ କାର୍ଯ୍ୟ କରିଛନ୍ତି ବୋଲି କହିବାର ଅନେକ ଉଦାହରଣ ଅଛି। ଅନେକ ସମୟରେ ପ୍ରେମର ଦ୍ୱାହି ଦେଇ ଯେଉଁ ସବୁ ପଦକ୍ଷେପ ନିଆଯାଏ,ସେଗୁଡ଼ିକ ଅମାନୁଷିକ ହୋଇଥିବା ସତ୍ତ୍ୱେ ପ୍ରେମ ହୋଇଯାଏ ଢାଲ।
ଓ୍ବିଲ୍‌ ସ୍ମିଥଙ୍କ ଚାପୁଡ଼ା ବିଶ୍ୱବ୍ୟାପୀ ବିଭିନ୍ନ ମତ ସୃଷ୍ଟି କରିଛି। ଅନେକଙ୍କ ମତରେ ନିଜ ପରିବାରର ସମ୍ମାନ ପାଇଁ ଛିଡା ହୋଇଥିବା ଓ୍ବିଲ୍‌ ସ୍ମିଥ ଉଚିତ ପଦକ୍ଷେପ ନେଇଛନ୍ତି। ଏହି ଚିନ୍ତାଧାରାକୁ ଅନେକଙ୍କ ଦ୍ୱାରା ବିରୋଧ ମଧ୍ୟ କରାଯାଇଛି। ବିରୋଧୀଙ୍କ ମତରେ, ପୃଥିବୀରେ ଏବେ ସଂଘର୍ଷ ଏବଂ ଯୁଦ୍ଧ ଶୀର୍ଷରେ ପହଞ୍ଚିଛି। କେହି କାହାକୁ ମାନିବା ପାଇଁ ପ୍ରସ୍ତୁତ ହେଉନାହାନ୍ତି। ସେଭଳି ପ୍ରଚ୍ଛଦପଟରେ ଓ୍ବିଲ୍‌ ସ୍ମିଥଙ୍କ ଦ୍ୱାରା ବ୍ୟକ୍ତିଗତ ହିଂସା ପ୍ରଦର୍ଶନ ସମସ୍ୟାକୁ ଅଧିକ ଜଟିଳ କରୁଛି। ସ୍ମିଥଙ୍କ ପ୍ରତିକ୍ରିୟା ବିଶ୍ୱବ୍ୟାପୀ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ହାସ୍ୟ ଅଭିନେତାମାନେ ସବୁବେଳେ ସମାଜର କଦର୍ଯ୍ୟ ଭାଗକୁ ସାମ୍ନାକୁ ଆଣି ସେଥିରେ ସୁଧାର ପାଇଁ ଚେଷ୍ଟା କରିଥାଆନ୍ତି। ଅନେକ ସମୟରେ କୌତୂହଳରେ କୁହାଯାଉଥିବା ବିଷୟଟି ଅତ୍ୟନ୍ତ ଗଭୀର ଓ ମାରାମତ୍କ ମଧ୍ୟ ହୋଇପାରେ। ସେହି ବିଷୟକୁ ପଦାରେ ପକାଇଲେ ପରିସ୍ଥିତିର ପରିବର୍ତ୍ତନ ଘଟେ ବୋଲି ଯେଉଁ ଚିନ୍ତାଧାରା ଆଧୁନିକ ଯୁଗରେ ସୃଷ୍ଟି ହୋଇଛି ତାହା ପ୍ରତି ଓ୍ବିଲ୍‌ ସ୍ମିଥଙ୍କ ପ୍ରତିକ୍ରିୟା ବିପଦ ସୃଷ୍ଟି କରୁଛି। ଏବେ ସବୁ ଜାଗାରେ ହାସ୍ୟ ଅଭିନେତାମାନଙ୍କ ପ୍ରତି ବିପଦ ବଢିପାରେ। ତାଙ୍କର ପ୍ରତ୍ୟେକଟି କଥାରେ କେହି ନା କେହି ଉତ୍ତେଜିତ ହୋଇ ହିଂସା ଘଟାଇପାରନ୍ତି। ଶେଷରେ ଏହା କୁହାଯାଇପାରେ ଯେ, ହିଂସା ମାଧ୍ୟମରେ କୌଣସି ସମସ୍ୟାର ଦୀର୍ଘମିଆଦୀ ସମାଧାନ କରାଯାଇପାରେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri