ଇସ୍ରାଏଲକୁ ମାଡ଼

ବିଶ୍ୱର ବହୁ ଆଲୋଚିତ ବିବାଦ ମଧ୍ୟରୁ ଇସ୍ରାଏଲ-ପାଲେଷ୍ଟାଇନ୍‌ ଅନ୍ୟତମ। ୧୯୭୩ର ଇସ୍ରାଏଲ୍‌-ଇଜିପ୍ଟ ଯୁଦ୍ଧ ସେହି ଅଞ୍ଚଳର ଇତିହାସକୁ ବଦଳାଇ ଦେଇଥିଲା। ସେବେଠାରୁ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ମଧ୍ୟରେ ଘୋର ସଂଘର୍ଷ ଲାଗି ରହିଛି। ସବୁବେଳେ ଦେଖାଯାଇଛି, ଇସ୍ରାଏଲ ସେନା ଅନ୍ୟ ଦେଶ ଭିତରେ ପ୍ରବେଶ କରି ବିଦେଶୀ ମାଟିରେ ଯୁଦ୍ଧ କରିଥାଏ। ନିଜ ଦେଶର ସୁରକ୍ଷା ସକାଶେ ବିଭିନ୍ନ ପଡ଼ୋଶୀ ଦେଶରେ ରହୁଥିବା ଶରଣାର୍ଥୀ ପାଲେଷ୍ଟିନୀୟ ଶିବିର ଉପରେ ମରଣାନ୍ତକ ଆକ୍ରମଣ କରି ମୁଖ୍ୟତଃ ମହିଳା ଓ ପିଲାଙ୍କୁ ହତ୍ୟା କରିବାରେ ଇସ୍ରାଏଲ ସବୁବେଳେ ସକ୍ଷମ ହୋଇଥାଏ। କିନ୍ତୁ ୭ ଅକ୍ଟୋବର ୨୦୨୩ରେ ପାଲେଷ୍ଟାଇନ୍‌ର ହମାସ ଗୋଷ୍ଠୀ ପକ୍ଷରୁ ଦକ୍ଷିଣ ଇସ୍ରାଏଲ ଉପରେ ଅନେକ ହଜାର ରକେଟ୍‌ ମାଡ଼ କରାଯିବାରୁ ଅଦ୍ୟାବଧି ୬୦୦ ଇସ୍ରାଏଲ ଲୋକଙ୍କ ପ୍ରାଣହାନି ଘଟିସାରିଲାଣି ବୋଲି ଅନ୍ତର୍ଜାତୀୟ ଖବରରୁ ଜାଣିବାକୁ ମିଳିଛି। ସେହିପରି ହମାସକୁ ଜବାବ ଦେବାକୁ ଯାଇ ଇସ୍ରାଏଲ ସେନା ଆକ୍ରମଣରେ ପ୍ରତିପକ୍ଷର ୪୦୦ ଜଣ ନିହତ ହୋଇଥିବା ସୂଚନା ମିଳିଛି। ହମାସ ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିବାରୁ ତାହାର ପ୍ରଭାବ ସେହି ଭୂଖଣ୍ଡ ଉପରେ କେବଳ ପଡ଼ିବ ନାହିଁ। କାରଣ ରୁଷିଆ-ୟୁକ୍ରେନ ଯୁଦ୍ଧ ୫୯୩ ଦିନରେ ପହଞ୍ଚତ୍ ବିଶ୍ୱବ୍ୟାପୀ କିଭଳି ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିଛି, ତାହା ପୃଥିବୀ ଭୋଗୁଛି। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିର ପ୍ରାରମ୍ଭରେ ଦୁଇଟି ଯୁଦ୍ଧ ଆହୁରି କ୍ଷତି ପହଞ୍ଚାଇବ ବୋଲି କୁହାଗଲାଣି।
ଇସ୍ରାଏଲ-ପାଲେଷ୍ଟାଇନ୍‌ ବିବାଦର ଇତିହାସକୁ ଯଦି ଦେଖାଯାଏ, ତେବେ ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଯିବାକୁ ପଡ଼ିବ। ସେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍‌ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍‌ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ। ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ସାଧାରଣତଃ ଓ୍ବେଷ୍ଟ ଏସିଆର ଭୂମଧ୍ୟସାଗରର ପୂର୍ବାଞ୍ଚଳରେ ଇହୁଦୀମାନଙ୍କ ଅଭ୍ୟୁଥାନ ଘଟିଥିଲା, ଯାହାର ଭୌଗୋଳିକ ପରିଭାଷାରେ ସମ୍ପୃକ୍ତ ଅଞ୍ଚଳକୁ ଲେଭାଣ୍ଟ କୁହାଯାଇଥାଏ। ଅର୍ଥାତ୍‌ ଏଥିରୁ ବୁଝିବାକୁ ହେବ ଯେ, ଇହୁଦୀମାନେ କୌଶଳ କରି ପାଲେଷ୍ଟାଇନକୁ ଦଖଲ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପାଲେଷ୍ଟାଇନ୍‌ରେ ଇହୁଦୀ ରାଷ୍ଟ୍ର ପ୍ରତିଷ୍ଠା ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ଜୋରଦାର ହୋଇଥିଲା। ଫଳରେ ୧୯୪୮ରେ ଇସ୍ରାଏଲ ରାଷ୍ଟ୍ର ଗଠନ ହୋଇଥିଲା। ଉଲ୍ଲେଖ କରାଯାଇପାରେ, ପାଶ୍ଚାତ୍ୟ ରାଷ୍ଟ୍ର ବିଶେଷକରି ଆମେରିକାରେ ଧନୀ ଓ ପ୍ରଭାବଶାଳୀ ସମ୍ପ୍ରଦାୟ ଭାବରେ ଇହୁଦୀମାନେ ପରିଚିତ। ଇସ୍ରାଏଲ ରାଷ୍ଟ୍ର ଗଠନ ଲାଗି ହୋଇଥିବା ଯୁଦ୍ଧରେ ଅନେକ ଲକ୍ଷ ପାଲେଷ୍ଟିନୀୟ ବାସସ୍ଥାନ ହରାଇ ଶରଣାର୍ଥୀ ହେଲେ। ସମ୍ଭବତଃ ପୂର୍ବର ପ୍ରତିଶୋଧ ନେବାକୁ ଯାଇ ହମାସ ଭଳି ଗୋଷ୍ଠୀ ଦୀର୍ଘ ବର୍ଷ ଧରି ନିଜ ଅଞ୍ଚଳକୁ ଇସ୍ରାଏଲଠାରୁ ମୁକ୍ତ କରିବା ଲାଗି ହିଂସା ଘଟାଇଆସୁଛି। ଏମିତି ଦେଖିଲେ ଇସ୍ରାଏଲୀୟମାନେ ଅତି ବିଚକ୍ଷଣ ହୋଇଥିବାରୁ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ବ୍ୟବହାର କରି ଅନେକ ପାଲେଷ୍ଟିନୀୟଙ୍କ ଜୀବନ ନେଇଛନ୍ତି। ଏବେ ହମାସର ଆକ୍ରମଣ ସେହି ଅଞ୍ଚଳରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିଦେଇପାରେ। ଏହି ଯୁଦ୍ଧର ପରିଣତି ଭାବେ ବିଭିନ୍ନ ପାଲେଷ୍ଟିନୀୟ ଗୋଷ୍ଠୀ ଏକଜୁଟ ହେବାର ସମ୍ଭାବନା ରହିଛି, ଯାହାକି ଭବିଷ୍ୟତରେ ଇସ୍ରାଏଲ ପାଇଁ ଏକ ବିରାଟ ବିପଦ ଆଣିପାରେ। ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଶକ୍ତିଶାଳୀ ଥିବା ଇସ୍ରାଏଲ ଭିତରେ ପଶି ଲୋକଙ୍କୁ ପଣବନ୍ଦୀ କରିନେବା ସହ ଅସଂଖ୍ୟ ରକେଟ୍‌ ମାଡ଼ କରିବାରେ ହମାସ କିଭଳି ସକ୍ଷମ ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି। ମିଳିଥିବା ଖବରରୁ ଜଣାପଡ଼ିଛି, ପାରାଗ୍ଲାଇଡର୍ସ ସହ ଅନ୍ୟାନ୍ୟ ଅଭିନବ କୌଶଳ ଅନୁସରଣ କରି ହମାସ ଇସ୍ରାଏଲ ଭିତରକୁ ଯୁଦ୍ଧ ନେଇଯାଇଛି। ହମାସର ଏହି ଯୁଦ୍ଧରେ ପ୍ରାରମ୍ଭିକ ସଫଳତା ଦର୍ଶାଉଛି ଇସ୍ରାଏଲର ଗୋଇନ୍ଦା ଏବଂ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଫଳତା। ଇସ୍ରାଏଲର ଦୁଇଟି ଗୋଇନ୍ଦା ସଂସ୍ଥା ‘ଶିନ୍‌ ବେଟ୍‌’, ଯାହାକି ଆଭ୍ୟନ୍ତରୀଣ ଗୋଇନ୍ଦାଗିରି କରେ ଏବଂ ‘ମୋସାଦ’ ବାହ୍ୟ ଗୋଇନ୍ଦାରେ ବିଶ୍ୱବ୍ୟାପୀ ପରିଚିତ, ଉଭୟ ଶୋଇପଡ଼ିଥିବା ଭଳି ଦିଶୁଛି। ସମଗ୍ର ବିଶ୍ୱରେ ଇସ୍ରାଏଲ ତା’ର ଗୋଇନ୍ଦା କାରସାଦି ଓ ସାମଗ୍ରୀ ପାଇଁ ପରିଚିତ ହୋଇଆସିଛି। ପେଗାସସ୍‌ ଭଳି ପ୍ରଯୁକ୍ତି କୌଶଳ ମାଧ୍ୟମରେ ଇସ୍ରାଏଲ ତା’ର ସବୁ ବିରୋଧୀଙ୍କ ଶୋଇବା ଘର ତଥ୍ୟ ମଧ୍ୟ ଜାଣିପାରେ ବୋଲି ପ୍ରଚାର କରାଯିବା ଫଳରେ ଭାରତ ଭଳି କୋତୋଟି ଦେଶ ଅନେକ ବିଲିୟନ ଡଲାର ଖର୍ଚ୍ଚ କରି ଇସ୍ରାଏଲଠାରୁ ଗୋଇନ୍ଦା ସାମଗ୍ରୀ କିଣିଛନ୍ତି। ଏହି ହମାସ ଆକ୍ରମଣ ପ୍ରମାଣ କରୁଛି ଯେ, ଇସ୍ରାଏଲ ପ୍ରସ୍ତୁତ ସଫ୍ଟଓ୍ବେର ଓ ଯନ୍ତ୍ରପାତି ଉପରେ ଆଉ ଭରସା ନାହିଁ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଲିକ୍ୟୁଡ୍‌ ପାର୍ଟି ଦେଶରେ ଲୋକପ୍ରିୟତା ହରାଇ ଚାଲିଥିଲା ବୋଲି ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ବେନି ଗାଣ୍ଟଜ୍‌ଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପାର୍ଟି ଆସନ୍ତା ନିର୍ବାଚନରେ ଅଧିକ ଆସନ ପାଇବ ବୋଲି ସେଥିରେ କୁହାଯାଇଥିଲା। କାରଣ ନେତନ୍ୟାହୁଙ୍କ ପ୍ରତିରକ୍ଷା ନୀତି ଓ ବିଶେଷକରି ନ୍ୟାୟିକ ସଂସ୍କାରକୁ ଦେଶବାସୀ ସମାଲୋଚନା କରି ରାସ୍ତାରେ ପ୍ରତିବାଦ କରିଥିଲେ। ହମାସ ଆକ୍ରମଣ ପ୍ରମାଣ କରୁଛି ଯେ, ଆଭ୍ୟନ୍ତରୀଣ ବିଶୃଙ୍ଖଳା ସବୁଠାରୁ ସତର୍କ ରାଷ୍ଟ୍ରକୁ ମଧ୍ୟ ଆଣ୍ଠେଇ ଦେଇପାରିବ। ରାଜନୈତିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧ ନେତନ୍ୟାହୁଙ୍କ ରାଜନୈତିକ ସ୍ଥିତିକୁ ସାହାଯ୍ୟ କରିପାରେ। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଖାଯାଇଛି ଯେ, ଦେଶବାସୀଙ୍କ ରକ୍ତ ବୋହିଲେ କ୍ଷମତାରେ ବସିଥିବା ରାଜନେତାଙ୍କର ସବୁବେଳେ ଲାଭ ହୁଏ।
ହମାସ ଆକ୍ରମଣର ଏକ କୌତୂହଳ ଦିଗ ହେଲା ଯେ, ଏବେ ଭାରତରେ ପ୍ରଚାର କରାଯାଉଛି ଏଭଳି ଆକ୍ରମଣ ପଛରେ ଚାଇନାର ସମର୍ଥନ ରହିଛି। କାରଣ ଭାବେ ଦର୍ଶାଯାଉଛି, ଭାରତରୁ ଆରମ୍ଭ କରି ୟୁରୋପ ଯାଏ ଇଣ୍ଡିଆ-ମିଡ୍‌ଲ ଇଷ୍ଟ-ୟୁରୋପ କରିଡରକୁ ଲାଇନ୍‌ଚ୍ୟୁତ କରିବା ଲାଗି ହମାସକୁ ଚାଇନା ଅସ୍ତ୍ର କରିଛି। କାରଣ ଉକ୍ତ କରିଡରକୁ କାର୍ଯ୍ୟକାରୀ କରିବା ଲାଗି ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ଭାରତକୁ ସମର୍ଥନ ଦେଇଛନ୍ତି। ଏହାର ଅର୍ଥ ହେଉଛି ବିଶ୍ୱବ୍ୟାପୀ ଭାରତର ପ୍ରତିପତ୍ତି ଏତେ ବୃଦ୍ଧି ପାଇଲାଣି ଯେ, ଖୋଦ୍‌ ଭାରତୀୟମାନେ ଭୋକ ଉପାସରେ ରହୁଥିବା ସତ୍ତ୍ୱେ ଏହାର ଗଭୀରତାକୁ ବୁଝିବାକୁ ଅକ୍ଷମ।
ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ଏବେ ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଯୁଦ୍ଧ ହେବା ନିଶ୍ଚିତ ଭାବେ ବିଶ୍ୱ ପାଇଁ ବିପତ୍ତି ଆଣି ଦେଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଜାତିସଂଘଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସମୁଦାୟ ନିୟନ୍ତ୍ରଣ ଭିତରକୁ ଆଣିପାରିଲେ ନାହିଁ। ଏବେ ଇସ୍ରାଏଲ ଉପରେ ଆକ୍ରମଣକୁ ଭାରତ, ଆମେରିକା ସମେତ କେତେକ ରାଷ୍ଟ୍ର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ହମାସକୁ ଇରାନ୍‌ ସମେତ ଲେବାନନ୍‌ର ଉଗ୍ରପନ୍ଥୀ ଗୋଷ୍ଠୀ ହେଜ୍‌ବୁଲା ସିଧାସଳଖ ସମର୍ଥନ କରିଥିବାରୁ ଏହି ଯୁଦ୍ଧ ବ୍ୟାପକ ହେବାର ଆଶଙ୍କା ସୃଷ୍ଟି ହେଲାଣି। ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମଧ୍ୟପ୍ରାଚ୍ୟରେ କିଛି ବର୍ଷ ହେବ ଶିଥିଳ ପଡ଼ିଯାଇଥିବା ବେଳେ ଏବେ ହମାସ୍‌ ଓ ହେଜ୍‌ବୁଲା ଚେଇଁ ଉଠିବା ନିଶ୍ଚିତ ଭାବେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri