Posted inଜାତୀୟ

ସ୍ମୃତି ଇରାନୀଙ୍କ ଠାରୁ ଅଜୟ ମିଶ୍ର ଟେନିଙ୍କ ପରି ଏହିସବୁ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୬:ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି। ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ବହୁନେତା ସ୍ଥାନ ପାଇଛନ୍ତି। ତେବେ ୧୮ତମ ଲୋକ ସଭା ଅଧିବେଶନରେ ବିଜୟୀ ଏମପିମାନେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜୁନ ୨୪ରୁ ଆରମ୍ଭ ହେବାକୁ ଥିବା ଲୋକ ସଭା ଅଧିବେଶନରେ ଏହି ଶପଥ ଗ୍ରହଣ ଅନଷ୍ଠେିତ ହେବ। ଏଥିରେ ଏପରି ଅନେକ ଏମପି ଅଛନ୍ତି ଯେଉଁମାନେ ଦ୍ୱିତୀୟ କିମ୍ବା ତୃତୀୟ ଥର ପାଇଁ ଗୃହରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଥି ସହିତ ଅନେକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଏମପି ହୋଇଛନ୍ତି।

ତେବେ ନିୟମ ଅନୁସାରେ ନୂଆ ଏମପିଙ୍କୁ ସରକାରୀ ବଙ୍ଗଳା ଆଲର୍ଟ କରାଯାଇଥାଏ। ଏବଂ ପୁରୁଣା ଏମପିମାନେ ତାଙ୍କ ପୂର୍ବପରି ବାସଭବନରେ ରହିଥାନ୍ତି। କିନ୍ତୁ ଚଳିତ ଲୋକ ସଭା ନିର୍ବାଚନରେ ହାରିଥିବା ଏମପିଙ୍କୁ ସେମାନଙ୍କ ବାସଭବନ ଛାଡିବାକୁ ପଡ଼ିଥାଏ। ସୂଚନାନୁସାରେ, ଏହି ଏମପିମାନଙ୍କୁ ବଙ୍ଗଳା ଖାଲି କରିବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୧ ଭିତରେ ସରକାରୀ ବଙ୍ଗଳା ଖାଲି କରିବାକୁ ସମୟ ଦିଆ ଯାଇଛି। ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ଥିତି ନିର୍ଦ୍ଦେଶକ ଏହି ନୋଟିସ ଜାରି କରିଛନ୍ତି।

ପରାଜିତ ମନ୍ତ୍ରୀଙ୍କ ମଧ୍ୟରେ ସ୍ମୃତି ଇରାନୀ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ମହେନ୍ଦ୍ରନାଥ ପାଣ୍ଡେ, ସଞ୍ଜୀବ ବାଲାନ, ରାଜୀବ ଚନ୍ଦ୍ରଶେଖର, କୈଳାଶ ଚୌଧୁରୀ, ଅଜୟ ମିଶ୍ର ଟେନି, ଭି ମୁରଲୀଧରନ, ନିଶିତ ପ୍ରମାନିକ, ସୁଭାଷ ସାରକାର, ସାଧବୀ ନିରଂଜନ ଭବନ କପିଲ ପାଟିଲ, ଭାଗବତ ଖୁବା, ଭାରତୀ ପାୱାର ଇତ୍ୟାଦି ନାମ ରହିଛି। ମୀନାକ୍ଷୀ ଲେଖୀଙ୍କ ଭଳି ନେତା ମଧ୍ୟ ଅଛନ୍ତି ଯେଉଁମାନେ ଟିକେଟ ପାଇନାହାଁନ୍ତି।

ସୂଚନାଥାଉ କି, କେନ୍ଦ୍ର ମନ୍ତ୍ରୀ ଏବଂ ଏମପିମାନଙ୍କୁ ଲୁଟେନ୍ସ ଦିଲ୍ଲୀରେ ସରକାରୀ ବଙ୍ଗଳା ବଣ୍ଟନ କରାଯାଇଥାଏ। ଏମପି ଓ ମନ୍ତ୍ରୀମାନେ ଗୃହର ସଦସ୍ୟତା ଆଧାରରେ ଏହି ବାସଭବନ ପାଇଥାନ୍ତି। ପରାଜିତ ଏମପିମାନଙ୍କର ସଦସ୍ୟତା ଶେଷ ହେବା ପରେ ସେମାନଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥାଏ। ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଥାଏ। ନୋଟିସ ପାଇବା ପରେ ୩୦ ଦିନ ମଧ୍ୟରେ ଘର ଖାଲି କରିବାକୁ ପଡିଥାଏ।

Public Premises Eviction of Unauthorized Occupants Act ଅଧୀନରେ ସରକାରୀ ବଙ୍ଗଳା ଖାଲି କରାଯାଏ। କୌଣସି ବିବାଦ ଦେଖାଦେଲେ, ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଏ। ବିଶେଷ ପରିସ୍ଥିତିରେ ବଙ୍ଗଳା ଖାଲି କରିବାକୁ ଜୋର ଜବରଦସ୍ତି ମଧ୍ୟ କରାଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri