ସ୍ମାର୍ଟସିଟି ଯୋଜନା ବାଟବଣା

ଭଦ୍ରକ ଅଫିସ, ୩ା୯: ଭଦ୍ରକ ପୌରପାଳିକା ପକ୍ଷରୁ ୧୫ମାସ ପୂର୍ବେ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ପରିକଳ୍ପନା କରାଯାଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ମାତ୍ର ମହତାବ ଛକରୁ ଘୋଷରା ବଜାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇ ବନ୍ଦ କରି ଦିଆଯାଇଥିଲା। ଉଚ୍ଛେଦ କରାଯାଇଥିବା ବ୍ୟବସାୟୀଙ୍କୁ ଇତିମଧ୍ୟରେ ଥଇଥାନ କରାଯାଇ ପାରିନାହିଁ। ସ୍ମାର୍ଟ ସିଟି ହୋଇ ସହର ଝଲସିବ ବୋଲି ଆଶା ରଖି ବ୍ୟବସାୟୀମାନେ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କଲେ। ହେଲେ ତାହା ପ୍ରହସନ ପାଲଟିଛି।
ମୋଟ ୨୧୮ଜଣ ବ୍ୟବସାୟୀ ଏବେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କିଏ ପରିବା ବିକୁଛି ତ ଅନ୍ୟ କିଏ ଠେଲା ଗାଡ଼ି ଧରି ଚା’ ବିକୁଛି। ଉଚ୍ଛେଦ ସମୟରେ ଜିଲା ପ୍ରଶାସନ ଓ ବିଧାୟକ ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅପର୍ତ୍ତିବିନ୍ଧା ଛକ, ଶନିମନ୍ଦିର ଛକ ଓ ବାଇପାସ୍‌ ଜଗନ୍ନାଥ ମନ୍ଦିର ଛକ ନିକଟରେ ମାର୍କେଟ୍‌ କମ୍ପ୍ଲେକ୍ସ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଦିଆଯାଇଥିଲା। ଏପରିକି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଶନିମନ୍ଦିର ଛକ ନିକଟରେ ପାଣି ନାଳ ଉପରେ ପ୍ରାୟ ୪୦ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ଦୋକାନ ଗୃହ କାମ ଆରମ୍ଭ କରାଯାଇଥିଲା। ହେଲେ ଏହି କାମ ସରିବାର ନାଁ ଧରୁନାହିଁ। ଦୋକାନ ଗୃହ ବାଣ୍ଟିବା ପାଇଁ ଏହି କାମ ଶେଷ କରାଯାଉ ନ ଥିବା ଶ୍ରମିକ ନେତା ତଥା ଉଠା ଦୋକାନୀ ସଙ୍ଗଠନର ସଭାପତି ଦିବ୍ୟସିଂହ ନାୟକ ଅଭିଯୋଗ କରିଛନ୍ତି। ୨୦୧୮ ସେପ୍ଟେମ୍ବର ୩୦ତାରିଖ ଗତ ନିର୍ବାଚିତ ପୌରପରିଷଦର କାର୍ଯ୍ୟକାଳ ପୂରି ଯାଇଥିଲା। ଏ ପର୍ଯ୍ୟନ୍ତ କୌଣସି କାରଣରୁ ପୌରନିର୍ବାଚନ ହୋଇନାହିଁ। ତେଣୁ ଏହି ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ପୌରପାଳିକାର କାର୍ଯ୍ୟ ତୁଲାଉଛନ୍ତି ଜିଲା ପ୍ରଶାସକ। ତେବେ ପ୍ରଶାସକଙ୍କ ହାତରେ ପୌରପାଳିକା ଥାଇ ସୁଦ୍ଧା ଉଚ୍ଛେଦ ହୋଇଥିବା ଦୋକାନୀମାନେ ଯଦି ଏଭଳି ଥଇଥାନ ହୋଇପାରୁନାହାନ୍ତି ତେବେ କେବେ ସେମାନଙ୍କୁ ଥଇଥାନ କରାଯିବ ବୋଲି ଆଇନଜୀବୀ ରାଧା ଦାସ ପ୍ରଶ୍ନ କରିଛନ୍ତି। ବାଇପାସ୍‌ ଜଗନ୍ନାଥ ମନ୍ଦିର ନିକଟ ଓ ଅପର୍ତ୍ତିବିନ୍ଧା ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଇଟା ଖଣ୍ଡିଏ ପଡ଼ିନାହିଁ। ଏଣୁ ବ୍ୟବସାୟୀ ଏବେ ଥଇଥାନ ହେବେ କି ନାହିଁ ତାହା ସନ୍ଦେହ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri