ସ୍ମାର୍ଟ ସ୍କୁଲ: ଶାରଦା ଏକାଡେମୀର କରୁଣ ସ୍ଥିତି

ଡେରାବିଶ,୨୪ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଛକନାସ୍ଥିତ ଶାରଦା ଏକାଡେମୀ ସ୍ମାର୍ଟ ସ୍କୁଲରେ ରୁପାନ୍ତରିତ ହେବା ପରେ ତା’ର କରୁଣ ସ୍ଥିତି ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଡେରାବିଶ ବ୍ଲ୍ଳକରେ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ଯେଉଁ ୯ଟି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଗଲା ସେଥିରୁ ଛକନାସ୍ଥିତ ଶାରଦା ଏକାଡେମୀ ଅନ୍ୟତମ। ତେବେ ଏହି ଯୋଜନାରେ ବିଦ୍ୟାଳୟରେ ଥିବା ପୁରୁଣା ଶ୍ରେଣୀଗୃହକୁ ରଙ୍ଗ କରିବା, ଶ୍ରେଣୀଗୃହ ଚଟାଣ ଓ ଅଗଣାରେ ଟାଇଲି ବିଛାଯାଇଛି। ହେଲେ ଆବଶ୍ୟକ ଥିବା ନୂତନ ଶ୍ରେଣୀଗୃହ ନିର୍ମାଣ ପ୍ରତି ଦୃଷ୍ଟି ଦିଆଯାଇନାହିଁ। ୨ବର୍ଷ ତଳରୁ ଏହି ବିଦ୍ୟାଳୟ ନିକଟରେ ଛକନା ପ୍ରାଥମିକ ବିଦ୍ୟାଳୟକୁ ଏହି ବିଦ୍ୟାଳୟ ସହ ମିଶ୍ରଣ କରାଯାଇଛି। ହେଲେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପ୍ରଥମରୁ ୫ମ ଯାଏ ୫ଟି ଶ୍ରେଣୀର ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଶ୍ରେଣୀଗୃହର ଚଟାଣରେ ଜାକିଜୁକି ହୋଇ ବସିବାକୁ ପଡ଼ୁଛି। ଦୁଇଜଣ ଶିକ୍ଷୟିତ୍ରୀ ସେହି ଗୃହରେ ୫ ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି।
ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ନିଯୁକ୍ତ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ପଦୋନ୍ନତି ପାଇ ଅନ୍ୟତ୍ର ଚାଲିଯିବା ଓ ଅନ୍ୟଜଣେ ଅବସର ନେବା ପରେ ଏହି ଦୁଇଟି ଶିକ୍ଷକ ପଦବୀ ଖାଲିପଡ଼ିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ପ୍ରକାଶ କରିଛି। ସ୍ମାର୍ଟ ସ୍କୁଲର ଛାତ୍ରୀଛାତ୍ରମାନଙ୍କ ପାଇଁ ସାଇକେଲ୍‌ ଷ୍ଟାଣ୍ଡ ନ ଥିବାରୁ ବିଦ୍ୟାଳୟ ପରିସରରେ ଏଣେତେଣେ ସାଇକେଲ୍‌ଗୁଡ଼ିକ ରଖାଯାଉଛି। ବର୍ଷା ଓ ଖରାରେ ସାଇକେଲଗୁଡ଼ିକ ରହୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ମହାମତ୍ା ଗାନ୍ଧୀ ଓ ଗୋପବନ୍ଧୁଙ୍କ ମୂର୍ତ୍ତି ସମ୍ମୁଖରେ ବି ଛାତ୍ରୀଛାତ୍ରମାନେ ସାଇକେଲ୍‌ ରଖିବାକୁ ବାଧ୍ୟ ହେଉଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଗଣାଠାରୁ ୧ ଫୁଟ ତଳେ ଥିବା ଅବ୍ୟବହୃତ ପୁରୁଣା ଶ୍ରେଣୀ ଗୃହଗୁଡ଼ିକୁ ନ ଭାଙ୍ଗି ତାହା ପାଇଁ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରି ରଙ୍ଗ କରାଯାଇଛି। ପରେ ସେ ଗୃହରେ ବିଦ୍ୟାଳୟର ଭଙ୍ଗା ଟେବୁଲ୍‌, ଚେୟାର, ଡେସ୍କ, କାଠ, ବାଉଁଶ ଓ ଜାଳେଣୀ ରଖାଯାଉଥିବା ଦେଖିବାକୁ ମିଳିଛି। ଶ୍ରେଣୀଗୃହ ନିର୍ମାଣ ପ୍ରତି ଦୃଷ୍ଟି ଦିଆ ନ ଯାଇ ଅଯଥାରେ ଟଙ୍କା ବ୍ୟୟ କରାଯାଇ ଅଗଣାରେ ଘାସ ଗାଲିଚା ଓ ଭଲିବଲ୍‌ କୋର୍ଟ ନିମର୍ର୍ାଣ କରାଯାଇଛି। ସ୍ମାର୍ଟ ସ୍କୁଲର ୬୦ରୁ ଊର୍ଦ୍ଧ୍ୱ ଛୋଟ ପିଲାମାନଙ୍କୁ ଗୋଟିଏ ଘରେ ବସାଇ ଦୁଇଜଣ ଶିକ୍ଷୟିତ୍ରୀ କିଭଳି ଭାବେ ଶିକ୍ଷାଦାନ କରୁଛନ୍ତି ବୋଲି ପ୍ରଶ୍ନ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ମହାନ୍ତି ଏ ସମ୍ପର୍କରେ ବିଡିଓଙ୍କୁ ଅବଗତ କରିଛନ୍ତି। ଏଥିସହ କାମଚଳା ପାଇଁ ଶ୍ରେଣୀଗୃହକୁ ପଟା ଦ୍ୱାରା ବିଭାଜିତ କରି ଅଧିକ ଦୁଇଟି ଶ୍ରେଣୀଗୃହ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଯାହା ଅଳ୍ପଦିନ ମଧ୍ୟରେ ହେବ ବୋଲି ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri