ସ୍ମାର୍ଟ ଜନପଥ ହୋର୍ଡିଂ ରାଜସ୍ବରେ କେଳେଙ୍କାରୀ

ଭୁବନେଶ୍ୱର, ୨୦ା୭(ବନ୍ଦନା ସେଠୀ): ସ୍ମାର୍ଟ ଜନପଥରେ ହୋର୍ଡିଂ ଲଗାଇବାକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ମଧ୍ୟରେ ବିବାଦ ଲାଗିରହିଛି। ଏବେ ଏଥିରେ କେଳେଙ୍କାରୀ ହୋଇଥିବା ସାମ୍ନାକୁ ଆସିଛି। ନୂଆ ସରକାର ଆସିବା ପରେ ପୂର୍ବ ସରକାର ସମୟରେ ସ୍ମାର୍ଟସିଟି ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ନେଇ ଅଭିଯୋଗ ଉଠିବାରେ ଲାଗିଛି।
ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଏକ ସ୍ପେଶାଲ ପର୍ପୋଜ୍‌ ଭେହିକିଲ୍‌ (ଏସ୍‌ପିଭି) ଭାବେ ସହରରେ କାମ କରୁଛି। ସ୍ମାର୍ଟସିଟି ମିଶନ୍‌ର ଏକ ମୁଖ୍ୟ ପ୍ରକଳ୍ପ ଭାବେ ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରାୟ ୩.୯ କିମି. ରାସ୍ତାକୁ ସ୍ମାର୍ଟ ଜନପଥ ଭାବେ ନିର୍ମାଣ କରାଯାଇଥିଲା। ପ୍ରଥମେ ସ୍ମାର୍ଟଜନପଥକୁ ‘ନୋ ହୋର୍ଡିଂ ଜୋନ୍‌’ ଭାବେ ଘୋଷଣା କରାଯାଇଥିବାବେଳେ ପରେ ତାହାକୁ ତରବରିଆ ଭାବେ ହୋର୍ଡିଂ ଜୋନ୍‌ କରାଯାଇଛି। ଏଥିସହ କୌଣସି ଟେଣ୍ଡର ନ କରି ଏକ ଏଜେନ୍ସିକୁ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଛି। ସେହିପରି ମ୍ୟୁନିସିପାଲ କର୍ପୋରେଶନ ନିୟମ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଆଡ୍‌ଭର୍ଟାଇଜ୍‌ମେଣ୍ଟ ରାଇଟ୍‌ସ ରହିଛି। ଭୁବନେଶ୍ୱରରେ ଲାଗୁଥିବା ସମସ୍ତ ହୋର୍ଡିଂରୁ ମିଳୁଥିବା ରାଜସ୍ବ ବିଏମ୍‌ସିକୁ ମିଳିବା କଥା। ମାତ୍ର ଏଥିରେ ଖିଲାପ କରି କାହା ପ୍ରରୋଚନାରେ ଜନପଥରୁ ମିଳୁଥିବା ରାଜସ୍ବ ସ୍ମାର୍ଟସିଟି ଖାତାକୁ ଯାଉଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ହୋର୍ଡିଂ ବାବଦରେ ସମ୍ପୃକ୍ତ ଏଜେନ୍ସି କେତେ ଟଙ୍କା ରାଜସ୍ବ ଦେଉଛି ସେ ନେଇ ମଧ୍ୟ କାହା ପାଖରେ ଉତ୍ତର ନାହିଁ। ତେଣୁ ହୋର୍ଡିଂ ଚୟନ ଏବଂ ନୋ ହୋର୍ଡିଂଜୋନ୍‌କୁ ହୋର୍ଡିଂ ଜୋନ୍‌ରେ ପରିଣତ କରିବାରେ ସ୍ମାର୍ଟସିଟି ଗଫଲତି କରିଥିବା ଅଭିଯୋଗ ହୋଇଛି।
ସ୍ମାର୍ଟସିଟି ମିଶନ୍‌ ଅନ୍ତର୍ଗତ ଭୁବନେଶ୍ୱରରେ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ସ୍ମାର୍ଟ ଜନପଥ ଏକ ବଡ଼ ପ୍ରୋଜେକ୍ଟ ଥିଲା। ଜନପଥ ନିର୍ମାଣ ହେବା ପରେ ଏହାର ସୌନ୍ଦର୍ଯ୍ୟକରଣ ଯେପରି ନଷ୍ଟ ନ ହୁଏ ସେଥିପାଇଁ ପ୍ରଥମେ ଏହାକୁ ନୋ ହୋର୍ଡିଂଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ମାତ୍ର କାହାକୁ କିଛି ନ ଜଣାଇ ରାଜସ୍ବ ପାଇବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ମେଟ୍ରୋ ସାଇନ୍‌ ନାମକ ଏକ ଏଜେନ୍ସିକୁ ଜନପଥରେ ଲାଗିଥିବା କିଓସ୍କ ଉପରେ ହୋର୍ଡିଂ ପାଇଁ ଅନୁମତି ପ୍ରଦାନ କରାଗଲା। ସେତିକି ସ୍ଥାନ ଯଥେଷ୍ଟ ନ ହେବାରୁ ପୁନର୍ବାର ତାକୁ ସମସ୍ତ ୟୁଟିଲିଟି ପାଖରେ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଛି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନ ଥିବାରୁ ନୋ ହୋର୍ଡିଂ ଜୋନ୍‌ରେ କିଭଳି ହୋର୍ଡିଂ ଲାଗିଲା ସେ ନେଇ ତତ୍କାଳୀନ ଡେପୁଟି କମିଶନର (ରାଜସ୍ବ)ଙ୍କୁ ତନାଘନା କରାଯାଇଥିଲା। ଶେଷରେ ଅନ୍ୟ ଉପାୟ ନ ପାଇ ଅଧିକାରୀ ରାତିଅଧିଆ କେତେଜଣ କର୍ମଚାରୀଙ୍କୁ ନେଇ ଅଳ୍ପ କେତେକ ହୋର୍ଡିଂ କାଟି ପକାଇଥିଲେ। ମାତ୍ର ଉପର ମହଲରୁ ଚାପ ପଡ଼ିବା ପରେ ସେ ଉପାୟ ନ ପାଇ ପୁଣିଥରେ କଟା ଯାଇଥିବା ହୋର୍ଡିଂ ଲଗାଇବାକୁ ବାଧ୍ୟ ହୋଇଥିଲେ। ସେହିପରି ବିଏମ୍‌ସି ପକ୍ଷରୁ ଟେଣ୍ଡର କରାଯାଇ ଦକ୍ଷିଣପୂର୍ବ ଜୋନ୍‌ ପ୍ୟାକେଜ୍‌ ଅନ୍ତର୍ଗତ ଜନପଥକୁ ମିଶାଇ ସମସ୍ତ ଅଞ୍ଚଳରେ ହୋର୍ଡିଂ ଲଗାଇବାକୁ ଅନ୍ୟଏକ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିଲା। ମାତ୍ର ସ୍ମାର୍ଟସିଟି ମନଇଚ୍ଛା ସମ୍ପୃକ୍ତ ସଂସ୍ଥାକୁ ଅନୁମତି ଦେଇଥିବାରୁ ପରେ ବିଏମ୍‌ସିକୁ ନିରାଶ ହେବାକୁ ପଡିଥିଲା। ଏହିପରି ଅନେକ କ୍ଷେତ୍ରରେ ସ୍ମାର୍ଟସିଟି ବିଏମ୍‌ସିକୁ ଅବଗତ ନ କରି ସହରରେ ବିଭିନ୍ନ କାର୍ଯ୍ୟ କରୁଛି। ଗୋଟେପଟେ ରାଜସ୍ବ ବଢାଇବା ପାଇଁ ବିଏମ୍‌ସି ଉପରେ ଚାପ ପଡୁଥିବାବେଳେ କିଭଳି ରାଜସ୍ବ ବାଟମାରଣା ହେଉଛି ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି। ଘଟଣା ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri