Posted inରାଜ୍ୟ

ଦୁର୍ଘଟଣା ରୋକିବ ସ୍ମାର୍ଟ ଡିଭାଇସ୍‌

ଭୁବନେଶ୍ୱର,୫ା୧(ଅନିଲ ଦାସ): ଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭ ହଜାରରୁ ଅଧିକ ଜୀବନ ଯାଇଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସମସ୍ତ ବସ୍‌ରେ ସ୍ମାର୍ଟ ଡିଭାଇସ୍‌ ଲଗାଯିବ। ଅତ୍ୟାଧୁନିକ ଟେକ୍ନୋଲୋଜିଯୁକ୍ତ ଏହି ଉପକରଣ ଡ୍ରାଇଭରଙ୍କ ଅବହେଳା ଓ ଯାନ୍ତ୍ରିକ ତ୍ରୁଟିକୁ ଆଗୁଆ ଚିହ୍ନଟ କରିବା ସହ ଦୁର୍ଘଟଣା ଏଡ଼ାଇବାରେ ସହାୟକ ହେବ ବୋଲି ଶନିବାର ଜାତୀୟ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସଡ଼କ ଦୁର୍ଘଟଣା ରୋକିବାରେ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରିଗରି ପ୍ରୟୋଗରେ ନିର୍ମିତ ସ୍ମାର୍ଟ ଡିଭାଇସ୍‌ ଗାଡ଼ି ଚାଳକ ଡ୍ରାଇଭିଂ ବେଳେ ନିଶା ସେବନ କରିଛନ୍ତି କି, ଢୁଳାଉଛନ୍ତି କି, ସତର୍କ ରହିଛନ୍ତି ନା ନାହିଁ ଏବଂ ତାଙ୍କ ଆଚରଣକୁ ଅନୁଧ୍ୟାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ସଡ଼କ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୨,୦୦୦ ନୂଆ ଟ୍ରାଫିକ୍‌ ପୋଲିସ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୁରକ୍ଷିତ… ଘରକୁ ଫେରନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବକୁ ଉଦ୍‌ଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏ ମୁଖ୍ୟମନ୍ତ୍ରୀ ପଦଯାତ୍ରା କରିଛନ୍ତି ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା
ଦୁର୍ଘଟଣା ରୋକିବ ମାସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟସ୍ତରୀୟ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍ତି। ପ୍ରତି ଜିଲାରେ ଏଭଳି ସଚେତନତା ରଥ ମାସେ ବ୍ୟାପୀ ପରିକ୍ରମା କରିବ। ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଯାନ ଚାଳକ, ଏନ୍‌ସିସି କ୍ୟାଡେଟ୍‌ ଓ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇଥିଲେ। କିଭଳି ସମସ୍ତ ନିୟମ ମାନି ସୁରକ୍ଷିତ ଯାତ୍ରା କରିବା ଏବଂ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବା ସେ ସମ୍ପର୍କରେ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବାକୁ ମୁଖ୍ୟମନ୍ତ୍ରୀ ସଭାସ୍ଥଳରୁ ଶ୍ରୀରାମ ମନ୍ଦିର ଯାଏ ଅନ୍ୟ ଅତିଥିମାନଙ୍କ ସହ ପଦଯାତ୍ରା କରିଥିଲେ। ଯାହା ଛାତ୍ରୀଛାତ୍ର, ଯାନ ଚାଳକ ତଥା ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରି ଦେଇଥିଲା। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭ ହଜାରରୁ ଅଧିକ ଜୀବନ ଯାଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍‌ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ। ସମୟ ଆସିଯାଇଛି, ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ହେବ। ସୁରକ୍ଷିତ ଘରକୁ ଫେରନ୍ତୁ ସ୍ଲୋଗାନ ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ମାନି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ନିବେଦନ କରିଛନ୍ତି। ଏହି ସଚେତନତା ବାର୍ତ୍ତାକୁ ପ୍ରତି ସହର, ପ୍ରତି ଗାଁ ଓ ଘରେ ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନରେ ସମାଜର ସବୁ ବର୍ଗର ବ୍ୟକ୍ତି, ଅନୁଷ୍ଠାନ, ସଙ୍ଗଠନ ଯୋଡ଼ି ହେବାକୁ ସେ ଆହ୍ବାନ ଦେଇଛନ୍ତି । ଦୁର୍ଘଟଣା ରୋକିବା ପାଇଁ ରାଜ୍ୟର ସବୁ ବସ୍‌ରେ ସ୍ମାର୍ଟ ଡିଭାଇସ୍‌ ସଂଲଗ୍ନ କରାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୨୦୦୦ ନୂତନ ଟ୍ରାଫିକ୍‌ ପୋଲିସ୍‌ ପଦବୀ ସୃଷ୍ଟି କରାଯିବା ସହିତ ଚଳିତବର୍ଷ ୫୦୦ ଟ୍ରାଫିକ୍‌ ପୋଲିସ୍‌ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ଜନସାଧାରଣଙ୍କୁ ସୁଲଭ ଓ ସୁବିଧା ଜନକ ଯାତ୍ରା ପ୍ରଦାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଯାତ୍ରୀ ଆପ୍‌’ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏହି ଆପ୍‌ ମାଧ୍ୟମରେ ଜନସାଧାରଣ ଗୋଟିଏ କ୍ଲିକରେ ନିଜର ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇପାରିବେ। ଏହି ବ୍ୟବସ୍ଥା ଉଭୟ ଚାଳକ ଓ ଯାତ୍ରୀଙ୍କ ପାଇଁ ଲାଭଦାୟକ । ପଦଯାତ୍ରା ସମୟରେ ଗୁରୁଦ୍ୱାର ନିକଟରେ ମୁଖ୍ୟମନ୍ତ୍ରୀ ଏକ ନିଃଶୁଳ୍କ ଅସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ଶ୍ରୀରାମ ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ, ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରୁଥିବା ଗୁଡ୍‌ ସମରିଟାନ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ସ୍ମାର୍ଟ ଡିଭାଇସ୍‌ ପାଇଁ ଆଇଆଇଟି ମାଡ୍ରାସ୍‌ ସହ ରାଜ୍ୟ ସରକାରଙ୍କ ଆଲୋଚନା ଜାରି ରହିଛି। ଏହି ଉପକରଣ ସଂଯୋଗ କରାଯିବା ଦ୍ୱାରା ଡ୍ରାଇଭରଙ୍କ ଆଖିର ଗତିବିଧିକୁ ଟ୍ରାକ୍‌ କରାଯାଇପାରିବ। ଡ୍ରାଇଭର ଗାଡ଼ି ଚଳାଇବାବେଳେ ଶୋଇପଡ଼ିଲେ ସଙ୍ଗେ ସଙ୍ଗେ ସତର୍କ କରାଇବ। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର୍‌ ଖୁରାନିଆ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଓଏସଆରଟିସି ସିଏମ୍‌ଡି ଦୀପ୍ତେଶ ପଟ୍ଟନାୟକ, କ୍ରୁଟ୍‌ ଏମ୍‌ଡି ଏନ୍‌. ତିରୁମାଲା ନାଏକ, ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?