ଆବର୍ଜନା ବଳୟରେ ସ୍ମାର୍ଟସିଟି ଜନବସତି

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ସ୍ମାର୍ଟସିଟିକୁ ସ୍ବଚ୍ଛ ତଥା ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁୁ ବ୍ୟାପକ ଯୋଜନା କରାଯାଉଛି। ହେଲେ ଯୋଜନାଗୁଡ଼ିକ ସେପରି ସଫଳ ତଥା ଦୀର୍ଘସ୍ଥାୟୀ ହୋଇପାରୁ ନାହିଁ। ଆବର୍ଜନା ପରିଚାଳନା ପାଇଁ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି। ମାତ୍ର ସେସବୁକୁ ହିଁ ଜନବସତି ଅଞ୍ଚଳରେ ପକାଇ ଦିଆଯାଉଥିବାରୁ ପୃଥକ ଅଳିଆ ସଂଗ୍ରହ ପ୍ରହସନରେ ପରିଣତ ହୋଇଛି। ଟ୍ରକ୍‌ ଟ୍ରକ୍‌ ଓଦା ଓ ଶୁଖିଲା ଆବର୍ଜନା ମାସ ମାସ ଧରି ଘାଟିକିଆର ଜନବସତି ଅଞ୍ଚଳରେ ଗଦା ହୋଇ ରହିଛି। କିଛିଦିନ ତଳେ ଖଣ୍ଡଗିରି ଟୁରିଷ୍ଟ ବସ୍‌ଷ୍ଟାଣ୍ଡରେ ଦୀର୍ଘଦିନ ଧରି ଅଳିଆ ଗଦା କରାଯିବା ପରେ ଅସନ୍ତୋଷ ପ୍ରକାଶ ପାଇବାରୁ ବିଏମସି ତାହାକୁ ଉଠାଇଥିଲା। ହେଲେ ଏବେ ବି ଉକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ ହୋଇପାରି ନାହିଁ। ସେହିପରି ଏବେ ଘାଟିକିଆ ଓ ଖଣ୍ଡଗିରି ବାରି ଅଞ୍ଚଳରୁ ପ୍ରତିଦିନ ବାହାରୁ ଥିବା କୁଢ଼ କୁଢ଼ ଅଳିଆ ସ୍ଥାନୀୟ ସାଇ ମନ୍ଦିର ନିକଟରେ ଗଦା ହେଉଥିବା ଦେଖିବାକୁ ମିଳୁଛି। ବିଏମ୍‌ସି ପକ୍ଷରୁ ଉକ୍ତ ଆବର୍ଜନା ସ୍ଥାନାନ୍ତରିତ କରାଯାଉଥିଲେ ମଧ୍ୟ ସେଠାରେ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ଅଳିଆ ଆବର୍ଜନା ପଚିସଢ଼ି ଦୁର୍ଗନ୍ଧ ବାହାରୁଛି। ରସୁଲଗଡ଼, ବମିଖାଲ, କେନାଲବନ୍ଧର ଉଭୟ ପାର୍ଶ୍ୱ ରାସ୍ତା ଆଦି ଅଞ୍ଚଳର ଜନବସତିରେ ଏପରି ଅଳିଆ ଗଦା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ସେହିପରି ବୁଲା ଜୀବଜନ୍ତୁ ଆବର୍ଜନାରୁ ପଲିଥିନ ଜରି ଆଦି ଖାଇବା ଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri