କାଳ ସାଜୁଛି ମୁକୁଳା ଡ୍ରେନ୍‌, ଚେତୁନି ପ୍ରଶାସନ

ଭୁବନେଶ୍ୱର,୧୯।୬ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍‌। ସହରର ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ମଙ୍ଗଳବାର ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ବିଏମ୍‌ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା ମନେହେଉଛି। ଫଳରେ ଗତ ୯ବର୍ଷରେ ୮ଜଣଙ୍କ ଜୀବନ ଗଲାଣି। ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରେନ ସଫା ପର୍ଯ୍ୟନ୍ତ ବିଏମ୍‌ସି ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ମାତ୍ର ଅଧିକାଂଶ ଡ୍ରେନ ମୁକୁଳା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅପରପକ୍ଷେ ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମ୍‌ସି ଏହାକୁ ପାଳନ କରୁନାହିଁ। ସେହିପରି ମୁକୁଳା ଡ୍ରେନ୍‌ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ବିଶେଷକରି ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା କାମ ନ ସାରିବା, ସଫା ପରେ ସମ୍ପୃକ୍ତ ଡ୍ରେନ୍‌ରେ ତୁରନ୍ତ ଘୋଡ଼ଣୀ ନ ପକାଇବା, ଅଧିକାଂଶ ଡ୍ରେନ୍‌ ମୁକୁଳା ପଡ଼ିଥିବାବେଳେ ସେଥିରେ ସ୍ଲାବ ନ ପକାଇବା କିମ୍ବା ସତର୍କତାମୂଳକ ବାଉଁଶ ବ୍ୟାରିକେଡ୍‌ ବା ସତର୍କ ସୂଚନା ଫଳକ ନ ଲଗାଇବା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି।
ସହରରେ ୭୭କି.ମି.ର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଥିବାବେଳେ ୯୨୪.୨୭କି.ମି ଆଭ୍ୟନ୍ତରୀଣ ବା ଶାଖା ଡ୍ରେନ୍‌ ରହିଛି। ପ୍ରତିବର୍ଷ ନୂଆ ଡ୍ରେନ ନିର୍ମାଣ, ପୁନରୁଦ୍ଧାର ଓ ମରାମତି ବାବଦକୁ ବିଏମ୍‌ସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏକାଧିକ ଏଜେନ୍ସି ଲଗାଇ କାମ କରାଉଛି। ଖରା କିମ୍ବା ଶୀତ ଦିନେ ଡ୍ରେନ୍‌ କାମ ନ ହୋଇ ବର୍ଷା ଆରମ୍ଭରୁ କାମ କରାଯାଉଛି। ଫଳରେ ଅଧିକାଂଶ ଅଞ୍ଚଳରେ ଅଧାପନ୍ତରିଆ ସଫେଇ କାମ ସହ ଡ୍ରେନ୍‌ ମୁକୁଳା ପକାଇ ଠିକାଦାର ଚାଲିଯାଉଛନ୍ତି। ଏପରି କି ନିର୍ମାଣ ସାମଗ୍ରୀ ଏବଂ ସଫେଇରୁ ବାହାରୁଥିବା ବର୍ଜ୍ୟ ଠିକ୍‌ ଭାବେ ଉଠାଯାଉ ନ ଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ବାଟ ବନ୍ଦ ହେଉଛି। ଅସରାଏ ବର୍ଷା ହେଲେ ଡ୍ରେନ୍‌, ରାସ୍ତା ସବୁ ଏକାକାର ହୋଇ ବାରମ୍ବାର ଦୁର୍ଘଟଣା ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?