ସ୍ମାର୍ଟସିଟି: ଟ୍ରେନ୍‌ ନେଲାଣି ୧୩୯ ଜୀବନ

ରାଉରକେଲା ଅଫିସ,୩୧।୩: ସ୍ମାର୍ଟସିଟି ରାଉରକେଲାରେ ଟ୍ରେନ ଧକ୍କା, ଟ୍ରେନରୁ ଖସି ଓ ଆମତ୍ହତ୍ୟା ଜନିତ ମୃତ୍ୟୁ ମାମଲା ବଢିବାରେ ଲାଗିଛି। ଟ୍ରେନ୍‌ ଲାଇନରେ ଲୋକଙ୍କ ଜୀବନ ଯିବା ଘଟଣାରେ ରୋକ୍‌ ଲାଗିପାରୁନି। ସାମାନ୍ୟ ଭୁଲ ଓ ଅସାବଧାନତା ଯୋଗୁ ଅକାଳରେ ଚାଲିଯାଉଛି ଅମୂଲ୍ୟ ଜୀବନ।
ରାଉରକେଲା ଜିଆର୍‌ପିର ସୂଚନା ଅନୁସାରେ, ଗତ ୩ବର୍ଷ ମଧ୍ୟରେ ରାଉରକେଲା ଜିଆରପି ଅଧୀନରେ ସମୁଦାୟ ୧୭୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ୨୦୨୨ ମସିହାରେ ସର୍ବାଧିକ ୯୦ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୬୯ଜଣଙ୍କ ଟ୍ରେନ ଧକ୍କା, ଟ୍ରେନରୁ ଖସିପଡି ଓ ଆମତ୍ହତ୍ୟା ଜନିତ ମୃତ୍ୟୁ ହୋଇଛି। ସେହିପରି ୨୦୨୧ରେ ମୋଟ୍‌ ୬୫ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୫୧ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ୨୩ଟି ମାମଲା ପଞ୍ଜୀକୃତ ହୋଇଛି। ସେଥିରୁ ୧୯ଜଣଙ୍କ ଟ୍ରେନ ଧକ୍କା, ଟ୍ରେନରୁ ଖସି ଓ ଆମତ୍ହତ୍ୟା ହେତୁ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଭଳି ଭାବେ ଟ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ଗତ ୩ ବର୍ଷରେ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି।
ଅସାବଧାନତା ଏବଂ ଦୁଃସାହସିକ କାର୍ଯ୍ୟକଳାପ ଯୋଗୁ ଲୋକଙ୍କୁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ଟ୍ରେନରେ ଯାତ୍ରା ବେଳେ ତରତର ହୋଇ ଟ୍ରେନ୍‌ ଚଢିବା, ଟ୍ରେନ ଦ୍ୱାର ପାଖରେ ଛିଡା ହୋଇ ଅନ୍ୟମନସ୍କ ରହୁଥିବା କାରଣରୁ ଅନେକ ବ୍ୟକ୍ତି ଟ୍ରେନରୁ ଖସି ଗୁରୁତର ହେଉଛନ୍ତି। କୁଲୁଙ୍ଗା, ପାନପୋଷ ଏବଂ ବିଶ୍ରା ଛକ ନିକଟସ୍ଥ ବ୍ରିଜ୍‌ ତଳ ରେଳ ଧାରଣରେ ଅଧିକାଂଶ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଏ ନେଇ ଜିଆର୍‌ପି ଥାନାଧିକାରିଣୀ ରେଶ୍ମା ଏକ୍କାଙ୍କୁ ପଚାରିବାରୁ ସେ କହିଲେ, ଟ୍ରେନ୍‌ ଯିବା ବେଳେ ରେଳଧାରଣା ପାରି ହେବାକୁ ବାରଣ କରାଯିବା ସହ ସାଇନବୋର୍ଡ ଲଗାଯାଇଛି। ଏହାସତ୍ତ୍ୱେ ଲୋକେ ଅମାନିଆ ହୋଇ ରେଳଧାରଣା ପାରି ହେଉଥିବାରୁ ଟ୍ରେନ ଧକ୍କାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଏଡାଇବା ପାଇଁ ହେଲେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଏକ୍କା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri