Posted inଫୁରସତ

ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍‌ ବଲ୍‌ଠାରୁ ମଧ୍ୟ ଛୋଟ

ଦକ୍ଷିଣ ଆମେରିକାର ‘ରେନ୍‌ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍‌, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି, ଯାହା ଏହି ଜଙ୍ଗଲକୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ପ୍ରଜାତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଇଷ୍ଟର୍ନ ପିଜିମ ମାରମୋସେଟ ନାମକ ମାଙ୍କଡ଼ ପ୍ରଜାତି।

ୟୁକେର ଚେଷ୍ଟର ପ୍ରାଣୀ ଉଦ୍ୟାନରେ ଏହି ପ୍ରଜାତିର ଦୁଇଟି ମାଙ୍କଡ଼ ଜନ୍ମଗ୍ରହଣ କରିଛନ୍ତି, ଯେଉଁମାନେ ସେମାନଙ୍କର ଆକାର ହେତୁ ସମଗ୍ର ବିଶ୍ୱର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, ଉଭୟ ମାଙ୍କଡ଼ଙ୍କ ଉଚ୍ଚତା କେବଳ ୨ ଇଞ୍ଚ। ଜନ୍ମ ସମୟରେ ସେମାନଙ୍କ ଓଜନ ଥିଲା ୧୦ ଗ୍ରାମ। ସେମାନେ ଦେଖିବାକୁ ପିଙ୍ଗ୍‌ ପଙ୍ଗ୍‌ ବଲଠାରୁ ମଧ୍ୟ ଛୋଟ। ଏବେ ଏହି ଦୁଇ ମାଙ୍କଡ ଦୁନିଆର ସବୁଠୁ ଛୋଟ ମାଙ୍କଡ଼ ହେବାର ଆଖ୍ୟା ଅର୍ଜନ କରିଛନ୍ତି। ଛୋଟ ଆକାର ହେତୁ ଉଭୟଙ୍କ ଲିଙ୍ଗ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ତିନି ବର୍ଷର ଜୋ ଏବଂ ଚାରି ବର୍ଷର ବାଲଡ୍ରିକ ମାଙ୍କଡ଼ ଦମ୍ପତି ନିଜ ପିଲାମାନଙ୍କୁ ଦୁନିଆକୁ ଆଣି ବେଶ ଖୁସି ଅଛନ୍ତି। ସେମାନେ ନିଜ ପିଲାମାନଙ୍କର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। ତେବେ ଆକାରରେ ଛୋଟ ହୋଇଥିଲେ ମଧ୍ୟ ଏହି ମାଙ୍କଡ଼ମାନେ ଏତେ ଜୋରରେ ଶବ୍ଦ କରନ୍ତି ଯେ ସେମାନଙ୍କର ସ୍ବର ଜଙ୍ଗଲରେ ପରିବ୍ୟାପ୍ତ ହୋଇଯାଇଥାଏ। ନିଜ ସାଥୀଙ୍କୁ ଆକର୍ଷିତ କରିବା ଏବଂ ଅନ୍ୟମାନଙ୍କୁ ଶତ୍ରୁମାନଙ୍କ ବିଷୟରେ ଅବଗତ କରାଇବା ପାଇଁ ସେମାନେ ବହୁତ ଉଚ୍ଚ ସ୍ବର କରନ୍ତ। ଏହି ଦୁଇଟି ମାଙ୍କଡ଼ ସେମାନଙ୍କ କାର୍ଯ୍ୟରେ ପାରଙ୍ଗମଥାନ୍ତି ବୋଲି ପ୍ରାଣୀ ଉଦ୍ୟାନର ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri