Posted inଫୁରସତ

ଗିନିଜ୍‌ ୱାଲର୍‌ଡ ରେକଡର୍‌ସରେ କ୍ଷୁଦ୍ର ଚର୍ମ କର୍କଟ

ୱାଶିଂଟନ୍‌: ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍‌ଥ ଅଫ୍‌ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍‌ଜାଣ୍ଡର ୱିଟ୍‌କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍‌ ୱାଲର୍‌ଡ ରେକର୍ଡ କରିଛନ୍ତି। ଏହାର ବ୍ୟାସ ହେଉଛି ୦.୬୫ ମିମି ବା ୦.୦୨୫ ଇଞ୍ଚ। ଏହି ମେଲାନୋମା ନାମକ ଚର୍ମ କର୍କଟ ଅତ୍ୟନ୍ତ ମାରାତ୍ମକ, ଯାହାକୁ ଅତ୍ୟାଧୁନିକ ଅଣଆକ୍ରମଣକାରୀ ଇମେଜିଂ ଟେକ୍ନୋଲୋଜି ବ୍ୟବହାର କରି ଦଳଗତ ଭାବେ ଏହାକୁ ଆବିଷ୍କାର କରି ମେ’ ପହିଲାରେ ଏହି ରେକର୍ଡ କରିଛନ୍ତି। କିଛି ଦିନ ତଳେ ଖ୍ରୀଷ୍ଟି ଷ୍ଟାଟ୍‌ସ ନାମ୍ନୀ ଜଣେ ମହିଳା ତାଙ୍କ ମୁହଁରେ ହୋଇଥିବା ନାଲି ଦାଗ ଦେଖାଇବାକୁ ସ୍କିନ ସ୍ପେଶାଲିଷ୍ଟଙ୍କ ପାଖକୁ ଆସିଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରାଇବାବେଳେ ଡାହାଣ ପଟ ଗାଲରେ ଅନ୍ୟ ଏକ ଦାଗ ଦେଖିବାକୁ ପାଇଥିଲେ, ଯାହା ମଣିଷଙ୍କ ଆଖିକୁ ସହଜରେ ଦେଖାଯାଇ ନ ଥାଏ। ଏହା ଏକ ମେଲାନୋମା ବୋଲି ଜଣାପଡିଥିଲା। ଚର୍ମର ପିଗ୍‌ମେଣ୍ଡ ଉତ୍ପାଦନକାରୀ କୋଷଗୁଡ଼ିକରେ ମେଲୋନୋମା ବିକଶିତ ହୋଇଥାଏ। ଚର୍ମ କର୍କଟର ଏହା ଏକ ମାରାତ୍ମକ ରୂପ। ଏପରି ଚର୍ମ କର୍କଟ ଥିବା ରୋଗୀଙ୍କ ସଂଖ୍ୟା ବହୁତ କମ୍‌ ବୋଲି ଡାକ୍ତର କହିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ମେଲାନୋମା କର୍କଟର ମାତ୍ରା ବୃଦ୍ଧି ପାଇଛି, ଯାହାକି ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମି ପ୍ରଭାବରେ ହେଉଛି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri