ନିଯୁକ୍ତି, ରାଜସ୍ବ ଗିଳିବ ସ୍ଲରି ପାଇପ୍‌

ଯାଜପୁର ଅଫିସ,୨।୧୧: ଶିଳ୍ପ କମ୍ପାନୀଗୁଡ଼ିକ ଏବେ ସ୍ଲରି ପାଇପ୍‌ ଲାଇନ ବିଛାଇ ଖଣିଜ ପଦାର୍ଥ ପରିବହନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିଯୋଗୁ କର୍ମନିଯୁକ୍ତି ହ୍ରାସ ପାଇବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ ଓ ଇପିକଲ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ବିପୁଳ ପରିମାଣର ପାଣି ଲୁଟ୍‌ ପାଇଁ କେତେକ କମ୍ପାନୀ ଏହି ଫନ୍ଦି ଫିକର କରୁଥିବା କୁହାଯାଉଛି। ତେବେ ସ୍ଲରି ପାଇପ ବିଛାଇବାକୁ ଅନୁମତି ଦିଆଯିବା ନେଇ ଗତ ୯ତାରିଖରେ ଅନୁଷ୍ଠିତ ୯୫ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ସବିଶେଷ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ସ୍ଲରି ପାଇପ୍‌ଲାଇନ୍‌ରେ ବ୍ୟବହାର ହେଉଥିବା ଜଳ ଉପରେ ଅଧିକ ରାଜସ୍ବ ଆଦାୟ କରିବାକୁ ନୀତି ନିର୍ଦ୍ଧାରଣ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଛି। ଆସନ୍ତା ୩ତାରିଖରେ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏର ପରବର୍ତ୍ତୀ ବୈଠକରେ ଏହି ନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।
ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ବୈଠକରେ ଏସାର ମିନ୍‌ମେଣ୍ଟ ଲିମିଟେଡ କେନ୍ଦୁଝରଠାରେ ବାର୍ଷିକ ୧୪ମେଟ୍ରିକ ଟନ୍‌ ବେନିଫିକେଶନ, ପାରାଦୀପଠାରେ ବାର୍ଷିକ ୧୪ ମେଟ୍ରିକ ଟନ୍‌ ପେଲେଟ ପ୍ଲାଣ୍ଟ ସ୍ଥାପନ ଏବଂ ବାର୍ଷିକ ୧୪ ମେଟ୍ରିକ ଟନ୍‌ର ସ୍ଲରି ପାଇପଲାଇନ ବିଛାଇବାକୁ ଆବେଦନ କରିଛି। ଏଥିପାଇଁ ୬,୬୫୦କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ତେବେ ଏହି ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ କେତେକ ସର୍ତ୍ତ ଆଧାରରେ ମଞ୍ଜୁରୀ କରିବାକୁ ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ ହାଇ ଲେଭଲ୍‌ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ନିକଟରେ ସୁପାରିସ କରିଛି। ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ସମ୍ପ୍ରସାରଣ ସହ ଅନୁଗୋଳକୁ ବାର୍ଷିକ ୩୬ ମେଟ୍ରିକ ଟନ ୍‌ସ୍ଲରି ପାଇପ୍‌ଲାଇନ ଦୁଇଟି ପର୍ଯ୍ୟାୟରେ ସ୍ଥାପନ କରିବାକୁ ପ୍ରସ୍ତାବ ରଖିଛି। ଏଥିପାଇଁ ୭୬,୦୧୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ଦୁଇଟି ସ୍ଲରି ପ୍ରକଳ୍ପ ପାଇଁ ୯୦ଦିନ ମଧ୍ୟରେ ସବିଶେଷ ଆକ୍ସନ ପ୍ଲାନ ଦାଖଲ କରିବାକୁ ଇପିକଲ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସେହିପରି ତ୍ରିବେଣୀ ଆର୍ଥମୁଭର୍ସ ପ୍ରା.ଲି. କେନ୍ଦୁଝର ଜିଲାର ବଡ଼ବିଲ, ଦେଓଝର ନିକଟରୁ ଜଗତ୍‌ସିଂହପୁର ଜିଲା ପାରାଦୀପ ନିକଟସ୍ଥ ଭିତରଗଡ଼କୁ ବାର୍ଷିକ ୩୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ସ୍ଲରି ପାଇପ ଲାଇନ ବିଛାଇବାକୁ ଆବେଦନ କରିଛି। ଏହି ସ୍ଲରି ପାଇପ୍‌ଲାଇନର ଦୂରତା ୨୯୮ କି.ମି. ଏବଂ ଏଥିପାଇଁ ୯୪୮.୯୦ କୋଟି ଟଙ୍କା ବ୍ୟୟଅଟକଳ ରଖାଯାଇଛି। ସେହିପରି ଜେଏସ୍‌ଡବ୍ଲ୍ୟୁ କେନ୍ଦୁଝର ଜିଲା ଶାରଦା ମାଇନ୍ସରୁ ପାରାଦୀପ ପର୍ଯ୍ୟନ୍ତ ବାର୍ଷିକ ୩୦ମେଟ୍ରିକଟନ୍‌ କ୍ଷମତା ବିଶିଷ୍ଟ ଏକ ସ୍ଲରି ପାଇପ ସ୍ଥାପନ କରିବ। ଏହି ସବୁ ସ୍ଲରି ପାଇପ୍‌ଲାଇନରେ ଲୁହାପଥର ପରିବହନ ପାଇଁ ପ୍ରାୟ ୧୦୦ କ୍ୟୁସେକରୁ ଊର୍ଦ୍ଧ୍ୱ ନଦୀଜଳ ବ୍ୟବହାର କରାଯିବ। ଅଧିକାଂଶ ପାଣି ବୈତରଣୀ ନଦୀରୁ ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଏହାବାଦ୍‌ ବ୍ୟାପକ ଜଙ୍ଗଲ ଧ୍ୱଂସ କରିବା ସହ ଗରିବ ଆଦିବାସୀ ଲୋକଙ୍କ ଚାଷଜମି ନଷ୍ଟ ହେବ। ଏହା ପ୍ରାୟ ୭୦ କି.ମି. ସଂରକ୍ଷିତ ଜଙ୍ଗଲ, ୩୦କି.ମି. ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଓ ୨୦ କି.ମି. ଅନ୍ୟାନ୍ୟ ଜଙ୍ଗଲ ଦେଇ ଯାଉଥିବା କୁହାଯାଉଛି। ବଡ଼ବିଲ, ରିମୁଲି, କେନ୍ଦୁଝର, ଆନନ୍ଦପୁର, ଯାଜପୁରରୋଡ, କଳିଙ୍ଗନଗର, ପାଣିକୋଇଲି, ଚଣ୍ଡିଖୋଲ ଦେଇ ପାରାଦୀପକୁ ପାଇପ ବିଛା ହେବ। ତେବେ ଏହି ରାସ୍ତାରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲା ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କରାଯାଇଛି ବୋଲି ପ୍ରଭାବିତ ଅଞ୍ଚଳବାସୀ କହିଛନ୍ତି। କୋଟି କୋଟି ଟଙ୍କାର ଏହିସବୁ ପ୍ରକଳ୍ପଗୁଡ଼ିକରେ ସ୍ଥାନୀୟ ନିଯୁକ୍ତି ଖୁବ୍‌ କମ୍‌ ଆଶଙ୍କା ଥିବାବେଳେ ବାହାର ରାଜ୍ୟର ଅଧିକ ନିଯୁକ୍ତି ପାଇବେ। ଭୂତଳ ପାଇପ ଯୋଗେ ଲୁହାପଥର ପରିବହନ ପରିବର୍ତ୍ତେ ସଡ଼କପଥରେ ଯଦି କରାଯିବ ତେବେ ବଡବିଲଠାରୁ ପାରାଦୀପ ପର୍ଯ୍ୟନ୍ତ ଲୁହାପଥର ପରିବହନ କରି ଯାଜପୁର ଓ କେନ୍ଦୁଝର ଜିଲାର ୫୦ହଜାରରୁ ଊର୍ଦ୍ଧ୍ୱ ଟ୍ରକ ମାଲିକ ଓ କର୍ମଚାରୀ ଲାଭବାନ ହୋଇଥାନ୍ତେ। ଏପରି କି ଖଣିଜ ପରିବହନକୁ ଭିତ୍ତି କରି ଜୀବନ ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଦାନା ବୁଡ଼ିବା ନିଶ୍ଚିତ। ବଡବିଲ ଅଞ୍ଚଳରୁ ପାରାଦୀପ ପର୍ଯ୍ୟନ୍ତ ବ୍ରାହ୍ମଣୀ, ବୈତରଣୀ, ଗେଙ୍ଗୁଟି, ବିରୂପା, ଗୋବରୀ, ଲୁଣା, ଚିତ୍ରୋପତ୍ଳା, ମହାନଦୀ ଆଦି ନଦୀ ସହ ୫୦ରୁ ଊର୍ଦ୍ଧ୍ୱ ନାଳଦେଇ ଏହି ପ୍ରକଳ୍ପ ଯାଉଥିବାରୁ ଜୈବବିବିଧତା ଉପରେ ମଧ୍ୟ ବିପଦ ଆଶଙ୍କା ରହୁଛି। ଏନେଇ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ସ୍ଲରି ପାଇପଲାଇନରେ ବ୍ୟବହାର ହେଉଥିବା ପାଣି ଉପରେ ଜଳକର ଆଦାୟକୁ ବୃଦ୍ଧି କରିବାକୁ ତାଙ୍କ ପତ୍ରରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏସମ୍ପର୍କରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ସ୍ଲରି ପାଇପ୍‌ ବିଛାଇବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ବିଭିନ୍ନ ବିଭାଗରୁ ଅନୁମତି ଆଣିବାକୁ ନିର୍ଦ୍ଦେଶ ଦିଆଯାଉଛି। ଗାଇଡଲାଇନ୍‌କୁ ଅବମାନନା କଲେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେହେରା କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?