Posted inଖେଳ

ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ଭାଗ୍ୟ ବଦଳାଇପାରନ୍ତି ଏହି ଅଲରାଉଣ୍ଡର: ଏହି ସ୍ବତନ୍ତ୍ରତା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୩ର କ୍ୱାଲିଫାୟର-୨ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ ମାର୍କସ ଷ୍ଟୋଇନିସ୍‌। ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର ୩୮ ରନ୍‌ର ଆକ୍ରାମକ ଇନିଂସ ଖେଳିବା ସହ ବୋଲିଂରେ ୨୬ ରନ୍‌ ପାଇଁ ୩ଟି ଓ୍ବିକେଟ ନେଇଥିଲେ। ଏହାକୁ ନେଇ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ମଙ୍ଗଳବାର ଦିଲ୍ଲୀ ମୁମ୍ବାଇ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳୁଥିବା ଯୋଗୁ ଷ୍ଟୋଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ ବୋଲି କୁହାଯାଉଛି।

-ଗେମ୍‌ ଚେଞ୍ଜର ହୋଇପାରେ ଷ୍ଟୋଇନିସଙ୍କ ମନ୍ଥର ବଲ୍‌
ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇରେ କିରନ୍‌ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ସେମାନଙ୍କ ପାଇଁ ଷ୍ଟୋଇନିସ୍‌ଙ୍କ ମନ୍ଥର ବଲ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଗ୍ରିପ୍‌ ବଦଳାଇବା, ଓ୍ବାଇଡ୍‌ ୟୋକର୍ସ ଏବଂ ମନ୍ଥର ବଲ୍‌ ସହ ରଣନୀତି ବଦଳାଇବା ପରେ ଓ୍ବିକେଟ ମିଳୁଛି କି ନାହିଁ ସେ ପୂର୍ବ ମ୍ୟାଚ୍‌ରେ ଜାଣିବାକୁ ଚାହିଁଥିଲେ। ଆଜିର ମ୍ୟାଚ୍‌ରେ ତାହା ଦେଖିବାକୁ ମିଳିପାରେ।

-ଯୋଜନା ଓ ଅନୁଶାସନ
ଅଧିନାୟକ- ପ୍ରଶିକ୍ଷକଙ୍କ ସହ କଥାବାର୍ତ୍ତା ଏବଂ ଦଳର ରଣନୀତି ଅନୁଯାୟୀ ସେ ଖେଳନ୍ତି। ଏହି ଫର୍ମାଟରେ ବୋଲିଂ କରିବା କଷ୍ଟକର ଥାଏ। ପଡ଼ିଆକୁ ଯିବା ପୂର୍ବରୁ ଯୋଜନା ପ୍ରସ୍ତୁତ କର, ଭଲ ଭାବନା ସହ ଆସିବା ଏବଂ ଅଧିନାୟକ-ପ୍ରଶିକ୍ଷକ-ବିଭିନ୍ନ ବ୍ୟାଟ୍ସମ୍ୟାନ୍‌ଙ୍କ ସହ କଥା ହେବାକୁ ପଡେ ବୋଲି ଷ୍ଟୋଇନିସ କହିଥିଲେ। ଫାଇନାଲ ମ୍ୟାଚ୍‌ରେ ମଧ୍ୟ ସେ ସେଭଳି ଚିନ୍ତାଧାରା ସହ ପଡ଼ିଆକୁ ଓହ୍ଲାଇପାରନ୍ତି। ତେବେ ଚଳିତ ସିଜନ୍‌ରେ ସେ ୩୫୨ ରନ୍‌ କରିଥିବା ବେଳେ ୧୨ଟି ଓ୍ବିକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ…

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ

ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ…

ଯାଦବ ସମାଜ ଦ୍ୱାରା ଆୟୋଜିତ ଦୋଳ ଉତ୍ସବରେ ଯୋଗ ଦେଲେ ନରସିଂହ, କହିଲେ…

ବଲାଙ୍ଗୀର,୨।୩( ସୁନିଲ କୁମାର ମହାନ୍ତି); ଦୋଳ ମହୋତ୍ସବ କେବଳ ବଲାଙ୍ଗୀରରେ ନୁହେଁ ସମଗ୍ର ଦେଶରେ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଲୋକେ ଏକତ୍ରିତ ହୋଇ ପାଳନ କରିଥାନ୍ତି…

ଯାତ୍ରୀବାହୀ ବସ୍‌ ପଛରେ ପିଟିହେଲା ଅଟୋ

ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ସୋମବାର ଅପରାହ୍ନରେ ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍‌ (ନଂ. ଓଡି୦୭-୩୭୧୦) ପଛରେ ଏକ…

ଦାରିଙ୍ଗବାଡି ଜଙ୍ଗଲରେ ଲୁଚିଛନ୍ତି ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ, ଖୋଜୁଛି ସେନସର୍‌ ଡ୍ରୋନ

ଦାରିଙ୍ଗବାଡି, ୨।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରହିଥିବା ଘଞ୍ଚ ଜଙ୍ଗଲରେ ପୋଲିସର ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ନେତା ଶୁକ୍ରୁ ଲୁଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri