Posted inଖେଳ

ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ଭାଗ୍ୟ ବଦଳାଇପାରନ୍ତି ଏହି ଅଲରାଉଣ୍ଡର: ଏହି ସ୍ବତନ୍ତ୍ରତା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୩ର କ୍ୱାଲିଫାୟର-୨ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ ମାର୍କସ ଷ୍ଟୋଇନିସ୍‌। ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର ୩୮ ରନ୍‌ର ଆକ୍ରାମକ ଇନିଂସ ଖେଳିବା ସହ ବୋଲିଂରେ ୨୬ ରନ୍‌ ପାଇଁ ୩ଟି ଓ୍ବିକେଟ ନେଇଥିଲେ। ଏହାକୁ ନେଇ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ମଙ୍ଗଳବାର ଦିଲ୍ଲୀ ମୁମ୍ବାଇ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳୁଥିବା ଯୋଗୁ ଷ୍ଟୋଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ ବୋଲି କୁହାଯାଉଛି।

-ଗେମ୍‌ ଚେଞ୍ଜର ହୋଇପାରେ ଷ୍ଟୋଇନିସଙ୍କ ମନ୍ଥର ବଲ୍‌
ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇରେ କିରନ୍‌ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି। ସେମାନଙ୍କ ପାଇଁ ଷ୍ଟୋଇନିସ୍‌ଙ୍କ ମନ୍ଥର ବଲ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଗ୍ରିପ୍‌ ବଦଳାଇବା, ଓ୍ବାଇଡ୍‌ ୟୋକର୍ସ ଏବଂ ମନ୍ଥର ବଲ୍‌ ସହ ରଣନୀତି ବଦଳାଇବା ପରେ ଓ୍ବିକେଟ ମିଳୁଛି କି ନାହିଁ ସେ ପୂର୍ବ ମ୍ୟାଚ୍‌ରେ ଜାଣିବାକୁ ଚାହିଁଥିଲେ। ଆଜିର ମ୍ୟାଚ୍‌ରେ ତାହା ଦେଖିବାକୁ ମିଳିପାରେ।

-ଯୋଜନା ଓ ଅନୁଶାସନ
ଅଧିନାୟକ- ପ୍ରଶିକ୍ଷକଙ୍କ ସହ କଥାବାର୍ତ୍ତା ଏବଂ ଦଳର ରଣନୀତି ଅନୁଯାୟୀ ସେ ଖେଳନ୍ତି। ଏହି ଫର୍ମାଟରେ ବୋଲିଂ କରିବା କଷ୍ଟକର ଥାଏ। ପଡ଼ିଆକୁ ଯିବା ପୂର୍ବରୁ ଯୋଜନା ପ୍ରସ୍ତୁତ କର, ଭଲ ଭାବନା ସହ ଆସିବା ଏବଂ ଅଧିନାୟକ-ପ୍ରଶିକ୍ଷକ-ବିଭିନ୍ନ ବ୍ୟାଟ୍ସମ୍ୟାନ୍‌ଙ୍କ ସହ କଥା ହେବାକୁ ପଡେ ବୋଲି ଷ୍ଟୋଇନିସ କହିଥିଲେ। ଫାଇନାଲ ମ୍ୟାଚ୍‌ରେ ମଧ୍ୟ ସେ ସେଭଳି ଚିନ୍ତାଧାରା ସହ ପଡ଼ିଆକୁ ଓହ୍ଲାଇପାରନ୍ତି। ତେବେ ଚଳିତ ସିଜନ୍‌ରେ ସେ ୩୫୨ ରନ୍‌ କରିଥିବା ବେଳେ ୧୨ଟି ଓ୍ବିକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ହସ ଦେଖି ଏମିତି କହିଲେ ଚହଲ

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଏବଂ ଲେଗ୍‌ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ଭଲ ସାଙ୍ଗ ବୋଲି ଧରାଯାଏ। ସୋସିଆଲ ମିଡିଆରେ ଉଭୟ ବେଶ୍‌ ମଜା...

ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ,୧୬।୨(ପି.ଟି.)- ଚଳିତବର୍ଷ ଭାରତ ତା’ର ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବାରାତ୍ର ଟେଷ୍ଟ ଖେଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ଯେକୌଣସି ଭେନ୍ୟୁରେ...

ଏସିଆ କପ୍‌ କ୍ରିକେଟ ବାତିଲ

କଲମ୍ବୋ, ୨୦।୫(ପି.ଟି.)- ଶ୍ରୀଲଙ୍କାରେ କରୋନା ଭାଇରସ ସଂକ୍ରମଣ ବଢ଼ୁଥିବାରୁ ୨୦୨୧ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ପୂର୍ବରୁ ଏହା ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର...

ଓଲଟା ବ୍ୟାଟ ଧରି ରନ୍‌ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ

କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍‌ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ...

ଯେଉଁ କାମ ସଚିନ-କୋହଲି କରିପାରି ନ ଥିଲେ ତାହା କରିଦେଖାଇଲେ ରିଷଭ ପନ୍ତ

ମେଲବୋର୍ନ, ୨୭।୧୨: ମେଲବର୍ନରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଉଇକେଟ କିପର ରିଷଭ ପନ୍ତ ଏକ ସ୍ବତନ୍ତ୍ର...

ଯାହା କୋହଲି କରିପାରି ନ ଥିଲେ, ତାହା କରି ଦେଖାଇଲେ ରୋହିତ ଶର୍ମା

କୋଲକତା,୨୦।୨: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦...

୧୦୦ତମ ଟେଷ୍ଟରେ ଶତକ ମାରନ୍ତୁ ବୋଲି ପ୍ରାର୍ଥନା

ନୂଆଦିଲ୍ଲୀ,୧।୩: ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

କ୍ରିକେଟ ବେଟିଂ: ୨ ଗିରଫ

ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍‌ ଆଫ୍ରିକା ମ୍ୟାଚ୍‌ ଚଳିତ ଆଇସିସି ବିଶ୍ୱକପ୍‌ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ...

Advertisement
Archives

Model This Week