Posted inଖେଳ

ମିଡିଲ ଓଭରରେ ଧିମା ବ୍ୟାଟିଂ ଦାୟୀ

ନୂଆଦିଲ୍ଳୀ,୧୪ା୯(ପି.ଟି.): ଏସିଆ କପ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତୀୟ ଦଳର ଏହି ବିଫଳତାକୁ ନେଇ ବିସିସିଆଇ ପକ୍ଷରୁ ଏକ ସମୀକ୍ଷା କରାଯାଇଥିଲା। ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ଜାତୀୟ ଚୟନ କମିଟିକୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତର ଖରାପ ପ୍ରଦର୍ଶନ ପାଇଁ ମିଡିଲ ଓଭର ବ୍ୟାଟିଂ ଦାୟୀ ବୋଲି ଏହି ବୈଠକ ପରେ କୁହାଯାଇଛି। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ଓ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ପାଇଁ ସୋମବାର ଦଳ ଘୋଷଣା କରାଯାଇଥିଲା। ଦଳ ଘୋଷଣା ସହିତ ଗାଙ୍ଗୁଲି ଓ ଶାହା ଚୟନକର୍ତ୍ତାଙ୍କ ସହିତ ଏସିଆ କପ୍‌ ବିଫଳତାର ପୋଷ୍ଟମର୍ଟମ କରିଥିଲେ। ତେବେ କେବଳ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ଏହାର ସମାଧାନ ବାହାର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ଟି ୨୦ ବିଶ୍ୱକପରେ କେଉଁ ଦିଗରେ ଉନ୍ନତି ଆବଶ୍ୟକ ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଖରାପ ପ୍ରଦର୍ଶନର ଏକାଧିକ ଦିଗ ଉପରେ ଆଲୋଚନା କରାଯାଇଥିବା ବେଳେ ମିଡିଲ ଓଭରରେ ଭାରତର ଧୀମା ବ୍ୟାଟିଂ ପରାଜୟର ମୁଖ୍ୟକାରଣ ବୋଲି କୁହାଯାଇଛି। ଏହି ଦଳରେ ଅନେକ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି ଯେଉଁମାନେ ପରିବର୍ତ୍ତିତ ପରସ୍ଥିତି ହିସାବରେ ଖାପଖୁଆଇ ଖେଳିପାରନ୍ତି। ଏସିଆ କପରେ ୭-୧୫ ଓଭର ମଧ୍ୟରେ ଭାରତୀୟ ଦଳ ଏହାର ସ୍କୋରିଂ ରେଟ ବଢାଇବାରେ ସମର୍ଥ ହେଉନଥିଲା। ରନର ପିଛା କରି ହେଉ କି ପ୍ରଥମେ ବ୍ୟାଟିଂ କରି ହେଉ ଏହି ସମୟରେ ହିଁ ଭାରତୀୟ ବ୍ୟାଟିଂ ବିଫଳ ହେଇଥିଲା। କେବଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ବାଦ ଦେଲେ ଅନ୍ୟ ସମସ୍ତ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ରୁତ ରନ ସ୍କୋର କରିବାରେ ବିଫଳ ହୋଇଥିଲେ। ପାକିସ୍ତନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ଉକ୍ତ ୯ ଓଭରରେ ୫୯ ରନ୍‌ କରି ୩ ଉଇକେଟ ହରାଇଥିଲା। ସେହିପରି ହଂକଂ ବିପକ୍ଷରେ ୬୨ ରନ୍‌ କରିଥିବା ବେଳେ ସୁପର୪ରେ ପାକିସ୍ତାନ ବିପକ୍ଷରେ ୧ ଉଇକେଟ ହରାଇ ୬୨ ରନ କରିଥିଲା। ଶ୍ରୀଲଙ୍କା ବିପକ୍ଷ ସୁପର ୪ ମୁକାବିଲାରେ ଭାରତ ୭୮ ରନ ସଂଗ୍ରହ କରିଥିଲା। ସ୍ପିନରଙ୍କୁ ଖେଳିବାରେ ଭାରତୀୟ ବ୍ୟାଟର ବିଫଳ ହୋଇଛନ୍ତି। ସେହିପରି ଟପ୍‌ ଅର୍ଡର ବ୍ୟାଟିଂ ମଧ୍ୟ ଆଶାନୂରୂପ ହୋଇ ପାରିନାହିଁ। ଟପ୍‌ ଅର୍ଡର ବିଫଳ ହେବା ଭାରତର ଖରାପ ପ୍ରଦର୍ଶନର ଆଉ ଏକ ମୁଖ୍ୟ କାରଣ।
ବିଚାର ହୋଇନି ସାମସନଙ୍କ ନାମ: ଟି ୨୦ ବିଶ୍ୱକପ ଦଳରୁ ଉଇକେଟ କିପର ସଞ୍ଜୁ ସାମସନ ବାଦ ପଡିବା ନେଇ ବେଶ ବାଦ ବିବାଦ ସୃଷ୍ଟି ହୋଇଛି। ଏପରିକି ଦଳ ଘୋଷଣା ପୂର୍ବରୁ ସଞ୍ଜୁ ଫେବରିଟ୍‌ ଥିବା ନେଇ ଆଲୋଚନା ହୋଇଥିଲା। ତେବେ ତାଙ୍କୁ ୧୫ ଜଣିଆ ଦଳ କିମ୍ବା ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ସାମିଲ କରାଯାଇନଥିଲା। ଏହାର ସ୍ପଷ୍ଟୀକରଣ ଦେଇ ଜଣେ ବିସିସିଆଇ କର୍ମକର୍ତ୍ତା କହିଛନ୍ତି ସଞ୍ଜୁଙ୍କ ନାମ ବିଚାରକୁ ମଧ୍ୟ ନିଆଯାଇନଥିଲା। ଭାରତୀୟ ଟପ୍‌ ଅର୍ଡରରେ ପନ୍ତ ଏକମାତ୍ର ବାମହାତୀ ଖେଳାଳି ରହିଥିବା ବେଳେ ତାଙ୍କୁ ବାଦ ଦେବା ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇନଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ସାମସନଙ୍କ ନାମ ବିଚଚାର କରାଯାଇପାରେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri