Posted inଖେଳ

ମିଡିଲ ଓଭରରେ ଧିମା ବ୍ୟାଟିଂ ଦାୟୀ

ନୂଆଦିଲ୍ଳୀ,୧୪ା୯(ପି.ଟି.): ଏସିଆ କପ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତୀୟ ଦଳର ଏହି ବିଫଳତାକୁ ନେଇ ବିସିସିଆଇ ପକ୍ଷରୁ ଏକ ସମୀକ୍ଷା କରାଯାଇଥିଲା। ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ ଓ ଜାତୀୟ ଚୟନ କମିଟିକୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତର ଖରାପ ପ୍ରଦର୍ଶନ ପାଇଁ ମିଡିଲ ଓଭର ବ୍ୟାଟିଂ ଦାୟୀ ବୋଲି ଏହି ବୈଠକ ପରେ କୁହାଯାଇଛି। ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ଓ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ପାଇଁ ସୋମବାର ଦଳ ଘୋଷଣା କରାଯାଇଥିଲା। ଦଳ ଘୋଷଣା ସହିତ ଗାଙ୍ଗୁଲି ଓ ଶାହା ଚୟନକର୍ତ୍ତାଙ୍କ ସହିତ ଏସିଆ କପ୍‌ ବିଫଳତାର ପୋଷ୍ଟମର୍ଟମ କରିଥିଲେ। ତେବେ କେବଳ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରିବର୍ତ୍ତେ ଏହାର ସମାଧାନ ବାହାର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ଟି ୨୦ ବିଶ୍ୱକପରେ କେଉଁ ଦିଗରେ ଉନ୍ନତି ଆବଶ୍ୟକ ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଖରାପ ପ୍ରଦର୍ଶନର ଏକାଧିକ ଦିଗ ଉପରେ ଆଲୋଚନା କରାଯାଇଥିବା ବେଳେ ମିଡିଲ ଓଭରରେ ଭାରତର ଧୀମା ବ୍ୟାଟିଂ ପରାଜୟର ମୁଖ୍ୟକାରଣ ବୋଲି କୁହାଯାଇଛି। ଏହି ଦଳରେ ଅନେକ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି ଯେଉଁମାନେ ପରିବର୍ତ୍ତିତ ପରସ୍ଥିତି ହିସାବରେ ଖାପଖୁଆଇ ଖେଳିପାରନ୍ତି। ଏସିଆ କପରେ ୭-୧୫ ଓଭର ମଧ୍ୟରେ ଭାରତୀୟ ଦଳ ଏହାର ସ୍କୋରିଂ ରେଟ ବଢାଇବାରେ ସମର୍ଥ ହେଉନଥିଲା। ରନର ପିଛା କରି ହେଉ କି ପ୍ରଥମେ ବ୍ୟାଟିଂ କରି ହେଉ ଏହି ସମୟରେ ହିଁ ଭାରତୀୟ ବ୍ୟାଟିଂ ବିଫଳ ହେଇଥିଲା। କେବଳ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ବାଦ ଦେଲେ ଅନ୍ୟ ସମସ୍ତ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ରୁତ ରନ ସ୍କୋର କରିବାରେ ବିଫଳ ହୋଇଥିଲେ। ପାକିସ୍ତନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ଉକ୍ତ ୯ ଓଭରରେ ୫୯ ରନ୍‌ କରି ୩ ଉଇକେଟ ହରାଇଥିଲା। ସେହିପରି ହଂକଂ ବିପକ୍ଷରେ ୬୨ ରନ୍‌ କରିଥିବା ବେଳେ ସୁପର୪ରେ ପାକିସ୍ତାନ ବିପକ୍ଷରେ ୧ ଉଇକେଟ ହରାଇ ୬୨ ରନ କରିଥିଲା। ଶ୍ରୀଲଙ୍କା ବିପକ୍ଷ ସୁପର ୪ ମୁକାବିଲାରେ ଭାରତ ୭୮ ରନ ସଂଗ୍ରହ କରିଥିଲା। ସ୍ପିନରଙ୍କୁ ଖେଳିବାରେ ଭାରତୀୟ ବ୍ୟାଟର ବିଫଳ ହୋଇଛନ୍ତି। ସେହିପରି ଟପ୍‌ ଅର୍ଡର ବ୍ୟାଟିଂ ମଧ୍ୟ ଆଶାନୂରୂପ ହୋଇ ପାରିନାହିଁ। ଟପ୍‌ ଅର୍ଡର ବିଫଳ ହେବା ଭାରତର ଖରାପ ପ୍ରଦର୍ଶନର ଆଉ ଏକ ମୁଖ୍ୟ କାରଣ।
ବିଚାର ହୋଇନି ସାମସନଙ୍କ ନାମ: ଟି ୨୦ ବିଶ୍ୱକପ ଦଳରୁ ଉଇକେଟ କିପର ସଞ୍ଜୁ ସାମସନ ବାଦ ପଡିବା ନେଇ ବେଶ ବାଦ ବିବାଦ ସୃଷ୍ଟି ହୋଇଛି। ଏପରିକି ଦଳ ଘୋଷଣା ପୂର୍ବରୁ ସଞ୍ଜୁ ଫେବରିଟ୍‌ ଥିବା ନେଇ ଆଲୋଚନା ହୋଇଥିଲା। ତେବେ ତାଙ୍କୁ ୧୫ ଜଣିଆ ଦଳ କିମ୍ବା ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ସାମିଲ କରାଯାଇନଥିଲା। ଏହାର ସ୍ପଷ୍ଟୀକରଣ ଦେଇ ଜଣେ ବିସିସିଆଇ କର୍ମକର୍ତ୍ତା କହିଛନ୍ତି ସଞ୍ଜୁଙ୍କ ନାମ ବିଚାରକୁ ମଧ୍ୟ ନିଆଯାଇନଥିଲା। ଭାରତୀୟ ଟପ୍‌ ଅର୍ଡରରେ ପନ୍ତ ଏକମାତ୍ର ବାମହାତୀ ଖେଳାଳି ରହିଥିବା ବେଳେ ତାଙ୍କୁ ବାଦ ଦେବା ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇନଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ସାମସନଙ୍କ ନାମ ବିଚଚାର କରାଯାଇପାରେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri