ରାତିରେ ଶୋଇଥିଲେ, ଦଂଶିଲା ସାପ

ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ମଙ୍ଗଳୁ ମୁଣ୍ଡାଙ୍କ ସ୍ତ୍ରୀ ପାଙ୍ଗିଲା ମୁଣ୍ଡା।
ମିଳିଥିବା ସୂଚନା ଅନୁଯାୟୀ, ପାଙ୍ଗିଲା ରବିବାର ରାତ୍ରିରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କ ବାମ ହାତ ରେ କାମୁଡି ଦେଇଥିଲା।ସୋମବାର ସକାଳୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁ ଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପାଟଣା ଥାନାରେ ୧୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏସଆଇ ଶିବଶଙ୍କର ଆଲଦା ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।