Categories: ଖେଳ

୪ ପରିବର୍ତ୍ତନ ସହ ଓହ୍ଲାଇଲା ଭାରତ

ଧର୍ମଶାଳା,୨୭।୨: ଏଠାରେ ଖେଳାଯିବାକୁ ଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା। ମ୍ୟାଚ୍‌ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଭାରତୀୟ ଦଳ। ଆହତ ସମସ୍ୟା କାରଣରୁ ଉଇକେଟକିପର ବ୍ୟାଟର ଇଶାନ କିଷନ ଦଳରୁ ବାଦ୍‌ ପଡ଼ିଥିବା ବେଳେ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି। ସେମାନଙ୍କ ସ୍ଥାନରେ ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅଭେଶ ଖାନ ଓ ମହମ୍ମଦ ସିରାଜ ଦଳରେ ଯାଗା ପାଇଛନ୍ତି। ତେବେ ଏହି ମ୍ୟାଚ୍‌ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ୧୨୫ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌।

Share