Posted inଜାତୀୟ

ଦେଶରେ ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାରେ ପୀଡିତ

ନୂଆଦିଲ୍ଲୀ,୧୦।୯: ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଅଧିକାଂଶ ଲୋକ ରକ୍ତହୀନତା(ଆନେମିଆ)ର ଶିକାର ହେଉଛନ୍ତି। ରକ୍ତହୀନତାରେ ପୀଡିତ ଦେଶରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ। ଭାରତରେ ୪୯.୯ଶତକଡା ଲୋକ ଏଥିରେ ପୀଡିତ। ଏକ ଅଧ୍ୟୟନ ଅନୁଯାୟୀ, ଦେଶରେ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାର ଶିକାର ହେଉଥିବା ଜଣାପଡିଛି। ପ୍ରତିବର୍ଷ ଦେଶର ୨୧ଟି ରାଜ୍ୟରେ ରକ୍ତହୀନତା ପୀଡିତଙ୍କ ସଂଖ୍ୟା ବଢି ଚାଲିଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସମେତ ଦେଶର ଅନେକ ଅନୁଷ୍ଠାନର ମିଳିତ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି।

ଗ୍ଲୋବାଲ ପବ୍ଲିକ ହେଲଥ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ୧୫ରୁ ୧୯ବର୍ଷ ବୟସର କିଶୋରୀମାନେ ରକ୍ତହୀନତାରେ ଅଧିକ ଶିକାର ହେଉଛନ୍ତି। ଶରୀରରେ ଲୋହିତ ରକ୍ତ କଣିକା(ରେଡ୍‌ ବ୍ଲଡ ସେଲ୍‌) ଅଭାବ କିମ୍ବା ରକ୍ତ କଣିକାର କାର୍ଯ୍ୟକାରିତାର ଅଭାବରୁ ରକ୍ତହୀନତା ହୋଇଥାଏ। ଏହି କାରଣରୁ ଶରୀରର ଅଙ୍ଗଗୁଡ଼ିକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ। ଅନୁସନ୍ଧାନକାରୀମାନେ ଯଥାକ୍ରମେ ୨୦୧୫-୧୬ ଓ ୨୦୧୯-୨୧ଏଚଏଫଏଚଏସର ତଥ୍ୟକୁ ମିଶାଇ ୧,୧୬,୧୧୭ ଓ ୧,୯,୪୦୦କିଶୋରୀଙ୍କ ସ୍ବାସ୍ଥ୍ୟ ସମୀକ୍ଷା କରିଛନ୍ତି।

ଦେଶରେ କିଶୋରୀମାନେ ୧୮ବର୍ଷ ବୟସ ପୂର୍ବରୁ ବିବାହ କରୁଛନ୍ତି ଏବଂ ଏଭଳି କ୍ଷେତ୍ରରେ ରକ୍ତହୀନତାର ମାତ୍ରା ମଧ୍ୟ ଅଧିକ ବୋଲି ଜଣାପଡିଛି। ଅଧ୍ୟୟନରେ ଅନ୍ତର୍ଭୁକ୍ତ ୭୦ ପ୍ରତିଶତ କିଶୋରୀ ଗ୍ରାମାଞ୍ଚଳର, ଯାହା ସୂଚାଇ ଦେଉଛି ଯେ ସହର ଅପେକ୍ଷା ଗ୍ରାମାଞ୍ଚଳରେ ରକ୍ତହୀନତାର ସମସ୍ୟା ଅଧିକ ବୃଦ୍ଧି ପାଉଛି। ଦୁଇଟି ସନ୍ତାନ ଥିବା ମାଆଙ୍କ ଅପେକ୍ଷା ମାଆ ହୋଇ ନ ଥିବା କିଶୋରୀଙ୍କ ଠାରେ ରକ୍ତହୀନତା ହେବାର ସମ୍ଭାବନା ଅଧିକ। ସେହିପରି ଅନ୍ୟ ଗୋଷ୍ଠୀ ତୁଳନାରେ ଏସସି ଏବଂ ଏସଟିର କିଶୋରିଙ୍କ ଠାରେ ରକ୍ତହୀନତା ହେବାର ସମ୍ଭାବନା ଅଧିକ ବୋଲି ଅଧ୍ୟନରେ ଜଣାପଡିଛି।

ଆସାମ, ଛତିଶଗଡ ଏବଂ ତ୍ରିପୁରାର କିଶୋରିଙ୍କ ମଧ୍ୟରେ ରକ୍ତହୀନତାର ମାତ୍ରା ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ପଞ୍ଜାବ, କର୍ନାଟକ, ତେଲେଙ୍ଗାନା, ବିହାର ଓ ମଧ୍ୟପ୍ରଦେଶରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଉତ୍ତରାଖଣ୍ଡ ଏବଂ କେରଳରେ ରକ୍ତହୀନତାର ମାତ୍ରା ହ୍ରାସ ପାଇଥିବା ଗବେଷକମାନେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri