କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ

କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ ହୋଇଯାଇଛି। ଏଥିଯୋଗୁ ଜିଲାପାଳଙ୍କ ନିକଟରେ ଚାଷୀମାନେ ମଙ୍ଗଳବାର ଅଭିଯୋଗ କରିଛନ୍ତି।
ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରୋଜେକ୍ଟ ଅଧୀନରେ ତୁର୍ଲା, କରଲାଖୁଣ୍ଟା, କାଣ୍ଡେଲ, ବ୍ରହାଣୀ ଅଞ୍ଚଳକୁ କେନାଲ ପାଣି ଚାଷଜମି ପାଇଁ ଚାଷୀଙ୍କୁ ପାଣି ଦିଆ ଯାଇଥାଏ। କିନ୍ତୁ ଗତ ମାର୍ଚ୍ଚ ମାସରେ କେନାଲ ୨/୩ଜାଗାରେ ଭାଙ୍ଗି ଯାଇଛି। ଚାଷୀମାନେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜକୁ ୬ମାସ ହେଲାଣି କେନାଲ ମରାମତି କରି ନାହାନ୍ତି। ଯାହାଫଳରେ ଧାନ ଚାଷରେ ପାଣିର ଅଭାବ ଯୋଗୁ ଧାନ ମରି ନଷ୍ଟ ହୋଇଛି। ଉଦାହରଣ ସ୍ବରପ କାଣ୍ଡେଲ ଗ୍ରାମର ଜଣେ ଚାଷୀ ଡ଼.ସଦାନନ୍ଦ ପୁଟେଲଙ୍କ ୩ ଏକର ଜମିରେ ଧାନ ରୁଆ କାର୍ଯ୍ୟ ଶେଷ ହୋଇ ଯାଇଛି। କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗା ପକ୍ଷରୁ କେନାଲକୁ ଆଜି ଯାଏ ମରାମତି କରି ନ ଥିବାରୁ ଧାନ ଚାଷ ମରି ନଷ୍ଟ ହେଇଛି। ରୁଆ,ବିହୁଡା ମଧ୍ୟ ହୋଇ ପାରୁ ନାହିଁ। ସ୍ବଳ୍ପବର୍ଷା ଯୋଗୁ ଚାଷୀ ଚାଷ କାମରେ ଆଗେଇ ପାରୁନାହିଁ।
ଏ ନେଇ କରଳାଖୁଣ୍ଟ ପାଣି ପଞ୍ଚାୟତର ସଭାପତି ଜଗବନ୍ଧୁ ନାଏକଙ୍କୁ ପଚାରିବାରୁ ଚାଷୀ ମାନେ ଆସନ୍ତା କାଲି ଶ୍ରମଦାନ କରି କେନାଲ ମରାମତି କରି ପାଣି ଛଡା ଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗାର ଯନ୍ତ୍ରୀ ଜଗନ୍ନାଥ ନାଏକଙ୍କୁ ପଚାରିବାରୁ ରାଜ୍ୟ ସରକାର କୌଣସି ମରାମତି ପାଇଁ ଅର୍ଥ ଦେଇ ନ ଥିବାରୁ ମରାମତି କରାଯାଇ ନାହିଁ, ଚିଫ ଇଂଜିନିୟରଙ୍କୁ ଚିଠି କରାଯାଇଛି, କୌଣସି ଉତ୍ତର ଆସି ନାହି କି ଅର୍ଥ ମଧ୍ୟ ଆସି ନାହିଁ ଆସିଲେ ମରାମତି କରାଯିବ ବୋଲି ପ୍ରକାଶ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri