ରାତି ଉଜାଗର ରହିବେ ପଞ୍ଚ ଦେବତା

ପ୍ରଦୀପ୍ତ କୁମାର ପୃଷ୍ଟି
ଚଣ୍ଡିଖୋଲ, ୧୮ା୨: ମହାଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ ପଞ୍ଚ ଦେବତା ପୂଜା ପାଇଥାନ୍ତି। ରାତ୍ରି ସାରା ପଞ୍ଚ ଦେବତା ଉଜାଗର ରହିଥାନ୍ତି। ସେହି ଦେବତାମାନେ ହେଲେ ଗଣେଶ, ବିଷ୍ଣୁ, ଦୁର୍ଗା, ସୂର୍ଯ୍ୟଦେବ ଓ ମହାଦେବ। ଜାଗରର ତୃତୀୟ ପ୍ରହରରେ ପ୍ରଭୁ ଚନ୍ଦ୍ରଶେଖର ତିନିଥର ମନ୍ଦିର ବେଢ଼ା ପରିକ୍ରମା କରିଥାନ୍ତି। ପରିକ୍ରମା ସରିବା ପରେ ଏଠାରେ ମହାଦୀପ ଉଠିଥାଏ।
ଜାଗରରେ ଭୋର ୪ଟାରୁ ମଙ୍ଗଳ ଆଳତି, ବଡ଼ସିଂହାର ବେଶ, ଧୂପ ଲାଗି, ପରେ ନୀତି ଭୋଗ ବାଲ୍ୟଭୋଗ କରାଯାଇଥାଏ। ସନ୍ଧ୍ୟା ସମୟରୁ ୪ପ୍ରହର ଭିନ୍ନ ଭିନ୍ନ କ୍ରମେ ପୂଜା କରାଯାଇଥାଏ। ପ୍ରତ୍ୟେକ ପ୍ରହରରେ ଲଡ଼ୁ ଓ ପଣା ପ୍ରଦାନ କରାଯାଇ ଘର୍ଷଣ କରାଯିବା ସହ ମହାସ୍ନାନ, ମଙ୍ଗଳ ଆଳତି ଓ ଧୂପ ଲାଗି କରାଯାଇଥାଏ। ତୃତୀୟ ପ୍ରହର ସମୟରେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କୁ ତିନିଥର ବେଢ଼ା ପରିକ୍ରମା କରାଯିବା ପରେ ୧୦୮ ଦୀପ ପ୍ରଜ୍ୱଳନ କରାଯାଏ। ଏହି ୧୦୮ ଦୀପ ପ୍ରଜ୍ୱଳନ ପରେ ବିଶ୍ୱଶାନ୍ତି ପାଇଁ ଏହା ଉତ୍ସର୍ଗ କରାଯାଇଥାଏ। ସେଥିପାଇଁ ମହାଶିବରାତ୍ରି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ୫ ଦିନ ଧରି ଏଠାରେ ଅନୁଷ୍ଠିତ ହୋଇଥାଏ। ଜନକଲ୍ୟାଣ ଉଦ୍ଦେଶ୍ୟରେ ଏହି ଯଜ୍ଞ ଜାଗର ଅମାବାସ୍ୟାର ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ମହାଶିବରାତ୍ରିର ଦୁଇ ଦିନ ପରେ ଯଜ୍ଞ ଶେଷ ହୋଇଥାଏ। ଏହା ନାରାୟଣଙ୍କ ଯଜ୍ଞ ଭାବେ ପରିଚିତ ହୋଇଥାଏ। ଶନିବାର ଜାଗର ଉପଲକ୍ଷେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବହୁସଂଖ୍ୟାରେ ଉଠା ଦୋକାନୀ ଏଠାରେ ପସରା ମେଲାଇଛନ୍ତି। ଯାଜପୁର ଜିଲା ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳା ରକ୍ଷା ସହ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥାଏ ଏବଂ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି ବୋଲି ମନ୍ଦିର ଟ୍ରଷ୍ଟି ଧନେଶ୍ୱର ସାମଲ କହିଛନ୍ତି। ପୂଜକ ହିମାଂଶୁ ଶେଖର ପଣ୍ଡା କହିଛନ୍ତି ଯେ ରାତ୍ରିସାରା ମହାଦେବଙ୍କ ସହ ନାରାୟଣ, ଗଣେଶ, ଦୁର୍ଗା ଓ ସୂର୍ଯ୍ୟ ଦେବତା ଏଠାରେ ଉଜାଗର ରହିବେ। ସମସ୍ତଙ୍କୁ ଏକ ସଙ୍ଗରେ ପୂଜା କରାଯାଇଥାଏ। ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ ନିଆରା ଢଙ୍ଗରେ ପୂଜା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri