ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା

ଡାର୍‌ ମାନ୍‌ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍‌ଲିମ୍‌ ବହୁଳ ଦେଶର ଏହି ଆଶଙ୍କା ବେଶି। ମାରାତ୍ମକ ପୋଲିଓ ପ୍ରତିଷେଧକ ଦିଆଯିବା ସମୟରେ ପାକିସ୍ତାନରେ ସଂଘଟିତ ବର୍ବରତାକୁ ବିଶ୍ୱ ଦେଖିସାରିଛି। ପୋଲିଓ ବୁନ୍ଦା ପାଶ୍ଚାତ୍ୟଦେଶର ମୁସ୍‌ଲିମ୍‌ ସମ୍ପ୍ରଦାୟ ପ୍ରତି ଥୋପ। ମୁସ୍‌ଲମାନ ବହୁଳ ଦେଶରେ ଜନସଂଖ୍ୟା ହ୍ରାସ କରିବାକୁ ଏହା ବିଧିବଦ୍ଧ ଚକ୍ରାନ୍ତ ବୋଲି ପାକିସ୍ତାନ ଦାବି କରିଥିଲା। ଫଳସ୍ବରୂପ ଟିକାକରଣରେ ସାମିଲ କର୍ମଚାରୀଙ୍କ ହତ୍ୟା କରାଯାଇଥିଲା। ଏବେ ସାମୂହିକ କୋଭିଡ୍‌-୧୯ ଟିକାକରଣ ପୂର୍ବରୁ ପୁଣିଥରେ ଏହାର ଆଭାସ ମିଳିଲାଣି ।
ଗୋଟିଏ ଦେଶ ବାଦ୍‌ ପଡ଼ିଲେ ବା ସାମାନ୍ୟ ଅବହେଳା କଲେ ବିଶ୍ୱରୁ କରୋନା ହଟାଇବା ସମ୍ଭବ ନୁହେଁ।

କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକା ଏକମାତ୍ର ଭରସା ବୋଲି କୁହାଯାଉଥିବାବେଳେ ବିଭିନ୍ନ ଦେଶରେ ଟିକାଦାନ ଆରମ୍ଭ ହୋଇଛି। ତେବେ ଗରିବ ରାଷ୍ଟ୍ରରେ ଯୁଦ୍ଧ ଓ ଅସ୍ଥିରତା ଟିକାକରଣ କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ପାକିସ୍ତାନ ଭଳି ଦେଶରେ ଟିକାକରଣ ଭୟାବହ ସ୍ଥିତି ଉପୁଜାଇପାରେ ବୋଲି କୁହାଯାଉଛି। କାରଣ ସେଠାରେ ପୋଲିଓ ଟିକାକୁ ଆତଙ୍କବାଦୀ ଓ ଧର୍ମୀୟ ମୌଳବାଦୀ ସଂଗଠନଗୁଡ଼ିକ ଘୋର ବିରୋଧ କରନ୍ତି। ମୁସଲମାନ ପିଲାମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ କିମ୍ବା ସେମାନଙ୍କୁ ଧର୍ମରୁ ବିଚ୍ୟୁତ କରିବା ଲାଗି ପୋଲିଓ ଟିକା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଏକ ଚାଲ୍‌ ବୋଲି ସେମାନେ ପ୍ରଚାର କରିଥିଲେ। ୨୦୧୨ରୁ ବିଭିନ୍ନ ସମୟରେ ସେମାନଙ୍କ ଆକ୍ରମଣରେ ଶତାଧିକ ସ୍ବାସ୍ଥ୍ୟକର୍ମୀ, ପୋଲିଓ ଟିକା ପ୍ରଦାନକାରୀ ଓ ସୁରକ୍ଷା କର୍ମଚାରୀ ନିହତ ହୋଇଛନ୍ତି।
ଅଲ୍‌ କାଏଦା ନେତା ଓସାମା ବିନ୍‌ ଲାଡେନଙ୍କୁ ଚିହ୍ନଟ କରିବା ଲାଗି ୨୦୧୧ରେ ସିଆଇଏ ଏକ ସ୍କାମ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ପୃଥିବୀରେ କେବଳ ପାକିସ୍ତାନ, ଆଫଗାନିସ୍ତାନ ଓ ନାଇଜେରିଆରେ ଏବେ ବି ପୋଲିଓ ମହାମାରୀ ରହିଛି। ୫ ବର୍ଷ ପୂର୍ବେ ଆଫଗାନ ସୀମାବର୍ତ୍ତୀ ପାକିସ୍ତାନର ବଜୌର ଆଦିବାସୀ ଅଞ୍ଚଳରେ ପୋଲିଓ ଟିକା ନେବାବେଳେ ଜଣେ ଶିଶୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଉକ୍ତ ଅଞ୍ଚଳରେ ଟିକାକୁ ନେଇ ଅବିଶ୍ୱାସ ଜାରି ରହିଛି। କରୋନାକୁ ସମସ୍ତେ ଭୟ କରୁଛନ୍ତି। ତେବେ ପାଶ୍ଚାତ୍ୟ ଟିକାକୁ ନେଇ ସେମାନଙ୍କ ମନରେ ସନ୍ଦେହ ରହିଛି।
ଏସିଆ, ଆଫ୍ରିକା, ମଧ୍ୟପ୍ରାଚ୍ୟ ଲାଟିନ୍‌ ଆମେରିକାର ଅନେକ ଗରିବ ଦେଶ ସେମାନଙ୍କ ଲୋକମାନଙ୍କୁ କୋଭିଡ୍‌ ଟିକା ଦେବା ଲାଗି କଠିନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଟିକାକୁ ନେଇ ହିଂସା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗରିବ ଦେଶଗୁଡ଼ିକ ପାଇଁ ଟିକା କିଣିବା ଏକମାତ୍ର ସମସ୍ୟା ନୁହେଁ। ସେଗୁଡ଼ିକର ସଂରକ୍ଷଣ ଓ ପରିବହନ ଲାଗି ଭିତ୍ତିଭୂମିର ଅଭାବ ବଡ଼ ସମସ୍ୟା ସୃଷ୍ଟି କରିବ। ଟିକା ପାଇଁ ରେଫ୍ରିଜରେଟର ଜରୁରୀ ହୋଇଥିବାବେଳେ ବିଦ୍ୟୁତ୍‌ ସଂଯୋଗ ନ ଥିବା ଅଞ୍ଚଳରେ ସମସ୍ୟା ଦେଖାଦେବ। ସେହିପରି ଟିକାଦାନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଉଗ୍ରପନ୍ଥୀଙ୍କ ଆକ୍ରମଣ ଭୟ ରହିଛି। ଦୁର୍ନୀତି ଯୋଗୁ ଟିକା ପାଇଁ ମଞ୍ଜୁର ଅର୍ଥ ବାଟମାରଣା ହେବା ସମ୍ଭାବନା ରହିଛି। ଏହିସବୁ କୋଭିଡ୍‌ ଟିକାଦାନ କ୍ଷେତ୍ରରେ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri