ଆଶ୍ରମ ସ୍କୁଲରେ ଅବ୍ୟବସ୍ଥା

ନୂଆଗାଁ,୨୨।୯(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ବିଦ୍ୟାଳୟଗୁଡ଼ିକ ନାନା ଅନିୟମିତତାରେ ଚାଲିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଧିକାରୀ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି।
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ପାଠପଢ଼ା ନିମନ୍ତେ ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆଶ୍ରମ ବିଦ୍ୟାଳୟ ଓ ହଷ୍ଟେଲ ପ୍ରତିଷ୍ଠା କରାଯାଇଛି। ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଓ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରମାନଙ୍କୁ ପୋଷାକ, ପୁଷ୍ଟିକର ଖାଦ୍ୟ, ପୁସ୍ତକ ଆଦି ସରକାର ମାଗଣାରେ ଯୋଗାଇ ଦେଉଛନ୍ତି। ଏପରି କି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସରକାର ଅନୁଦାନ ଦେଉଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି ଆଦି କାର୍ଯ୍ୟକ୍ରମ କରିବା ପାଇଁ ସରକାର ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ କେତେଜଣ ଅସାଧୁ ଶିକ୍ଷକ ଓ କର୍ମଚାରୀଙ୍କ ଯୋଗୁ ସେହି ସୁବିଧା ସୁଯୋଗ ପାଇବାରୁ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଆଶ୍ରମ ବିଦ୍ୟାଳୟଗୁଡିକରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି କାର୍ଯ୍ୟକ୍ରମ ନିମନ୍ତେ ଟେଣ୍ଡର କରିବା ସହ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ସରକାର ୧୫ ହଜାର ଟଙ୍କା ପ୍ରଦାନ କରିଥାଆନ୍ତି। ସେଦିନ ସମସ୍ତ ଛାତ୍ରୀଛାତ୍ରଙ୍କୁ ଭୋଜିଭାତ ଦେବା ପାଇଁ ମୁଣ୍ଡ ପିଛା ୫୦ ଟଙ୍କା ଅନୁଦାନ ମିଳୁଛି। କିନ୍ତୁ ସେଥିରୁ ମାତ୍ର ଅଳ୍ପ କିଛି ଅର୍ଥରେ ସ୍କୁଲ ପରିସରରେ କାମଚଳା କାର୍ଯ୍ୟକ୍ରମ କରି ସବୁ ଅନୁଦାନ ଲୁଟିବାର ପ୍ରୟାସ କରାଯାଉଛି। ଏପରି କି ଛାତ୍ରୀଛାତ୍ରମାନଙ୍କ ପାଇଁ ଆସୁଥିବା ଅର୍ଥକୁ ଦାୟିତ୍ୱରେ ଥିବା ଶିକ୍ଷକ ଲୁଟୁଥିବା ଅଭିଯୋଗ ହେଉଛି। ଶୌଚାଳୟରେ ବ୍ଲିଚିଂ ପାଉଡର, ଫିନାଇଲ ଆଦି ବ୍ୟବହାର କରିବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା କରାଯାଉନାହିଁ। ଏସବୁ ବିଭାଗୀୟ ଅଧିକାରୀ ଦେଖିବାର ନିୟମ ରହିଛି। ହେଲେ ଦାୟିତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀମାନେ ସେଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି।
ଗୁରୁବାର କାର୍ଯ୍ୟ ଦିବସରେ ଜାକେଡା ପଞ୍ଚାୟତରେ ଥିବା ବାଡିବାରି ଆଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ସ୍କୁଲକୁ ଆସି ଏଣେତେଣେ ବୁଲୁଥିଲେ। ଏହାର କାରଣ ମଧ୍ୟାହ୍ନ ୧୨ଟା ସୁଦ୍ଧା ଶିକ୍ଷକ ସ୍କୁଲକୁ ଆସି ନ ଥିଲେ। ନୂଆଗାଁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ପଦବୀ ଖାଲିପଡିଛି। ଜିପିଓ ସାଧୁଚରଣ ସାହୁ ସେହି ଦାୟିତ୍ୱରେ ରହିଛନ୍ତି। ଏହି ସୁଯୋଗରେ ଜିପିଓ ସାହୁଙ୍କୁ ନ ଜଣାଇ କାମଚଳା କାର୍ଯ୍ୟ ଚାଲିଛି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେ ଶିକ୍ଷକଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ। ଏପରି କି ସେ ସ୍କୁଲ ପାଇଁ ବଜାର ସଉଦା କରୁଥିବେ ବୋଲି କହି ସଫେଇ ଦେଇଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ନାୟକଙ୍କୁ ପଚାରିବା ପାଇଁ ତାଙ୍କୁ ଫୋନ୍‌ (ନଂ ୯୪୩୭୫୫୫୫୧୨) କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri