Posted inଫୁରସତ

ବସିବା ଢଙ୍ଗ କହିବ ବ୍ୟକ୍ତିତ୍ୱ

ଚେୟାରରେ ତ ସମସ୍ତେ ବସନ୍ତି। ହେଲେ ସମସ୍ତଙ୍କ ବସିବା ଢଙ୍ଗ ସମାନ ନ ଥାଏ। କିଏ ଗୋଡ଼ ଉପରେ ଗୋଡ଼ ରଖି ତ କିଏ ଦୁଇ ପାଦ ଛନ୍ଦି ବସନ୍ତି। ଆଉ ଏହି ବସିବାର ଭିନ୍ନତା ବି ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶାଏ । ଜାଣନ୍ତୁ ସେ ସମ୍ପର୍କରେ…

ଦୁଇ ଆଣ୍ଠୁ ସିଧା ରଖି: ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ଏକ ଗବେଷଣା କହେ ଯେଉଁମାନେ ଆଣ୍ଠୁ ସିଧା ରଖି ବସନ୍ତି ସେମାନେ ବେଶ୍‌ ଶିକ୍ଷିତ ଓ ଭଦ୍ର। ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାବେଳେ ଏଭଳି ବସିଥିବା ବ୍ୟକ୍ତିଙ୍କୁ ହିଁ ଅନେକ ସମୟରେ ଯୋଗ୍ୟଭାବେ ବିବେଚନା କରାଯାଏ। ଏଭଳି ବସୁଥିବା ବ୍ୟକ୍ତିଙ୍କର ନିଜ ଉପରେ ଓ ନିଜ ଦକ୍ଷତା ଉପରେ ବହୁତ ବିଶ୍ୱାସ ଥାଏ। ତାଙ୍କ ଭିତରେ ଅସୁରକ୍ଷିତ ମନୋଭାବ ନ ଥାଏ ଓ ସେମାନେ ବେଶ୍‌ ବିଜ୍ଞ, ସଚୋଟ, ବିଚାରବନ୍ତ ଏବଂ ସମୟାନୁବର୍ତ୍ତୀ ହୋଇଥାନ୍ତି। ଏମାନେ କାହା ପଛରେ ଗୁଲିଗପ କରିବାକୁ ପସନ୍ଦ କରନ୍ତି ନାହିଁ। ଆଉ ନିଜର ଭାବକୁ ନିଜ ଭିତରେ ସୀମିତ ରଖିଥାନ୍ତି। ବିବାଦ ଭିତରେ ପଶିବାକୁ ପସନ୍ଦ କରନ୍ତି ନାହିଁ। ଖରାପରୁ ଅତି ଖରାପ ପରିସ୍ଥିତିରେ ବି ଶାନ୍ତ ରହିପାରନ୍ତି।

ଦୁଇ ଆଣ୍ଠୁକୁ ପ୍ରସାରିତ କରି ବସିବା: ଏମାନେ ସାଧାରଣତଃ ଆତ୍ମକୈନ୍ଦ୍ରିକ ଓ ଗର୍ବୀ ହୋଇଥାନ୍ତି। କିଛି ଗବେଷଣା ତ କହେ ଏଭଳି ବସୁଥିବା ବ୍ୟକ୍ତି ବ୍ୟାକୁଳ ସ୍ବଭାବର ହୋଇଥା’ନ୍ତି। ତାଙ୍କ ମନ ପ୍ରାୟତଃ ଅସ୍ତବ୍ୟସ୍ତ ରହେ। ଏକାଗ୍ରତା ରଖିବା ତାଙ୍କ ପକ୍ଷେ କଷ୍ଟକର। ଏମାନେ ସବୁବେଳେ ନୂତନର ସନ୍ଧାନରେ ଥାଆନ୍ତି। ତେଣୁ ଗୋଟିଏ କାମକୁ ଥରକରେ ଠିକ୍‌ଭାବେ ଶେଷ କରିପାରନ୍ତି ନାହିଁ। ଏମାନେ ନିଜକୁ ବିଜ୍ଞ ଭାବନ୍ତି କିନ୍ତୁ ଅନେକ ସମୟରେ ତାଙ୍କ ଚିନ୍ତାଧାରା ଠିକ୍‌ ନ ଥାଏ। ତା’ସହ ଏମାନେ କିଛି ନ ଭାବି ଚିନ୍ତି ମଧ୍ୟ କଥାବାର୍ତ୍ତା କରନ୍ତି, ଯଦ୍ଦ୍ବାରା ଅନ୍ୟକୁ ଖରାପ ଲାଗିଥାଏ। ଏମାନେ ବହୁତ ଶୀଘ୍ର ବୋର୍‌ ହୋଇଯାଆନ୍ତି। ସାଧାରଣତଃ ପୁରୁଷମାନେ ଏହିଭଳି ବସିଥାନ୍ତି। ଆଉ ଯେଉଁ ପୁରୁଷ ଏହିଭଳି ବସନ୍ତି ସେମାନେ ପିଲାଳିଆ ସ୍ବଭାବର ହୋଇଥାନ୍ତି। ତେଣୁ ତାଙ୍କୁ ଠିକ୍‌ ବାଟକୁ ଆଣିବା ଲାଗି କେହି ଜଣେ ଆବଶ୍ୟକ ପଡ଼ନ୍ତି।

ଗୋଡ଼ ଉପରେ ଗୋଡ଼: ଗବେଷଣା କହେ ଏଭଳି ବସୁଥିବା ବ୍ୟକ୍ତି ସାଧାରଣତଃ ସୃଜନଶୀଳ ହୋଇଥାନ୍ତି। ସେମାନେ ସ୍ବପ୍ନାଭିଳାଷୀ ଓ ଗହଳି ଭିତରେ ଥାଇ ବି ଏମାନେ ଭାବନା ରାଇଜରେ ହଜିଯାଇପାରନ୍ତି। ଏମାନେ ବଡ଼ ବ୍ୟକ୍ତିତ୍ୱର ହୋଇଥିଲେ ହେଁ କେବେବି ନିଜର ବଡ଼ିମା ଦେଖେଇ ନ ଥାନ୍ତି। ଆଉ ଯଦି କେହି ରିଲାକ୍ସ ହୋଇ ଏଭଳି ଢଙ୍ଗରେ କାହା ସାମ୍‌ନାରେ ବସିଛନ୍ତି ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି କନ୍‌ଫିଡେଣ୍ଟ ଅଛନ୍ତି ଓ ବାର୍ତ୍ତାଳାପକୁ ଉପଭୋଗ କରୁଛନ୍ତି। ଆଉ ଯଦି ଜାକିଜୁକି ହୋଇ ଅବା ବ୍ୟାକୁଳଭାବେ ବସିଛନ୍ତି ତେବେ ସେହି ବ୍ୟକ୍ତିଙ୍କ ମନ ସେଇଠି ନ ଥାଇ ଅନ୍ୟ କେଉଁଠି ଅଛି ବୋଲି ଦର୍ଶାଏ। ଆଉ ଯଦି କଥାବାର୍ତ୍ତାବେଳେ ଏଭଳି କେହି ବସନ୍ତି ତେବେ ତାହା ବ୍ୟକ୍ତିଙ୍କ ଅନାଗ୍ରହତାକୁ ଦର୍ଶାଏ। ବିଜନେସ୍‌ ମିଟିଂରେ ଏଭଳି ବସିବା ଅର୍ଥ ସାମ୍‌ନା ବ୍ୟକ୍ତିଙ୍କ ଯୋଜନା ଭଲ ଲାଗୁନି ଅବା ମିଟିଂରେ ମନ ନାହିଁକୁ ଦର୍ଶାଏ।

ଦୁଇ ଗୋଇଠିକୁ କ୍ରସ୍‌ କରି ରଖି ବସିବା: ଜାଣନ୍ତିକି ବ୍ରିଟିଶ ରୟାଲ ଫ୍ୟାମିଲିରେ ଦୁଇ ଗୋଇଠିକୁ କ୍ରସ୍‌ କରି ରଖି ତଥା ଦୁଇ ପାଦକୁ କ୍ରସ୍‌ କରି ରଖି ବସିବା ହେଉଛି ଏକ କମନ୍‌ ସିଟିଂ ପୋଜିଶନ୍‌। ତେଣୁ ଏଭଳି ବସିବା ରାଜକୀୟ ଠାଣିକୁ ଦର୍ଶାଏ। ଏଭଳି ବସୁଥିବା ବ୍ୟକ୍ତି ଯେକୌଣସି ପରିସ୍ଥିତିକୁ ଦୃଢ଼ତାର ସହ ଓ ବେଶ୍‌ ଆରାମରେ ସାମ୍‌ନା କରିପାରନ୍ତି। କେଉଁଥିରେ ଆତଙ୍କିତ ହୁଅନ୍ତି ନାହିଁ। ଏମିତିକି ନିଜ ଆଖପାଖର ଲୋକଙ୍କ ମନରେ ବି ଏମାନେ ଆତ୍ମବିଶ୍ୱାସ ବଢାଇପାରନ୍ତି। ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଏମାନେ ଅବିରତ କଠିନ ପରିଶ୍ରମ କରିପାରନ୍ତି। ଏମାନେ ଭଲ ଶ୍ରୋତା ହେବାସହ ଅନ୍ୟର ଗୁପ୍ତ କଥା ନିଜ ଭିତରେ ଲୁଚେଇ ରଖିବାରେ ସକ୍ଷମ ହୋଇଥା’ନ୍ତି। ହେଲେ ନିଜର ଗୋପନ କଥାକୁ ଏମାନେ କାହାକୁ ଜଣାଇ ନ ଥାନ୍ତି। ଏମାନେ ନିଜର ଲୁକ୍‌ ପ୍ରତି ବି ବେଶ୍‌ ସଚେତନ ଥାଆନ୍ତି। ସେନା ଓ ଆଇନକାନୁନ କ୍ଷେତ୍ରରେ ଏଭଳି ବସିବା ଅସୁରକ୍ଷିତ ମନୋଭାବକୁ ଦର୍ଶାଇଥାଏ। ସାଧାରଣତଃ ଇଣ୍ଟେରୋଗେଶନ୍‌ବେଳେ ଅନେକେ ଏଭଳି ବସନ୍ତି।

ଫୋର୍‌ ଲେଗ୍‌ ଲକ୍‌: ଏହି ପୋଜିଶନ୍‌ରେ ବସିବାବେଳେ ଗୋଟିଏ ଗୋଡ଼ର ଗୋଇଠି ଆନ୍ୟ ଗୋଡ଼ର ଆଣ୍ଠୁ ଉପରେ ରହେ। ଆଉ ଏହି ପୋଜିଶନ୍‌ ଇଂଲିଶ ୪ ଭଳି ଲାଗେ। ଏଭଳି ବସୁଥିବା ବ୍ୟକ୍ତି ଅଧିକ ଆତ୍ମବିଶ୍ୱାସସମ୍ପନ୍ନ ଓ ଡୋମିନାଟିଂ ନେଚର୍‌ର ହୋଇଥାନ୍ତି। ଏମାନେ କ୍ୟାରିୟର ଓ ପାଠପଢାକୁ ଅଧିକ ଗୁରୁତ୍ୱ ଦିଅନ୍ତି ଓ ପ୍ରାଇଭେସିକୁ ପସନ୍ଦ କରନ୍ତି। ଏମାନେ ସବୁବେଳେ ବଡ ରୁମ୍‌, ବଡ ଓ୍ବାର୍ଡରୋବ୍‌କୁ ନିଜ ପାଇଁ ବାଛିବା ସହ ତାକୁ ନିଜର କରିନିଅନ୍ତି। ଏମାନେ ଭଲ ପିନ୍ଧି ଭଲ ଦେଖାଯିବାକୁ ପସନ୍ଦ କରନ୍ତି। ତା’ସହ ଏମାନଙ୍କର ଯୁକ୍ତି କରିବା ଓ ପ୍ରତିଯୋଗିତା ମନୋଭାବ ବେଶ୍‌ ଥାଏ।

ଜଙ୍ଘ ଉପରେ ଦୁଇ ହାତ ଯୋଡ଼ି ବସିବା: ଏହା ବ୍ୟକ୍ତିଙ୍କ ନମ୍ର ଭାବକୁ ଦର୍ଶାଏ। ଏହି ବ୍ୟକ୍ତି ଅଧିକ ଭାବପ୍ରବଣ ହୋଇଥା’ନ୍ତି। ଆଉ ବେଶ୍‌ ଖୁସ୍‌ମିଜାଜ୍‌ର ବି ହୋଇଥା’ନ୍ତି।

ଦୁଇ ଆଣ୍ଠୁ ଲଗାଲଗି କିନ୍ତୁ ଦୁଇ ପାଦରେ ବ୍ୟବଧାନ ରଖି ବସିବା: ଏମାନେ ବହୁତ କଥାକୁହା ସ୍ବଭାବର ଓ ବନ୍ଧୁବତ୍ସଳ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri