Posted inଫୁରସତ

ବସିବା ଢଙ୍ଗ କହିବ ବ୍ୟକ୍ତିତ୍ୱ

ଚେୟାରରେ ତ ସମସ୍ତେ ବସନ୍ତି। ହେଲେ ସମସ୍ତଙ୍କ ବସିବା ଢଙ୍ଗ ସମାନ ନ ଥାଏ। କିଏ ଗୋଡ଼ ଉପରେ ଗୋଡ଼ ରଖି ତ କିଏ ଦୁଇ ପାଦ ଛନ୍ଦି ବସନ୍ତି। ଆଉ ଏହି ବସିବାର ଭିନ୍ନତା ବି ଭିନ୍ନ ବ୍ୟକ୍ତିତ୍ୱକୁ ଦର୍ଶାଏ । ଜାଣନ୍ତୁ ସେ ସମ୍ପର୍କରେ…

ଦୁଇ ଆଣ୍ଠୁ ସିଧା ରଖି: ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ଏକ ଗବେଷଣା କହେ ଯେଉଁମାନେ ଆଣ୍ଠୁ ସିଧା ରଖି ବସନ୍ତି ସେମାନେ ବେଶ୍‌ ଶିକ୍ଷିତ ଓ ଭଦ୍ର। ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାବେଳେ ଏଭଳି ବସିଥିବା ବ୍ୟକ୍ତିଙ୍କୁ ହିଁ ଅନେକ ସମୟରେ ଯୋଗ୍ୟଭାବେ ବିବେଚନା କରାଯାଏ। ଏଭଳି ବସୁଥିବା ବ୍ୟକ୍ତିଙ୍କର ନିଜ ଉପରେ ଓ ନିଜ ଦକ୍ଷତା ଉପରେ ବହୁତ ବିଶ୍ୱାସ ଥାଏ। ତାଙ୍କ ଭିତରେ ଅସୁରକ୍ଷିତ ମନୋଭାବ ନ ଥାଏ ଓ ସେମାନେ ବେଶ୍‌ ବିଜ୍ଞ, ସଚୋଟ, ବିଚାରବନ୍ତ ଏବଂ ସମୟାନୁବର୍ତ୍ତୀ ହୋଇଥାନ୍ତି। ଏମାନେ କାହା ପଛରେ ଗୁଲିଗପ କରିବାକୁ ପସନ୍ଦ କରନ୍ତି ନାହିଁ। ଆଉ ନିଜର ଭାବକୁ ନିଜ ଭିତରେ ସୀମିତ ରଖିଥାନ୍ତି। ବିବାଦ ଭିତରେ ପଶିବାକୁ ପସନ୍ଦ କରନ୍ତି ନାହିଁ। ଖରାପରୁ ଅତି ଖରାପ ପରିସ୍ଥିତିରେ ବି ଶାନ୍ତ ରହିପାରନ୍ତି।

ଦୁଇ ଆଣ୍ଠୁକୁ ପ୍ରସାରିତ କରି ବସିବା: ଏମାନେ ସାଧାରଣତଃ ଆତ୍ମକୈନ୍ଦ୍ରିକ ଓ ଗର୍ବୀ ହୋଇଥାନ୍ତି। କିଛି ଗବେଷଣା ତ କହେ ଏଭଳି ବସୁଥିବା ବ୍ୟକ୍ତି ବ୍ୟାକୁଳ ସ୍ବଭାବର ହୋଇଥା’ନ୍ତି। ତାଙ୍କ ମନ ପ୍ରାୟତଃ ଅସ୍ତବ୍ୟସ୍ତ ରହେ। ଏକାଗ୍ରତା ରଖିବା ତାଙ୍କ ପକ୍ଷେ କଷ୍ଟକର। ଏମାନେ ସବୁବେଳେ ନୂତନର ସନ୍ଧାନରେ ଥାଆନ୍ତି। ତେଣୁ ଗୋଟିଏ କାମକୁ ଥରକରେ ଠିକ୍‌ଭାବେ ଶେଷ କରିପାରନ୍ତି ନାହିଁ। ଏମାନେ ନିଜକୁ ବିଜ୍ଞ ଭାବନ୍ତି କିନ୍ତୁ ଅନେକ ସମୟରେ ତାଙ୍କ ଚିନ୍ତାଧାରା ଠିକ୍‌ ନ ଥାଏ। ତା’ସହ ଏମାନେ କିଛି ନ ଭାବି ଚିନ୍ତି ମଧ୍ୟ କଥାବାର୍ତ୍ତା କରନ୍ତି, ଯଦ୍ଦ୍ବାରା ଅନ୍ୟକୁ ଖରାପ ଲାଗିଥାଏ। ଏମାନେ ବହୁତ ଶୀଘ୍ର ବୋର୍‌ ହୋଇଯାଆନ୍ତି। ସାଧାରଣତଃ ପୁରୁଷମାନେ ଏହିଭଳି ବସିଥାନ୍ତି। ଆଉ ଯେଉଁ ପୁରୁଷ ଏହିଭଳି ବସନ୍ତି ସେମାନେ ପିଲାଳିଆ ସ୍ବଭାବର ହୋଇଥାନ୍ତି। ତେଣୁ ତାଙ୍କୁ ଠିକ୍‌ ବାଟକୁ ଆଣିବା ଲାଗି କେହି ଜଣେ ଆବଶ୍ୟକ ପଡ଼ନ୍ତି।

ଗୋଡ଼ ଉପରେ ଗୋଡ଼: ଗବେଷଣା କହେ ଏଭଳି ବସୁଥିବା ବ୍ୟକ୍ତି ସାଧାରଣତଃ ସୃଜନଶୀଳ ହୋଇଥାନ୍ତି। ସେମାନେ ସ୍ବପ୍ନାଭିଳାଷୀ ଓ ଗହଳି ଭିତରେ ଥାଇ ବି ଏମାନେ ଭାବନା ରାଇଜରେ ହଜିଯାଇପାରନ୍ତି। ଏମାନେ ବଡ଼ ବ୍ୟକ୍ତିତ୍ୱର ହୋଇଥିଲେ ହେଁ କେବେବି ନିଜର ବଡ଼ିମା ଦେଖେଇ ନ ଥାନ୍ତି। ଆଉ ଯଦି କେହି ରିଲାକ୍ସ ହୋଇ ଏଭଳି ଢଙ୍ଗରେ କାହା ସାମ୍‌ନାରେ ବସିଛନ୍ତି ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି କନ୍‌ଫିଡେଣ୍ଟ ଅଛନ୍ତି ଓ ବାର୍ତ୍ତାଳାପକୁ ଉପଭୋଗ କରୁଛନ୍ତି। ଆଉ ଯଦି ଜାକିଜୁକି ହୋଇ ଅବା ବ୍ୟାକୁଳଭାବେ ବସିଛନ୍ତି ତେବେ ସେହି ବ୍ୟକ୍ତିଙ୍କ ମନ ସେଇଠି ନ ଥାଇ ଅନ୍ୟ କେଉଁଠି ଅଛି ବୋଲି ଦର୍ଶାଏ। ଆଉ ଯଦି କଥାବାର୍ତ୍ତାବେଳେ ଏଭଳି କେହି ବସନ୍ତି ତେବେ ତାହା ବ୍ୟକ୍ତିଙ୍କ ଅନାଗ୍ରହତାକୁ ଦର୍ଶାଏ। ବିଜନେସ୍‌ ମିଟିଂରେ ଏଭଳି ବସିବା ଅର୍ଥ ସାମ୍‌ନା ବ୍ୟକ୍ତିଙ୍କ ଯୋଜନା ଭଲ ଲାଗୁନି ଅବା ମିଟିଂରେ ମନ ନାହିଁକୁ ଦର୍ଶାଏ।

ଦୁଇ ଗୋଇଠିକୁ କ୍ରସ୍‌ କରି ରଖି ବସିବା: ଜାଣନ୍ତିକି ବ୍ରିଟିଶ ରୟାଲ ଫ୍ୟାମିଲିରେ ଦୁଇ ଗୋଇଠିକୁ କ୍ରସ୍‌ କରି ରଖି ତଥା ଦୁଇ ପାଦକୁ କ୍ରସ୍‌ କରି ରଖି ବସିବା ହେଉଛି ଏକ କମନ୍‌ ସିଟିଂ ପୋଜିଶନ୍‌। ତେଣୁ ଏଭଳି ବସିବା ରାଜକୀୟ ଠାଣିକୁ ଦର୍ଶାଏ। ଏଭଳି ବସୁଥିବା ବ୍ୟକ୍ତି ଯେକୌଣସି ପରିସ୍ଥିତିକୁ ଦୃଢ଼ତାର ସହ ଓ ବେଶ୍‌ ଆରାମରେ ସାମ୍‌ନା କରିପାରନ୍ତି। କେଉଁଥିରେ ଆତଙ୍କିତ ହୁଅନ୍ତି ନାହିଁ। ଏମିତିକି ନିଜ ଆଖପାଖର ଲୋକଙ୍କ ମନରେ ବି ଏମାନେ ଆତ୍ମବିଶ୍ୱାସ ବଢାଇପାରନ୍ତି। ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଏମାନେ ଅବିରତ କଠିନ ପରିଶ୍ରମ କରିପାରନ୍ତି। ଏମାନେ ଭଲ ଶ୍ରୋତା ହେବାସହ ଅନ୍ୟର ଗୁପ୍ତ କଥା ନିଜ ଭିତରେ ଲୁଚେଇ ରଖିବାରେ ସକ୍ଷମ ହୋଇଥା’ନ୍ତି। ହେଲେ ନିଜର ଗୋପନ କଥାକୁ ଏମାନେ କାହାକୁ ଜଣାଇ ନ ଥାନ୍ତି। ଏମାନେ ନିଜର ଲୁକ୍‌ ପ୍ରତି ବି ବେଶ୍‌ ସଚେତନ ଥାଆନ୍ତି। ସେନା ଓ ଆଇନକାନୁନ କ୍ଷେତ୍ରରେ ଏଭଳି ବସିବା ଅସୁରକ୍ଷିତ ମନୋଭାବକୁ ଦର୍ଶାଇଥାଏ। ସାଧାରଣତଃ ଇଣ୍ଟେରୋଗେଶନ୍‌ବେଳେ ଅନେକେ ଏଭଳି ବସନ୍ତି।

ଫୋର୍‌ ଲେଗ୍‌ ଲକ୍‌: ଏହି ପୋଜିଶନ୍‌ରେ ବସିବାବେଳେ ଗୋଟିଏ ଗୋଡ଼ର ଗୋଇଠି ଆନ୍ୟ ଗୋଡ଼ର ଆଣ୍ଠୁ ଉପରେ ରହେ। ଆଉ ଏହି ପୋଜିଶନ୍‌ ଇଂଲିଶ ୪ ଭଳି ଲାଗେ। ଏଭଳି ବସୁଥିବା ବ୍ୟକ୍ତି ଅଧିକ ଆତ୍ମବିଶ୍ୱାସସମ୍ପନ୍ନ ଓ ଡୋମିନାଟିଂ ନେଚର୍‌ର ହୋଇଥାନ୍ତି। ଏମାନେ କ୍ୟାରିୟର ଓ ପାଠପଢାକୁ ଅଧିକ ଗୁରୁତ୍ୱ ଦିଅନ୍ତି ଓ ପ୍ରାଇଭେସିକୁ ପସନ୍ଦ କରନ୍ତି। ଏମାନେ ସବୁବେଳେ ବଡ ରୁମ୍‌, ବଡ ଓ୍ବାର୍ଡରୋବ୍‌କୁ ନିଜ ପାଇଁ ବାଛିବା ସହ ତାକୁ ନିଜର କରିନିଅନ୍ତି। ଏମାନେ ଭଲ ପିନ୍ଧି ଭଲ ଦେଖାଯିବାକୁ ପସନ୍ଦ କରନ୍ତି। ତା’ସହ ଏମାନଙ୍କର ଯୁକ୍ତି କରିବା ଓ ପ୍ରତିଯୋଗିତା ମନୋଭାବ ବେଶ୍‌ ଥାଏ।

ଜଙ୍ଘ ଉପରେ ଦୁଇ ହାତ ଯୋଡ଼ି ବସିବା: ଏହା ବ୍ୟକ୍ତିଙ୍କ ନମ୍ର ଭାବକୁ ଦର୍ଶାଏ। ଏହି ବ୍ୟକ୍ତି ଅଧିକ ଭାବପ୍ରବଣ ହୋଇଥା’ନ୍ତି। ଆଉ ବେଶ୍‌ ଖୁସ୍‌ମିଜାଜ୍‌ର ବି ହୋଇଥା’ନ୍ତି।

ଦୁଇ ଆଣ୍ଠୁ ଲଗାଲଗି କିନ୍ତୁ ଦୁଇ ପାଦରେ ବ୍ୟବଧାନ ରଖି ବସିବା: ଏମାନେ ବହୁତ କଥାକୁହା ସ୍ବଭାବର ଓ ବନ୍ଧୁବତ୍ସଳ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri