ପରିତ୍ୟକ୍ତ ଅବସ୍ଥାରେ ସୀତାସାଗର

ପାରଳାଖେମୁଣ୍ଡି, ୬।୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ସୀତାସାଗର ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଏହାର ପାର୍ଶ୍ୱତଟ ବର୍ତ୍ତମାନ ମଦ୍ୟପମାନଙ୍କ ଏକ ପ୍ରମୁଖ ଆଡ୍ଡାସ୍ଥଳୀ ହୋଇଥିବା ଦେଖିବାକୁ ମିଳୁଛି। ଯେଉଁ ସୀତାସାଗର ଦିନେ ପାରଳାଖେମୁଣ୍ଡି ସହରର ଐତିହ୍ୟ ତଥା ସହର ଉପକଣ୍ଠସ୍ଥ ଜମିଗୁଡିକୁ ଜଳସେଚନ ପାଇଁ ବ୍ୟବହାର ହେଉଥିଲା ବର୍ତ୍ତମାନ ତାହା ପରିତ୍ୟକ୍ତ ଅବସ୍ତାରେ ରହିଛି। ଅନ୍ୟପକ୍ଷରେ ଏହା ସହର ଉପକଣ୍ଠସ୍ଥ ନିକାଞ୍ଚନ ଅଞ୍ଚଳ ହୋଇଥିବାରୁ ସା ପରେ ଏହି ତଟରେ ଥିବା ପାହାଚ ଉପରେ ଅସାମାଜିକ ବ୍ୟକ୍ତିମାନେ ବସି ମଦ୍ୟପାନ କରୁଛନ୍ତି ଏବଂ ସମସ୍ତ ପ୍ରକାର ଅଳିଆ ଆବର୍ଜନା ତଟରେ ଏବଂ ସୀତା ସାଗରରେ ପକାଉଛନ୍ତି। ବାରମ୍ବାର ଦାବି ସତ୍ତେ ଏହି ପୋଖରୀର ପୁନଃରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ମହାରାଜାଙ୍କ ଅମଳରେ ଏହି ପୁରାତନ ବଡ ପୋଖରୀ ପାରଳାଖେମୁଣ୍ଡି ସହରର ବହୁ ଐତିହ୍ୟ ବହନ କରୁଥିଲା। ୨୦୦୭ରେ ଏହି ପୋଖରୀ ସଫେଇ କାର୍ଯ୍ୟ ହେବା ପରେ ୨୦୧୨ ପର୍ଯ୍ୟନ୍ତ ଏହା କିଛିଟା କାର୍ଯ୍ୟକ୍ଷମ ହେଉଥିଲା। ପାରଳାଖେମୁଣ୍ଡିସ୍ଥିତ ମତ୍ସଜୀବୀ ସମବାୟ ସମିତି ପ୍ରତି ବର୍ଷ ନିୟମ ଅନୁଯାୟୀ ଏହି ପୋଖରୀ ଲିଜ୍‌ ନେଉଛି । ମାତ୍ର ଏହି ପୋଖରୀରୁ କୌଣସି ମାଛ ଉତ୍ପାଦନ ହେଇପାରୁ ନାହିଁ କିମ୍ବା ଏହି ପୋଖରୀ ସ୍ଥାନୀୟ ଅଞ୍ଚଳରେ କୌଣସି କାର୍ଯ୍ୟରେ ଆସିପାରୁ ନାହିଁ । ଏଥିପାଇଁ ବାରମ୍ବାର ମତ୍ସଜୀବୀମାନେ ପ୍ରଶାସନ ନିକଟରେ ଅଭିଯୋଗ ଜଣାଇଛନ୍ତି। ମତ୍ସଜୀବୀମାନେ ଏ ସମ୍ପର୍କରେ ରାଜ୍ୟସ୍ତରରେ ମଧ୍ୟ ଅଭିଯୋଗ ପୂର୍ବରୁ ଆଣୁଥିବାର ସୂଚନା ରହିଛି । ମାତ୍ର ଏହାର କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷରେ ଏହି ସୀତାସାଗର ପୁନଃଉଦ୍ଧାର ନହେବା ଯୋଗୁଁ ଆବର୍ଜନା ଏବଂ ମାଟି ଦ୍ୱାରା ଏହା ଚାରିକଡରୁ ପୋତି ହୋଇ ଏହା ଧିରେ ଧିରେ ସଙ୍କୁଚିତ ହେବାରେ ଲାଗିଛି। ତେଣୁ ପ୍ରଶାସନ ଏହାର ପୁନରୁଦ୍ଧାର ନିମନ୍ତେ ତୁରନ୍ତ ଦୃଷ୍ଟି ହେବାକୁ
ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri