Posted inଜାତୀୟ

ରାଜ୍ୟ ସଭା ଗଲେ ସୀତାରାମନ, ସୁର୍ଜଓ୍ବୋଲା, ଜୟରାମ

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାର ୪ ଆସନ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ କ୍ରସ୍‌ ଭୋଟିଂ ଯୋଗୁ କଂଗ୍ରେସର ସମସ୍ତ ୩ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହିତ ଭାଜପାର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ମୁକୁଲ ଓ୍ବାସ୍‌ନିକ, ପ୍ରମୋଦ ତିଓ୍ବାରୀ ଏବଂ ରଣଦୀପ୍‌ ସୁର୍ଜଓ୍ବୋଲା ଏବଂ ଭାଜପାର ଘନଶ୍ୟାମ ତିଓ୍ବାରୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। କ୍ରସ୍‌ ଭୋଟିଂ କରିଥିବା ଭାଜପାର ଢୋଲପୁର ବିଧାୟିକା ଶୋଭାରାଣୀ କୁଶଓ୍ବାହାଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରାଯାଇଛି। ସେହିପରି କର୍ନାଟକରେ ଭାଜପାର ୩ ପ୍ରାର୍ଥୀ ଜିତିଥିବାବେଳେ କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପାରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ, ଜଗେଶ ଏବଂ ଲେହାର ସିଂ ସିରୋୟା ଏବଂ କଂଗ୍ରେସରୁ ଜୟରାମ ରମେଶ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ରରୁ ୬ ଆସନ ଓ ହରିୟାଣାର ୨ ଆସନ ଲାଗି ମତଦାନ ହୋଇଥିଲେ ହେଁ ରାତି ୧୦ଟା ସୁଦ୍ଧା ଫଳାଫଳ ମିଳିପାରି ନାହିଁ। ମହାରାଷ୍ଟ୍ରରେ ଶାସକ ମେଣ୍ଟ ଏମ୍‌ଭିଏର ୩ ବିଧାୟକ ଏବଂ ହରିୟାଣାରେ ବିରୋଧୀ କଂଗ୍ରେସର ୨ ବିଧାୟକ ସେମାନଙ୍କ ବାଲଟ ପେପର ଦେଖାଇ ଭୋଟ ଦେଇ ରାଜ୍ୟ ସଭା ନିର୍ବାଚନ ନିୟମର ଉଲ୍ଲଂଘନ କରିଥିବାରୁ ସେମାନଙ୍କ ଭୋଟ ନାକଚ କରିବାକୁ ଭାଜପା ନିର୍ବାଚନ କମିଶନଙ୍କୁ
ଅନୁରୋଧ କରିଛି। ଫଳରେ ଏହି ଦୁଇ ରାଜ୍ୟରେ ଭୋଟଗଣତି ବିଳମ୍ବିତ ହୋଇଛି।
କ୍ରସ୍‌ ଭୋଟିଂ ଅଭିଯୋଗ ମଧ୍ୟରେ ଶୁକ୍ରବାର ରାଜସ୍ଥାନ, ହରିୟାଣା, କର୍ନାଟକ ଓ ମହାରାଷ୍ଟ୍ରର ୧୬ ରାଜ୍ୟ ସଭା ଆସନ ଲାଗି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ନିର୍ବାଚନ କମିଶନ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ସହ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସକାଳ ୯ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା।
ମୋଟ ୫୭ ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ଘୋଷଣା ହୋଇଥିବାବେଳେ ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ପଞ୍ଜାବ, ତେଲଙ୍ଗାନା, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର ମୋଟ ୪୧ ଆସନରୁ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଏବଂ କର୍ନାଟକର ୧୬ ଆସନ ପାଇଁ ଅଧିକ ପ୍ରାର୍ଥୀ ଥିବାରୁ ଶୁକ୍ରବାର ସେଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଘୋଡ଼ାବେପାର ଆଶଙ୍କାରେ ବିଭିନ୍ନ ଦଳ ସେମାନଙ୍କ ବିଧାୟକମାନଙ୍କୁ ହୋଟେଲ ଓ ରିସର୍ଟରେ ଲୁଚାଇ ରଖିଥିଲେ। କର୍ନାଟକରେ ଜେଡିଏସ୍‌ ବିଧାୟକ କେ. ଶ୍ରୀନିବାସ ଗୌଡ଼ା କଂଗ୍ରେସ ପ୍ରାର୍ଥୀଙ୍କୁୁ ଭୋଟ ଦେଇଥିବା କହିଛନ୍ତି। ଏହା ବ୍ୟତୀତ ସେଠାରେ ଅନ୍ୟ ଏକ ଭୋଟକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।
ମହାରାଷ୍ଟ୍ରର ୬ ଆସନ ପାଇଁ ଜୋର୍‌ଦାର ପ୍ରତିଯୋଗିତା ହୋଇଥିଲା। ସେଠାରେ ଛୋଟ ଦଳ ଓ ସ୍ବାଧୀନ ବିଧାୟକମାନଙ୍କର ୨୮ ଭୋଟ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କୁହାଯାଉଛି। ତେବେ ଏନ୍‌ସିପିର ଦୁଇ ବିଧାୟକ ନଓ୍ବାବ ମଲିକ ଏବଂ ଅନୀଲ ଦେଶମୁଖଙ୍କୁ ଜାମିନ ନ ମିଳିବାରୁ ସେମାନେ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ହରିୟାଣାରେ ଦୁଇ ଆସନ ଲାଗି ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟକୁ ଅବୈଧ ଘୋଷଣା କରାଯାଇଛି। ସ୍ବାଧୀନ ବିଧାୟକମାନେ ଭାଜପାକୁ ଭୋଟ ଦେଇଛନ୍ତି। ଏଠାରେ ଭାଜପା ପୂର୍ବତନ ମନ୍ତ୍ରୀ କ୍ରିଷନଲାଲ୍‌ ପନଓ୍ବାର ଏବଂ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍‌ଙ୍କୁ ପ୍ରାର୍ଥୀ କରିଥିବାବେଳେ କାର୍ତ୍ତିକେୟ ଶର୍ମା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨ ବିଧାୟକଙ୍କ ଭୋଟକୁ ଅବୈଧ ଘୋଷଣା କରିବାକୁ ଭାଜପା ଦାବି କରିବା ଫଳରେ ସେଠାରେ ଭୋଟଗଣନା ବିଳମ୍ବିତ ହୋଇଥିଲା। ହରିୟାଣାରେ କଂଗ୍ରେସର ୩୧ ଭୋଟ ଥିବାବେଳେ ଭାଜପାର ୫୭ ଭୋଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri