Posted inଜାତୀୟ

ଏତିକି ସମ୍ପତ୍ତି ଛାଡିଦେଇଗଲେ ସୀତାରାମ ୟେଚୁରୀ, ଜାଣିଲେ ବିଶ୍ୱାସ କରିବେନି

ନୂଆଦିଲ୍ଲୀ,୧୨।୯: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର (ସେପ୍ଟେମ୍ବର ୧୨,୨୦୨୪)ରେ ଦିଲ୍ଲୀସ୍ଥିତ ଏମ୍ସରେ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ନିକଟରେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେ କଲେଜ ଦିନରୁ ରାଜନୀତିରେ ସକ୍ରିୟ ଥିଲେ। ସେ ତାମିଲନାଡୁର ମାଡ୍ରାସ (ଚେନ୍ନାଇ) ରେ ୧୨ ଅଗଷ୍ଟ ୧୯୫୨ରେ ତେଲୁଗୁ ଭାଷାଭାଷୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସୀତାରାମ ୟେଚୁରୀଙ୍କ ପିତା ସର୍ବେଶ୍ୱର ସୋମାୟାଜୁଲା ୟେଚୁରୀ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମର ଜଣେ ଇଞ୍ଜିନିୟର ଥିଲେ। ମାତା କଳ୍ପକମ ୟେଚୁରୀ ଜଣେ ସରକାରୀ କର୍ମଚାରୀ ଥିଲେ।
ପିଲାଦିନରୁ ସୀତାରାମ ୟେଚୁରୀ ମେଧାବୀ ଥିଲେ। ସେ ନୂଆଦିଲ୍ଲୀର ପ୍ରେସିଡେଣ୍ଟ ଇଷ୍ଟେଟ ସ୍କୁଲରେ ସେ ଆଡମିଶନ ନେଇଥିଲେ। ଯେଉଁଠାରେ ସେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଅଲ ଇଣ୍ଡିଆ ପ୍ରଥମ ମାନ୍ୟତା ପାଇଥିଲେ। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ କଲେଜରେ ଆଡମିଶନ ନେଇଥିଲେ। ଯେଉଁଠାରେ ସେ ଅର୍ଥନୀତିରେ ବିଏ (ଅନର୍ସ) କରିଥିଲେ। ଏହା ପରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଜରୁରୀକାଳୀନ ସମୟରେ ଜେଏନୟୁରେ ଜଣେ ଛାତ୍ର ଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା।
ରାଜ୍ୟ ସଭାରେ ଦିଆଯାଇଥିବା ତାଙ୍କ ଘୋଷଣାପତ୍ରରେ ସୀତାରାମ ୟେଚୁରୀ ତାଙ୍କର ମୋଟ ସମ୍ପତ୍ତି ୮୨ ଲକ୍ଷ ୭୧ହଜାର ଟଙ୍କା ବୋଲି ଘୋଷଣା କରିଥିଲେ। ଯେଉଁଥିରେ ତାଙ୍କ ପାଖରେ ୧୦ ହଜାର ଟଙ୍କା ନଗଦ ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧୫ହଜାର ଟଙ୍କା ଥିଲା। ଏଥି ସହିତ ୩୪ ଲକ୍ଷ ୧୪ ହଜାରରୁ ଅଧିକ ମୂଲ୍ୟର ସମ୍ପତ୍ତି ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ ହୋଇଯାଇଥିଲା। ଏହା ବ୍ୟତୀତ ସେ କମ୍ପାନୀଗୁଡିକରେ ବଣ୍ଡ, ଋଣ ଦେୟ ଏବଂ ସେୟାରରେ ୩ ଲକ୍ଷ ୫୬ ହଜାରରୁ ଅଧିକ ପୁଞ୍ଜି ବିନିଯୋଗ କରିଥିଲେ। ସେ ୨୦ ଲକ୍ଷ ଟଙ୍କା ମୂଲ୍ୟର ଏକ LIC ପଲିସି ଏବଂ ଅନ୍ୟାନ୍ୟ ବୀମା ପଲିସି ନେଇଥିଲେ।
ସୂଚନାଯୋଗ୍ୟ, ସିପିଏମ ନେତା ସୀତାରାମ ୟେଚୁରୀଙ୍କର କୌଣସି କାର ନଥିଲାବେଳେ ତାଙ୍କର ମୋଟ ୫ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଥିଲା। ଏହିପରି ଭାବରେ ତାଙ୍କର ମୋଟ ସମ୍ପତ୍ତି ୬୨ ଲକ୍ଷ ୯୬ଟଙ୍କାରୁ ଅଧିକ ଥିଲା। ଏହା ବ୍ୟତୀତ ତାଙ୍କ ନାମରେ ୧୯ଲକ୍ଷ ୭୫ ହଜାର ଟଙ୍କାର ଜମି ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri