ଅଯୋଧ୍ୟା ଗଲା ସୀତାକୁଣ୍ଡ ଜଳ

ମାଲକାନଗିରି/କୋରାପୁଟ,୨୩ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଗସ୍ତ କରିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିର ପାଇଁ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି। ଉକ୍ତ ଜଳକଳସ ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚତ୍ବ। ସୀତାକୁଣ୍ଡ ସହ ଏପରି ୧୩୦୦ ପବିତ୍ର ସ୍ଥାନରୁ ଜଳ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ବିଶେଷକରି ବନବାସ ସମୟରେ ଶ୍ରୀରାମଚନ୍ଦ୍ର ଯେଉଁ ସ୍ଥାନରେ ସମୟ ବିତାଇଥିଲେ ସେହି ପବିତ୍ର ସ୍ଥାନରୁ ଜଳ ସଂଗ୍ରହ କରାଯାଉଛି। ଶ୍ରୀରାମଚନ୍ଦ୍ରଙ୍କ ବନବାସ ସହ ବଣ୍ଡାଘାଟିର ସୀତାକୁଣ୍ଡ ଜଡ଼ିତ ଥିବା କିମ୍ବଦନ୍ତୀ ରହିଛି। ତେଣୁ ଅଯୋଧ୍ୟା ଓ ଅନ୍ୟ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ସହ ରାଜ୍ୟପାଳ ଜଳ ସଂଗ୍ରହ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସୀତାକୁଣ୍ଡରେ ପହଞ୍ଚତ୍ଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀରାମ ବନ ଗମନ ପଥ କାବ୍ୟଯାତ୍ରାକୁ ସ୍ବାଗତ କରିଥିଲେ। ଏହି ଯାତ୍ରା ମାର୍ଚ୍ଚ ୧ ତାରିଖ ଶିବରାତ୍ର ଦିନ ଶ୍ରୀଲଙ୍କାର ଅଶୋକା ବାଟିକାରୁ ଆରମ୍ଭ ହୋଇଥିବାବେଳେ ରାମନବମୀ ଦିନ ଅଯୋଧ୍ୟା ପହଞ୍ଚତ୍ବ। ରାଜ୍ୟପାଳଙ୍କୁ ବଣ୍ଡା ଜନଜାତିର ଲୋକେ ପାଖରେ ଦେଖି ପାରମ୍ପରିକ ନାଚ ଓ ବେଶ ପୋଷାକରେ ସ୍ବାଗତ କରିଥିଲେ। ବଣ୍ଡାଘାଟିର ବିକାଶ ସହ ସେଠାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତି ପାଇଁ ରାଜ୍ୟପାଳଙ୍କୁ ଜଣାଇଥିଲେ। ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ। ଏହା ପୂର୍ବରୁ ରାଜ୍ୟପାଳ କୋରାପୁଟସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବିଏସ୍‌ଏଫ୍‌ ଯବାନମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଭୁବନେଶ୍ୱରରୁ ରାଜ୍ୟପାଳ ହେଲିକପ୍ଟର ଯୋଗେ କୋରାପୁଟ ବିଏସ୍‌ଏଫ୍‌ ହେଲିପ୍ୟାଡ୍‌ରେ ପହଞ୍ଚତ୍ବା ପରେ ସେଠାରେ ଆଇଜି ସତୀଶ ଚନ୍ଦ୍ର ବୁଡକୋଟି, ଡିଆଇଜି ମଦନ ଲାଲ ତାଙ୍କୁ ସ୍ବାଗତ କରିଥିଲେ । ପରେ ବିଏସ୍‌ଏଫ୍‌ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। କ୍ୟାମ୍ପ ପରିସରରେ ଥିବା ଶହୀଦ ସ୍ମାରକୀ ନିକଟରେ ଶହୀଦମାନଙ୍କ ଉଦ୍ଦେଶ୍ୟରେ ସେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ପରେ ସମ୍ମିଳନୀ କକ୍ଷରେ ବିଏସ୍‌ଏଫ୍‌ ଅଧିକାରୀ ଓ ଯବାନମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଜିଲାପାଳ ଅବଦାଲ ଏମ୍‌. ଅଖତାର ଓ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri