ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତା’ଠାରୁ ବେଶି ସେ ମୋ ବିଷୟରେ ଜାଣିଥିଲା: ବୋଥ୍ରା

ନୟାଗଡ଼ ଅଫିସ,୨୪।୧୨: ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ପୋଖରୀ କୂଳକୁ ନେଇ ହତ୍ୟାକାଣ୍ଡର ଡେମୋ କରାଇଛି ଏସ୍‌ଆଇଟି। ଏହି ସମୟରେ ପ୍ରତିକ୍ରିୟା ରଖି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ସରୋଜଙ୍କ ପରିବାରର କେହି ସଦସ୍ୟ ଘଟଣା ଜାଣିଛନ୍ତି। ଆମେ ସେ ବିଷୟରେ ତଦନ୍ତ କରୁଛୁ। କିଏ କେବେ ଏକଥା ଜାଣିଲେ, ସେ ତଦନ୍ତ ଚାଲିଛି। ରିମାଣ୍ଡରେ ସରୋଜ ପୋଲିସର ତଦନ୍ତକୁ ଟ୍ରାକିଂ କରୁଥିବା ଜଣାପଡ଼ିଛି। ଏମିତିକି ମୋ ବିଷୟରେ ସେ ଗୁଗଲରୁ ବହୁତ ତଥ୍ୟ ସଂଗ୍ରହ କରିଥିଲା। ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତାଠାରୁ ବେଶୀ ସେ ମୋ କଥା ଜାଣିଥିଲା। ସେ ଏସ୍‌ଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ ଦେଖୁଥିଲା। ରିମାଣ୍ଡରେ ସରୋଜ କେତେବେଳେ ରାଗୁଛି ତ କେତେବେଳେ ସ୍ବାଭାବିକ ରହୁଥିବା ବୋଥ୍ରା କହିଛନ୍ତି।

ପ୍ରକାଶ ଯେ, ଆଜି ସରୋଜର ରିମାଣ୍ଡ ଅବଧୀ ଶେଷ ହେଉଛି। ଏହା ପୂର୍ବରୁ ସରୋଜଙ୍କୁ ଆଣି ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଛି ଏସ୍‌ଆଇଟି। ଏହାଛଡ଼ା ସରୋଜଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଘରେ ପଚରାଉଚରା କରିଥିବା ଜଣାପଡ଼ିଛି।