ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଅଘଟଣ: ମଝିଆ ଭଉଣୀଙ୍କୁ ଛୁରି ଭୂଷି ହତ୍ୟା କଲେ ଭଉଣୀଭାଇ

କୁଚିଣ୍ଡା,୧୮ା୫(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝାପଡା ଗୁଣ୍ଡିଚାମନ୍ଦିର ସମ୍ମୁଖରେ ବଡ଼ ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ଜମିବାଡି ବିବାଦକୁ ନେଇ ବଡ଼ ଭଉଣୀ ଓ ସାନ ଭାଇ ମିଶି ମଝିଆଁ ଭଉଣୀଙ୍କୁ ଛୁରି ଭୂସି ହତ୍ୟା କରିଛନ୍ତି। ମୃତା ମଝିଆ ଭଉଣୀ ହେଲେ ମହୁଲପାଲି ଥାନା ସୋଲବଗାରେ ବିବାହ କରିଥିବା ଲୀନା ସାହୁ (୪୦)। ଅଭିଯୁକ୍ତ ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ( ୪୫) ଏବଂ ସାନ ଭାଇ ଗୋଲକ ସାହୁ(୩୦)ଙ୍କୁ ପୋଲିସ ଗିରଫ କରି କୁଚିଣ୍ଡା ଏସଡିଜେମ୍‌ କୋର୍ଟକୁ ଚାଲାଣ କରିଛି।

ଘଟଣାସ୍ଥଳରେ ଗୋବିନ୍ଦପୁର ଆଇଆଇସି ରାଜେନ୍ଦ୍ର ବେହେରା, କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର ଦାସ ଓ ସମ୍ବଲପୁରର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକଙ୍କ ବଡ଼ବାପା ପୁଅ ପ୍ରଭୁଦତ୍ତ ସାହୁ ଓରଫ ଅରକ୍ଷିତଙ୍କ ରିପୋର୍ଟ କ୍ରମେ ପୋଲିସ ଗୋବିନ୍ଦପୁର ଥାନାରେ ଦଫା ୧୦୩(୧)/୩(୫)ବିଏନଏସ (ନଂ.୬୭/୨୫)ମାମଲା ରୁଜୁ କରି ମୃତଦେହ ଜବତ କରି ଗୋବିନ୍ଦପୁର ମେଡିକାଲରେ ବ୍ୟବଚ୍ଛେଦ କରାଇଛି।

ସୂଚନା ଅନୁଯାୟୀ, ବାମରା ଗୋବିନ୍ଦପୁରର ବିନୋଦ ସାହୁଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ବଡ଼ ଝିଅ ଓ ପୁଅ ଅବିବାହିତ ଥିବା ବେଳେ ମୃତା ମଝିଆ ଝିଅ ଲୀନା କେଶାଇବାହାଲ ନିକଟସ୍ଥ ସୋଲବଗାରେ ବିବାହ କରିଛନ୍ତି। ହେଲେ କୌଣସି କାରଣରୁ ଲୀନା ବାପଘରେ ରହୁଥିଲେ। ସେ ସମ୍ବଲପୁରର ଏକ ଜୁଏଲେରି ଦୋକାନରେ ଚାକିରି କରି ସେଠାରେ ରହୁଥିଲେ।

ପରେ ବାପାଙ୍କ ଜମିବାଡି ସମ୍ପତ୍ତିରୁ ଭାଗ ସେ ମାଗିଥିଲେ। ବଡ଼ ଭଉଣୀ ପୁଷ୍ପାଞ୍ଜଳି ଓ ସାନପୁଅ ଗୋଲକ ଅବିବାହିତ ଥିବାରୁ ଭାଗବଣ୍ଟା ନେଇ ଭାଇ ଭଉଣୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏନେଇ ଲୀନା କୁଚିଣ୍ଡା କୋର୍ଟରେ ସମ୍ପତ୍ତି ଭାଗ ପାଇଁ କେସ୍‌ କରିଛନ୍ତି ଏବଂ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହାକୁ ନେଇ ଲୀନା ସହ ହତ୍ୟାକାରୀ ଭଉଣୀ ଓ ଭାଇଙ୍କ ମଧ୍ୟରେ ଶତ୍ରୁତା ବଢିଚାଲିଥିଲା। ଅରକ୍ଷିତଙ୍କ ବାପାଙ୍କ ରବିବାର ଶୁଦ୍ଧିକ୍ରିୟା ଚାଲିଥିଲା। ଲୀନା ବଡବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ। ତାଙ୍କୁ ଦେଖି ପୂର୍ବାହ୍ନ ପ୍ରାୟ ୧୧ଟା ୧୦ରେ ଗୋଲକ ଓ ପୁଷ୍ପାଞ୍ଜଳୀ ତାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଲୀନା ସଂଜ୍ଞାହୀନ ହୋଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ। ଶୁଦ୍ଧିକ୍ରିୟାରେ ଉପସ୍ଥିତ ବନ୍ଧୁ ବାନ୍ଧବ ଏହାଦେଖି ତୁରନ୍ତ ଗୋବିନ୍ଦପୁର ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri