Posted inଜାତୀୟ

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପାକୁ ୫ ଟି ପ୍ରଶ୍ନ ପଚାରିଛନ୍ତି। ଗଣମାଧ୍ୟମକସିସୋଡିଆ କହିଛନ୍ତି ଯେ ମୋରବିରେ ଘଟିଥିବା ଏହି ଦୁର୍ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଗତ ଦୁଇ ଦିନର ଅନୁସନ୍ଧାନରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ପ୍ରମାଣ କରୁଛି ଯେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା। ଏହି ହତ୍ୟା ପଛରେ ଭାଜପାର ଦୁର୍ନୀତି ରହିଛି।

ମୁଁ ସେହି ନେତାମାନଙ୍କୁ ୫ଟି ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେଉଁମାନେ ୧୫୦ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କ ସରକାର ଏବେ କେନ୍ଦ୍ର ତଥା ରାଜ୍ୟରେ ଅଛନ୍ତି। ଭାଜପାକୁ ମୋର ପ୍ରଥମ ପ୍ରଶ୍ନ ହେଉଛି ଭଙ୍ଗା ପୋଲ ମରାମତି ପାଇଁ ଏକ ଘଣ୍ଟା ତିଆରି କମ୍ପାନୀକୁ କାହିଁକି ଠିକା ଦିଆଗଲା? ଏହି କମ୍ପାନୀ କେବେ ପୂର୍ବରୁ ବ୍ରିଜ ନିର୍ମାଣ କରି ନ ଥିଲା । ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି ଟେଣ୍ଡର ବିନା ଚୁକ୍ତିନାମା କାହିଁକି ଦିଆଗଲା? ବ୍ରିଜ ପାଇଁ ଚୁକ୍ତି କାହିଁକି ଏକ ଅଭିଜ୍ଞ କମ୍ପାନୀକୁ ଦିଆ ଯାଇ ନଥିଲା? ଗୁଜରାଟର ଭାଜପା ସରକାର ଏହାର ଉତ୍ତର ଦିଅନ୍ତୁ। ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି ଯେ ପୋଲ ମରାମତି କାର୍ଯ୍ୟ ୮ମାସ ମଧ୍ୟରେ ଶେଷ ହେବାର ଥିଲା। କିନ୍ତୁ କେଉଁ କାରଣରୁ ତତ୍ପରତାର ସହିତ ଏତେ ଶୀଘ୍ର ପୋଲ ମରାମତି କରାଯାଇ ଗମନାଗମନ ପାଇଁ ଖୋଲି ଦିଆଗଲା।

ଏହା ମୋର ତୃତୀୟ ପ୍ରଶ୍ନ ଯେ ୫ ମାସରେ ୮ ମାସର କାମ ଶେଷ କରି ପୋଲକୁ କାହିଁକି ଖୋଲା ଗଲା? ମୋର ଚତୁର୍ଥ ପ୍ରଶ୍ନ ହେଉଛି ସରକାର ଜବାବ ଦେବା ଜରୁରୀ ଯେ ଟେଣ୍ଡର ବିନା ଚୁକ୍ତିନାମା ଦିଆଯାଇଥିବା ଏହି ଘଣ୍ଟା କମ୍ପାନୀଠାରୁ ଭାଜପା କେତେ ଚାନ୍ଦା ନେଇଛି। କେଉଁ କେଉଁ ମନ୍ତ୍ରୀ କମ୍ପାନୀର ମାଲିକଙ୍କର ନିକଟତର ତାହାର ଉତ୍ତର ସରକାର ଦିଅନ୍ତୁ। ମୋର ପଞ୍ଚମ ପ୍ରଶ୍ନ ହେଉଛି ଏତେ ବଡ ଦୁର୍ଘଟଣା ପରେ କାହିଁକି ଦାଏର ହୋଇଥିବା ଏଫଆଇଆରରେ କମ୍ପାନୀର ନାମ ଉଲ୍ଲେଖ କରାଯାଇ ନାହିଁ?


Enter your email to get our daily news in your inbox.

All Right Reserved By Dharitri.Com

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?