ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଏଠାରେ ଯାତାୟାତ ଏକ ପ୍ରକାର ବିପଦପୂର୍ଣ୍ଣ ହୋଇପଡ଼ିଛି। ପ୍ରଶାସନ ରାସ୍ତା ମରାମତି ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପୂର୍ବରୁ ଏହି ସମସ୍ୟା ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ସିର୍କାବର୍ଗ ପଞ୍ଚାୟତ ବାଡାଙ୍ଗିଆ ଗ୍ରାମ ନିକଟରେ ଦୁଇ ଦୁଇ ଥର ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେତେବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ସ୍ଥାନୀୟ ବିଡ଼ିଓ, ତହସିଲଦାର ଏବଂ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମେ ମାସ ୨୦ ତାରିଖ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ପ୍ରଶାସନ ନିଜ ପ୍ରତିଶ୍ରୁତି ରଖିଲାନାହିଁ ବୋଲି ଗ୍ରାମର କାଳୀ ବଳିୟାର ସିଂ, ନାଏବ ସରପଞ୍ଚ ମାନିନୀ ପ୍ରଧାନ, ସାନ୍ତୁ ନାୟକ ଏବଂ ପ୍ରଫୁଲ ବଳିୟାର ସିଂ ପ୍ରମୁଖ କ୍ଷୋଭର ସହ କହିଛନ୍ତି। ରାସ୍ତା ତୁରନ୍ତ ମରାମତି କରାନଗଲେ ଅଞ୍ଚଳବାସୀ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ବ୍ଲକର ଦନେକବାଡି ପଞ୍ଚାୟତରୁ ସିର୍କାବର୍ଗ ଦେଇ କୋଟଗଡ଼ ବ୍ଲକକୁ ବ୍ରହ୍ମପୁରରୁ ଏକ ଯାତ୍ରୀବାହୀ ବସ ଚଳାଚଳ କରୁଛି। ଏହାସହ ଦାରିଙ୍ଗବାଡିରୁ ପ୍ରଧାନମନ୍ତ୍ରୀ ବସ ସେବା ମଧ୍ୟ ଏହି ପଞ୍ଚାୟତକୁ ଯାତାୟାତ କରୁଛି। ମାତ୍ର ବର୍ତ୍ତମାନ ଘାଟି ଓ ଏକାଧିକ ବୁଲାଣି ରାସ୍ତାରେ ଥିବା ଖାଲଖମାରେ ବର୍ଷା ଜଳ ଏବଂ କାଦୁଅ ଜମି ରହୁଥିବାରୁ ଯାତ୍ରୀବାହୀ ବସ୍ ସହ ସାଧାରଣ ଲୋକଙ୍କ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, “ଉକ୍ତ ରାସ୍ତାଟି ପୂର୍ବରୁ ଯେଉଁ ଠିକା ସଂସ୍ଥା ସମ୍ପ୍ରସାରଣ କରିଥିଲେ, ତାଙ୍କର ରକ୍ଷଣବେକ୍ଷଣ ସମୟ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରହିଛି। ମାତ୍ର ସେ ଏବେ ମରାମତି