Posted inଖେଳ

ପୁରସ୍କାର ଦୌଡ଼ରେ ସିରାଜ, ଶୁବମନ

ଦୁବାଇ, ୮।୨ (ପି.ଟି.): ଜାନୁୟାରୀ ମାସରେ ଚମତ୍କାର ପ୍ରଦର୍ଶନ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦୌଡ଼ରେ ଭାରତ ପେସ୍‌ ବୋଲର ମହମ୍ମଦ ସିରାଜ ଓ ଓପନର ଶୁବମନ ଗିଲ୍‌ ରହିଛନ୍ତି। ପୁରସ୍କାର ପାଇଁ ତୃତୀୟ ଦାବିଦାର ରହିଛନ୍ତି ନ୍ୟୁଜିଲାଣ୍ଡ ଓପନର ଡେଭନ କନ୍‌ଓ୍ବେ। ତାଙ୍କର ବର୍ଷ ଆରମ୍ଭ ଖୁବ୍‌ ଭଲ ରହିଥିଲା। ସେ ସମସ୍ତ ଫର୍ମାଟରେ ମୋଟ ୩ଟି ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୨୨ରେ ସଫଳ ବର୍ଷ ପରେ ଗିଲ୍‌ ଗତ ମାସରେ ଉଭୟ ହ୍ବାଇଟ୍‌-ବଲ୍‌ ଫର୍ମାଟରେ ତାଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ। ଅନ୍ୟପକ୍ଷରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତିରେ ସିରାଜ ନିକଟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆଗୁଡ଼ିକରେ ବିଶେଷ କରି ନୂଆ ବଲ୍‌ରେ ଭାରତର ଫାଷ୍ଟ ବୋଲିଂ ଆକ୍ରମଣକୁ ଶାଣିତ କରିଥିଲେ। ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ଗିଲ୍‌ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଖେଳିଥିଲେ। ଏଥିରେ ସେ ମାତ୍ର ୭ ରନ ସଂଗ୍ରହ କରିିଥିଲେ। ପରବର୍ତ୍ତୀ ମ୍ୟାଚରେ ସେ ଏକ ଅଙ୍କ ବିଶିଷ୍ଟ ରନ ସ୍କୋର କରିଥିଲେ। ରାଜକୋଟଠାରେ ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଟି୨୦ରେ ସେ ୪୬ ରନ କରିଥିଲେ। ଗିଲ୍‌ ପରେ ଶ୍ରୀଲଙ୍କା ବିପକ୍ଷ ୩ ଅନ୍ତର୍ଜାତୀୟ ଦିନିକିଆରେ ୭୦, ୨୧ ଓ ୧୧୬ ରନ କରିଥିଲେ। ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କିନ୍ତୁ ତାଙ୍କ ପ୍ରଦର୍ଶନ ଜୋର୍‌ଦାର ଥିଲା। ୨୩ ବର୍ଷୀୟ ଖେଳାଳି ୧୪୯ ବଲ୍‌ରୁ ୨୦୮ ରନ କରିଥିଲେ। ସେହିଦିନ ତାଙ୍କର ଜଣେ ହେଲେ ଟିମ୍‌ମେଟ୍‌ ୨୮ ରନ ଅତିକ୍ରମ କରିପାରି ନ ଥିଲେ। ଗିଲ୍‌ ଲୋକି ଫର୍ଗୁସନଙ୍କ ବୋଲିଂରେ କ୍ରମାଗତ ୩ ଛକା ମାରି ତାଙ୍କ ଦ୍ୱିଶତକ ପୂରଣ କରିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ଏହି ମାଇଲଖୁଣ୍ଟ ହାସଲ କରିବାରେ ସେ ସର୍ବକନିଷ୍ଠ ଖେଳାଳି ହୋଇପାରିଥିଲେ। ପରବର୍ତ୍ତୀ ଦୁଇଟି ମ୍ୟାଚରେ ସେ ଅପରାଜିତ ୪୦ ଓ ୧୧୨ ରନ କରିଥିଲେ। ସିରିଜରେ ସେ ମୋଟ ୩୬୦ ରନ ସଂଗ୍ରହ କରିଥିଲେ। ଫଳତଃ ସେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିବାରେ ବାବର ଆଜମ (୨୦୧୬-୧୭ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ)ଙ୍କ ରେକର୍ଡ ସମକକ୍ଷ ହୋଇପାରିଥିଲେ। ଅପରପକ୍ଷରେ ସିରାଜଙ୍କ ଚମତ୍କାର ଫର୍ମର ପ୍ରତିଫଳନ ଆଇସିସି ପ୍ଲେୟର ର଼୍ୟାଙ୍କିଙ୍ଗରେ ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟ ଦିନିକିଆରେ ସେ ନମ୍ବର ଓ୍ବାନ ବୋଲର ହୋଇପାରିଥିଲେ। ଗୁଆହାଟିଠାରେ ଶ୍ରୀଲଙ୍କା ବିପକ୍ଷ ହାଇ ସ୍କୋରିଂ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ସେ ତାଙ୍କ ୭ ଓଭର ବୋଲିଂରେ ୩୦ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ। ପରବର୍ତ୍ତୀ ଦୁଇଟି ମ୍ୟାଚରେ ତାଙ୍କ ବୋଲିଂ ଫିଗର ୩/୩୦ ଓ ୪/୩୨ ରହିଥିଲା। ସିରିଜରେ ସେ ଥିଲେ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର। ହୋମ୍‌ ଗ୍ରାଉଣ୍ଡ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷ ହାଇସ୍କୋରିଂ ରୋମାଞ୍ଚ ମ୍ୟାଚରେ ଏହି ଡାହାଣହାତୀ ବୋଲର ତାଙ୍କ ୧୦ ଓଭର ବୋଲିଂରେ ୪୬ ରନ ବିନିମୟରେ ୪ ଉଇକେଟ ସଫଳତା ପାଇଥିଲେ। ରାୟପୁରରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ଓପନିଂ ବୋଲିଂ କରିବାକୁ ଆସି ସେ ତାଙ୍କ ୬ ଓଭର ବୋଲିଂରେ ୧ ମେଡେନ ସହ ୧୦ ରନ ବିନିମୟରେ ୧ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri