ସାର୍‌, ଆମ ଦରମା, ଭତ୍ତା ବଢ଼ାନ୍ତୁ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଦରଦାମ ବଢ଼ିଲାଣି। ତେଲ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢ଼ିଗଲାଣି। ଥରେ ନିର୍ବାଚନମଣ୍ଡଳୀ ବୁଲି ଗଲେ ୫୦ ହଜାର ଖର୍ଚ୍ଚ ହେଉଛି। ବାହାଘର, ବ୍ରତଘର, ନାଚ, ଗୀତ, ମେଳା ମହୋତ୍ସବ, ଖେଳକୁଦ, ଚିକିତ୍ସା ଓ ଅନ୍ୟାନ୍ୟ ପାଇଁ ଆମକୁ ଟଙ୍କା ଦେବାକୁ ପଡୁଛି। ଅନ୍ୟ ରାଜ୍ୟରେ ଆମଠାରୁ ବହୁ ଅଧିକ ମିଳୁଛି। ସାର୍‌, ଆମର ଦରମା ଓ ଅନ୍ୟାନ୍ୟ ଭତ୍ତା ବଢ଼ାନ୍ତୁ। ଦଳଗତ ନିର୍ବିଶେଷରେ ବିଧାୟକମାନେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କଠାରେ ଏମିତି ଗୁହାରି କରିଛନ୍ତି। ବିଧାନସଭାରେ ଏନେଇ ଏକ ସର୍ବଦଳୀୟ ସବ୍‌କମିଟି ଗଠନ ହୋଇ ବିଭିନ୍ନ ରାଜ୍ୟ ଗସ୍ତ କରୁ। ଉକ୍ତ କମିଟି ରିପୋର୍ଟ ଆଧାରରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ ବୋଲି ସେମାନେ ଦାବି କରିଥିଲେ। ଉଦ୍‌ବେଗକୁ ଦେଖି ବାଚସ୍ପତି ଏହାର ‘ସୁବିଚାର’ ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ଶନିବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ, ଗତ ୧୩ ସେପ୍ଟେମ୍ବର ୨୦୧୭ରେ ରାଜ୍ୟରେ ବିଧାୟକଙ୍କ ଦରମା, ଭତ୍ତା ଓ ବିଧାୟକ ପାଣ୍ଠି ଆଦି ବଢ଼ିଥିଲା। ଏବେ ସମୟ ଆସିଛି ବିଧାୟକଙ୍କ ଦରମା ବଢ଼ାଇବାକୁ ବିଚାର କରାଯାଉ। କର୍ନାଟକରେ ବିଧାୟକମାନେ ମାସିକ ଭତ୍ତା ସହ ଦରମା ବାବଦରେ ୨.୦୫ ଲକ୍ଷ, ମହାରାଷ୍ଟ୍ରରେ ୨.୩୨ ଲକ୍ଷ, ତେଲଙ୍ଗାନାରେ ୨ ଲକ୍ଷ, ଦିଲ୍ଲୀରେ ୨.୧୦ ଲକ୍ଷ, ଉତ୍ତରାଖଣ୍ଡରେ ୩.୨୫ ଲକ୍ଷ ଓ ଗୋଆରେ ୩.୨ ଲକ୍ଷ ଟଙ୍କା ପାଉଛନ୍ତି। ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇ ମୋଟ ୯୯,୮୦୦ ଟଙ୍କା ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ପ୍ରସ୍ତାବ ଦେବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଯାହା ମିଳୁଛି ତାହା ପର୍ଯ୍ୟାପ୍ତ ହେଉନି ବୋଲି କହିବା ସହ ପୂର୍ବତନ ବିଧାୟକମାନଙ୍କର ମଧ୍ୟ ପେନ୍‌ସନ ଓ ଚିକିତ୍ସା ଖର୍ଚ୍ଚ ବଢ଼ାଯାଉ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ ଅମର ପ୍ରସାଦ, ପଦ୍ମନାଭ ବେହେରା, ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ସମାନ ଦାବି କରିଥ୍‌ତ୍ଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଅପ୍ରିୟ ସତ୍ୟକଥା। ସକାଳୁ ଉଠିବା ମାତ୍ରେ ବିଭିନ୍ନ କଥାରେ ଲୋକଙ୍କୁ ପଇସା ଦେବାକୁ ପଡ଼େ। ଗୋଆ ଭଳି ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା ୩ ଲକ୍ଷ। ଆମର ସବୁଠାରୁ କମ୍‌। ମୁଖ୍ୟମନ୍ତ୍ରୀ ଭାରି ଦରଦି। ତାଙ୍କୁ ଏହି ପ୍ରସ୍ତାବ ଦିଆଯାଉ ବୋଲି ସେ କହିଥିଲେ।
କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ବିଧାୟକଙ୍କ ପାଇଁ ଏକ ସିଲିଂ କରାଯାଉ। ୫ଥର କିମ୍ବା ୭ ଥର ବିଧାୟକ ମାପଦଣ୍ଡ ନ ରହୁ। ସମସ୍ତଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଉ। ପୂର୍ବତନ ବିଧାୟକଙ୍କୁ ମାତ୍ର ୨ ହଜାର ଟଙ୍କା ଔଷଧ ପାଇଁ ଦିଆଯାଉଛି। ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦିଆଯାଉଛି। ବିଜୁ ସ୍ବାସ୍ଥ୍ୟ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ କାର୍ଡ ଦିଆଯାଉଛି। ଦରମା ଓ ଭତ୍ତା ବଢ଼ାଇବା ପାଇଁ ଏକ କମିଟି ଗଠନ କରାଯାଉ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ଜଣେ ପିଅନ ଓ ତୃତୀୟ ଶ୍ରେଣୀ କର୍ମଚାରୀ ମାସିକ ଯେତିକି ଦରମା ପାଉଛନ୍ତି ତା’ଠାରୁ ବିଧାୟକମାନେ କମ୍‌ ପାଉଛନ୍ତି। ତେଣୁ ଦରମା ବୃଦ୍ଧି କରାଯାଉ ବୋଲି ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri