SIR କାମ ଚାପରେ ଜୀବନ ହାରିଲେ ପ୍ରଧାନଶିକ୍ଷକ!

ବୌଦ୍ଧ,୧୯।୬: ବୌଦ୍ଧ ଜିଲା ଡିମିରିଖୋଲ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ। ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

ଅନ୍ୟପକ୍ଷେ SIR କାମ ଚାପରେ ବାପା ବିଷ ପିଇ ଜୀବନ ହାରିଥିବା ପୁଅ ଅଭିଯୋଗ କରିଛନ୍ତି। ସେ ପୁଣି କହିଛନ୍ତି ଯେ, ବାପାଙ୍କୁ ସସପେଣ୍ଡ କରିବାକୁ ଧମକ ଦିଆଯାଇଥିଲା। ଏନେଇ ସେ ମାନସିକ ଚାପରେ ରହୁଥିଲେ। ଫଳରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଗୁରୁତର ହୋଇପଡିଥିଲେ। ତାଙ୍କୁ ସୋନପୁର ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶିକ୍ଷକଙ୍କ ମହଳରେ ଶୋକର ଛାୟା ଖେଳି ଯାଇଛି।

Share