ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର ଜିଓ ୱାର୍ଲଡ କନଭେନଶନ ସେଣ୍ଟରରେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ସୁନ୍ଦର ପ୍ରକ୍ରିୟା ପରେ କର୍ନାଟକ ସୁନ୍ଦରୀ ସିନି ସେଟ୍ଟି ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଥିଲେ । ଏହାସହ ରାଜସ୍ଥାନର ରୁବଲ ଶେଖାୱତ ମିସ ଇଣ୍ଡିଆ ୨୦୨୨ର ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ଉତ୍ତର ପ୍ରଦେଶର ଶିନାତା ଚୌହାନ ସେକେଣ୍ଡ ରନର୍ସ ଅପ ହୋଇଥିଲେ ।
ସବୁଥର ପରି ଏଥର ମଧ୍ୟ ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କର୍ନାଟକର ଝିଅ ସିନି ଫେମିନା ମିସ୍ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ ସେଲିବ୍ରିଟିମାନଙ୍କ ଜଲୱା ବି ଦେଖିବାକୁ ମିଳିଥିଲା । ଏଥିରେ ଜଜ ଭାବେ ମଲାଇକା ଆରୋରା, ନେହା ଧୁପିଆ, ଡିନୋ ମୋରିୟା, ରାହୁଲ ଖାନ୍ନା, ରୋହିତ ଗାନ୍ଧୀ ଆଦି ସାମିଲ ହୋଇଥିଲେ । ଏହାସହ ଭାରତୀୟ ମହିଳା କ୍ରକେଟ ଦଳର ପୂର୍ବତନ କ୍ୟାପଟେନ ମିତାଲି ରାଜ ବି ଏହି ପ୍ୟାନେଲରେ ଉପସ୍ଥିତ ଥିଲେ ।

Share