ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର ଜିଓ ୱାର୍ଲଡ କନଭେନଶନ ସେଣ୍ଟରରେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ସୁନ୍ଦର ପ୍ରକ୍ରିୟା ପରେ କର୍ନାଟକ ସୁନ୍ଦରୀ ସିନି ସେଟ୍ଟି ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଥିଲେ । ଏହାସହ ରାଜସ୍ଥାନର ରୁବଲ ଶେଖାୱତ ମିସ ଇଣ୍ଡିଆ ୨୦୨୨ର ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ଉତ୍ତର ପ୍ରଦେଶର ଶିନାତା ଚୌହାନ ସେକେଣ୍ଡ ରନର୍ସ ଅପ ହୋଇଥିଲେ ।
ସବୁଥର ପରି ଏଥର ମଧ୍ୟ ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କର୍ନାଟକର ଝିଅ ସିନି ଫେମିନା ମିସ୍ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ ସେଲିବ୍ରିଟିମାନଙ୍କ ଜଲୱା ବି ଦେଖିବାକୁ ମିଳିଥିଲା । ଏଥିରେ ଜଜ ଭାବେ ମଲାଇକା ଆରୋରା, ନେହା ଧୁପିଆ, ଡିନୋ ମୋରିୟା, ରାହୁଲ ଖାନ୍ନା, ରୋହିତ ଗାନ୍ଧୀ ଆଦି ସାମିଲ ହୋଇଥିଲେ । ଏହାସହ ଭାରତୀୟ ମହିଳା କ୍ରକେଟ ଦଳର ପୂର୍ବତନ କ୍ୟାପଟେନ ମିତାଲି ରାଜ ବି ଏହି ପ୍ୟାନେଲରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ଭୟରେ ନିୟନ୍ତ୍ରଣ ରେଖା ଲଞ୍ଚ୍‌ପ୍ୟାଡ୍‌କୁ ଫେରିଲେ ୨୫୦ ଆତଙ୍କବାଦୀ: ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌କୁ ୨୫୦ ଆତଙ୍କବାଦୀ ଫେରିଛନ୍ତି। ଏହା ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଥିବା କୁହାଯାଉଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ...

୨ ଲକ୍ଷ ମୁହାଁ କରୋନା

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। ଗତ...

ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!

ଓ୍ବାଶିଂଟନ: ହଲିଉଡ୍‌ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍‌ର ରିପୋର୍ଟ ଅନୁଯାୟୀ,...

ଭୟରେ ମୁମ୍ବାଇବାସୀ: କରୋନାରେ ସଂକ୍ରମିତ ସଫେଇ କର୍ମଚାରୀ

ମୁମ୍ବାଇ,୨।୪: ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି)ର ଜଣେ ସଫେଇ କର୍ମଚାରୀ ଓ୍ବର୍ଲିରେ କାମ କରୁଥିବା ବେଳେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ଉକ୍ତ ୫୨...

ଭାରତର ସାମର୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ବିବେକାନନ୍ଦ

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରକୃତ ସାମର୍ଥ୍ୟ ସମ୍ପର୍କରେ ସ୍ବାମୀ ବିବେକାନନ୍ଦ ସୂଚନା ଦେଇଥିଲେ। ତାଙ୍କର ଅମର ବାଣୀ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଭାଙ୍ଗୁଛି ତୃଣମୂଳ ଗଡ଼: ବଢୁଛି ଦିଦିଙ୍କ ଚିନ୍ତା

କୋଲକାତା,୨୦।୧୨: ପଶ୍ଚିମବଙ୍ଗରେ ଭାଜପା ପକ୍ଷରୁ ରାଜ୍ୟ ଜୟ ଯୋଜନା ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହାଙ୍କ ମାଷ୍ଟର ପ୍ଲାନ୍‌...

‘ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ’

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୧୨: ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ...

ବରୁଣ ଗାନ୍ଧୀ କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୯।୧ : ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସେ...

Advertisement
Archives

Model This Week