Posted inUncategorized

କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ

ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମନୁଷ୍ୟ ସମାଜରେ ବଢୁଥିବା କ୍ୟାନ୍‌ସର ପାଇଁ ମଧ୍ୟ ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକ ଦାୟୀ। କରୋନା ଭୂତାଣୁ ବ୍ୟାପିବାରେ ମଧ୍ୟ ଏହି ପ୍ଲାଷ୍ଟିକ ସାମଗ୍ରୀ ଦାୟୀ ବୋଲି କେତେକ ବୈଜ୍ଞାନିକ ମତ ପ୍ରକାଶ କରିଥିଲେ। କେବଳ ବିଭିନ୍ନ ବ୍ୟାଧି ସୃଷ୍ଟି ପାଇଁ ନୁହେଁ, ପରିବେଶ ସନ୍ତୁଳନ ବିଗିଡିବାରେ ମଧ୍ୟ ଏହି ଏକକ ବ୍ୟବହୃତ ପ୍ଲାଷ୍ଟିକର ଭୂମିକା ରହିଛି। ଏହି ପ୍ଲାଷ୍ଟିକକୁ ପୋଡ଼ିଲେ ବା ଏହା ବହୁଦିନ ରହିଗଲା ପରେ ଏଥିରୁ ସବୁଜ କୋଠରି ବାଷ୍ପ (green house gases) ତଥା କେତେକ ବିଷାକ୍ତ ବାଷ୍ପ ନିର୍ଗତ ହୁଏ। ଏହା ଯୋଗୁ ବାୟୁମଣ୍ଡଳ ଦୂଷିତ ହୁଏ। ସବୁଜ କୋଠରି ବାଷ୍ପ ଭୂତାପ ମାତ୍ରା ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ। ଏଥିପାଇଁ କୁହାଯାଇଛି ଯେ କେବଳ ମନୁଷ୍ୟ ଦ୍ୱାରା ସୃଷ୍ଟି ବର୍ଜ୍ୟ ବସ୍ତୁକୁ ହଜମ କରିବାର କ୍ଷମତା ପୃଥିବୀମାତାର ନାହିଁ। ତେଣୁ ଏକବିଂଶ ଶତାବ୍ଦୀରେ ପୃଥିବୀକୁ ମାଡି ଆସୁଥିବା ମହାବିପତ୍ତି ମଧ୍ୟରୁ ପ୍ଲାଷ୍ଟିକ ପ୍ରଦୂଷଣ ଅନ୍ୟତମ। ତେଣୁ ଏହି ସୁନ୍ଦର ପୃଥିବୀକୁ ଓ ଆମର ଭବିଷ୍ୟତ ପିଢ଼ିକୁ ଏହି ବିତ୍ପତିରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଗଭୀର ଚିନ୍ତା କରିବାର ସମୟ ଉପସ୍ଥିତ।
ସେଥିପାଇଁ ଆମକୁ ‘୫ R’ ଉପରେ ଧ୍ୟାନ ଦେବାକୁ ପଡ଼ିବ। ସେହି ‘୫ R’ ହେଲା Reduce, Re-use, Recycle, Research and Rethinkd Reduce, ଏହାର ଅର୍ଥ ଯେତେ ସମ୍ଭବ ଆମେ ପ୍ଲାଷ୍ଟିକରୁ ତିଆରି ପଦାର୍ଥର ବ୍ୟବହାର କମେଇବା। ପଲିଥିନ ଜରି ବଦଳରେ କପଡ଼ା ବ୍ୟବାହାର କରିବା, ପ୍ଲାଷ୍ଟିକ ଆବରଣ ସ୍ଥାନରେ କପଡ଼ା ଆବରଣ ବ୍ୟବହାର କରିବା, ପ୍ଲାଷ୍ଟିକ ଚାମଚ ସ୍ଥାନରେ କାଠ କିମ୍ବା ଧାତୁ ଚାମଚ ବ୍ୟବହାର କରିବା, ପ୍ଲାଷ୍ଟିକ ଥାଳି ବଦଳରେ ପତ୍ର କିମ୍ବା ଧାତୁ ଥାଳି ବ୍ୟବହାର କରିବା, ପ୍ଲାଷ୍ଟିକ ଗ୍ଲାସ ବଦଳରେ କାଚ କିମ୍ବା ସୋଲ ଗ୍ଲାସ ବ୍ୟବହାର କରିବା, ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବ୍ୟବହାର କରିବା ଇତ୍ୟାଦି କରିବା ଦ୍ୱାରା ଆମେ ପ୍ଲାଷ୍ଟିକ ବ୍ୟବହାର କମାଇ ପରିବା। Re-use ମାନେ ପ୍ଲାଷ୍ଟିକ ସାମଗ୍ରୀଗୁଡ଼ିକୁ ଥରେ ବ୍ୟବହାର ପରେ ଫୋପାଡ଼ି ନ ଦେଇ ବାରମ୍ବାର ବ୍ୟବହାର କରିବା। ଏତଦ୍ୱାରା ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ସହିତ ଉତ୍ପାଦନ ମଧ୍ୟ ହ୍ରାସ ପାଇବ। ଏଥିରେ ମଧ୍ୟ ଟିକେ ସାବଧାନ ହେବାକୁ ପଡ଼ିବ। ବାରମ୍ବାର ବ୍ୟବହାର କରିବା ଅର୍ଥ ନୁହେଁ ଏତେ ଅଧିକ ବ୍ୟବହାର କରିବା ଯେ ପ୍ଲାଷ୍ଟିକର ବିଷାକ୍ତ ପ୍ରଭାବ ଆମ ଉପରେ ପଡ଼ିବ। କୌଣସି ପ୍ଲାଷ୍ଟିକ ସାମଗ୍ରୀର ବୈଧ ସମୟ ସରିବା ପରେ ତାକୁ ଆଉ ବ୍ୟବହାର କରିବା ଉଚିତ ନୁହେଁ। Recycle ମାନେ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ସଂଗ୍ରହ କରି ପୁଣି ଥରେ ସେଥିରୁ ନୂଆ ପ୍ଲାଷ୍ଟିକ ସାମଗ୍ରୀ ପ୍ରସ୍ତୁତ କରିବା। ଏପରି କଲେ ପ୍ଲାଷ୍ଟିକରୁ ପ୍ରସ୍ତୁତ ସାମଗ୍ରୀ ବର୍ଜ୍ୟର ହ୍ରାସ ଘଟିବ। ଏହା ଉପରେ ଅଧିକ ଗବେଷଣା କରାଯିବାର ଅର୍ଥ ଏଇଆ ଯେ, ରସାୟନ ବିଜ୍ଞାନୀମାନେ ଭବିଷ୍ୟତରେ ଗବେଷଣା କରି ନୂତନ ପରିବେଶଗ୍ରାହୀ ପଳିମର ବା ପ୍ଲାଷ୍ଟିକ ଉଦ୍ଭାବନ କରିବେ। ଏହାଦ୍ବାରା ପ୍ଲାଷ୍ଟିକ ପ୍ରଦୂଷଣ ଓ ଏହାର ବିଷାକ୍ତ ପ୍ରବାହରୁ ପୃଥିବୀ ତଥା ମାନବ ସମାଜ ମୁକ୍ତି ପାଇବ। Rethink ମାନେ ପ୍ଲାଷ୍ଟିକ ଉତ୍ପାଦନଠାରୁ ଆରମ୍ଭ କରି ଏହାର ବ୍ୟବହାର ଓ ନିକାଶ (disposal) ପର୍ଯ୍ୟନ୍ତ କୌଶଳକୁ ଆଉ ଥରେ ନୂତନ ଭାବରେ ଚିନ୍ତା କରିବାକୁ ପଡ଼ିବ, ଯଦ୍ଦ୍ବାରା ଆମେ ଭଲରେ ରହିବା ସହିତ ଆମର ଉତ୍ତର ପିଢ଼ି ମଧ୍ୟ ଭଲରେ ରହିବେ। ନଚେତ୍‌ ଆମ ଅଣ ନାତି ଓ ନାତୁଣୀମାନଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ଅତି କ୍ଷୁଦ୍ର ପ୍ଲାଷ୍ଟିକ କଣିକା ହିଁ ହୋଇଥିବ। ତେଣୁ ସମସ୍ତେ ସଜାଗ ହୁଅନ୍ତୁ ଓ ପ୍ଲାଷ୍ଟିକ ପ୍ରଦୂଷଣ ରାକ୍ଷସ ପ୍ରଭାବରୁ ଆମ ସୁନ୍ଦର ପୃଥିବୀକୁ ରକ୍ଷା କରନ୍ତୁ।
-ଡ. ଦେବାଶିଷ ମହାନ୍ତି, ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳ ସ୍ବୟଂଶାସିତ

(ଶେଷ ଭାଗ)

ମହାବିଦ୍ୟାଳୟ, ଢେଙ୍କାନାଳ
ମୋ: ୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri